Advertisment

ପିଲାଙ୍କୁ ସହଜରେ କରୋନା ହୁଏ ନାହିଁ: ଡାକ୍ତର ଅଗ୍ରୱାଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ପିଲାଙ୍କୁ ସହଜରେ କରୋନା ହୁଏ ନାହିଁ। ତେଣୁ ଡରନ୍ତୁ ନାହିଁ।’ କଟକ ଶିଶୁଭବନର ବିଶେଷଜ୍ଞ ଡାକ୍ତର ସୁନୀଲ ଅଗ୍ରୱାଲ୍ ଆଜି ଏହି କଥା କହିଛନ୍ତି। ସେ କହିଛନ୍ତି, ଏବେ ଦୈନିକ ଯେତିକି ପିଲା ସଂକ୍ରମିତ ହେଉଛନ୍ତି, ସେଥିରୁ ୯୫%ଙ୍କ ଠାରେ ଲକ୍ଷଣ ଦେଖାଯାଉ ନାହିଁ। ପୁଣି ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୧%ଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡୁଛି। ଛୁଆଙ୍କ ମଧ୍ୟରେ ୧୨ରୁ ୧୮ ବର୍ଷ ବର୍ଗଙ୍କୁ ସଂକ୍ରମଣ ହେବା ସମ୍ଭାବନା ଅଧିକ। କିନ୍ତୁ […]

ଅଦ୍ୟତନ ହୋଇଛି
ପିଲାଙ୍କୁ ସହଜରେ କରୋନା ହୁଏ ନାହିଁ: ଡାକ୍ତର ଅଗ୍ରୱାଲ

corona

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ପିଲାଙ୍କୁ ସହଜରେ କରୋନା ହୁଏ ନାହିଁ। ତେଣୁ ଡରନ୍ତୁ ନାହିଁ।’ କଟକ ଶିଶୁଭବନର ବିଶେଷଜ୍ଞ ଡାକ୍ତର ସୁନୀଲ ଅଗ୍ରୱାଲ୍ ଆଜି ଏହି କଥା କହିଛନ୍ତି।

Advertisment

ସେ କହିଛନ୍ତି, ଏବେ ଦୈନିକ ଯେତିକି ପିଲା ସଂକ୍ରମିତ ହେଉଛନ୍ତି, ସେଥିରୁ ୯୫%ଙ୍କ ଠାରେ ଲକ୍ଷଣ ଦେଖାଯାଉ ନାହିଁ। ପୁଣି ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୧%ଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡୁଛି। ଛୁଆଙ୍କ ମଧ୍ୟରେ ୧୨ରୁ ୧୮ ବର୍ଷ ବର୍ଗଙ୍କୁ ସଂକ୍ରମଣ ହେବା ସମ୍ଭାବନା ଅଧିକ। କିନ୍ତୁ ସାନ ସାନ ପିଲାଙ୍କୁ ସଂକ୍ରମଣ ହେବା ସମ୍ଭାବନା ବହୁତ କମ୍।

ଡାକ୍ତର ଅଗ୍ରୱାଲ କହିଛନ୍ତି, ପିଲାଙ୍କୁ କାଶ, ଛିଙ୍କ, ଥଣ୍ଡା ଓ ପତଳା ଝାଡ଼ା ହେବା ବା ଦେହରେ ଲାଲ୍ ଚିହ୍ନ ପଡ଼ିବା ହେଉଛି କରୋନାର ଲକ୍ଷଣ। କିନ୍ତୁ ସବୁ କାଶ ଓ ଛିଙ୍କ କରୋନା ନୁହେଁ। ପିଲାଙ୍କୁ ଜ୍ୱର ହେଲେ ପ୍ରଥମ ୨ ଦିନ ପାରାସିଟାମଲ ଦିଅନ୍ତୁ।

Advertisment

ସେ ଆହୁରି କହିଛନ୍ତି, ୫ ବର୍ଷରୁ କମ୍ ପିଲାମାନଙ୍କୁ ମାସ୍କ ପିନ୍ଧାଇବା ଦରକାର ନାହିଁ। ସେମାନଙ୍କ ଇମ୍ୟୁନିଟି ବହୁତ ଭଲ। ସେମାନଙ୍କୁ ସଂକ୍ରମଣ ହେବା ଆଶଙ୍କା କମ୍‌। ତେବେ ପିଲାଙ୍କର ଯଦି ଅନ୍ୟ କିଛି ଟିକା ବାକି ଥାଏ, ତା’ହେଲେ ଦେଇ ଦିଅନ୍ତୁ। ଅନ୍ୟ ଟିକା କେବଳ ସଂପୃକ୍ତ ରୋଗ ରୋକିବନି, କରୋନାକୁ ବି ତଡ଼ିବ। ସେହିପରି କୋଭିଡ୍‌ ପଜିଟିଭ ମା’ ପିଲାଙ୍କୁ ସ୍ତନ୍ୟପାନ କରାଇ ପାରିବେ ବୋଲି ଡାକ୍ତର ଅଗ୍ରୱାଲ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe