Advertisment

ଏଫଏସଏସଏଆଇ ଦେଲା ମାନ୍ୟତା: ଗଞ୍ଜେଇ ଏକ ପୁଷ୍ଟିକର ଖାଦ୍ୟ ଓ ଉନ୍ନତ ଔଷଧ!

ନୂଆଦିଲ୍ଲୀ: ଖାଦ୍ୟ ସୁରକ୍ଷା ଓ ମାନକ (ଫୁଡ୍ ପ୍ରଡକ୍ଟ ଓ ଫୁଟ୍ ଆଡିଟିଭ୍ସ) ରେଗୁଲେସନ୍-୨୦୧୧ ସଂଶୋଧନ ଆଧାରରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଖାଦ୍ୟ ସ୍ରୋତରେ ଗଞ୍ଜେଇର ମଞ୍ଜି ଓ ଏହାର ଉତ୍ପାଦନକୁ ମାନ୍ୟତା ପ୍ରଦାନ କରିଛି। ଏହା ଗଞ୍ଜେଇ ଶିଳ୍ପ ପାଇଁ ମହତ୍ତ୍ୱପୂର୍ଣ୍ଣ ବିଜୟ, କାରଣ FSSAIର ଗଞ୍ଜେଇ ପୁଷ୍ଟି ପ୍ରମାଣ କେବଳ ଉତ୍ପାଦନକୁ ମାନ୍ୟତା ଦେବ ନାହିଁ ବରଂ ନୂଆ ଉତ୍ପାଦନକୁ ବହୁଳ ପରିଚୟ ଦେବାରେ ସହାୟତା କରିବ। ଏ […]

ଅଦ୍ୟତନ ହୋଇଛି
ଏଫଏସଏସଏଆଇ ଦେଲା ମାନ୍ୟତା: ଗଞ୍ଜେଇ ଏକ ପୁଷ୍ଟିକର ଖାଦ୍ୟ ଓ ଉନ୍ନତ ଔଷଧ!

CANNBIS

Advertisment

ନୂଆଦିଲ୍ଲୀ: ଖାଦ୍ୟ ସୁରକ୍ଷା ଓ ମାନକ (ଫୁଡ୍ ପ୍ରଡକ୍ଟ ଓ ଫୁଟ୍ ଆଡିଟିଭ୍ସ) ରେଗୁଲେସନ୍-୨୦୧୧ ସଂଶୋଧନ ଆଧାରରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଖାଦ୍ୟ ସ୍ରୋତରେ ଗଞ୍ଜେଇର ମଞ୍ଜି ଓ ଏହାର ଉତ୍ପାଦନକୁ ମାନ୍ୟତା ପ୍ରଦାନ କରିଛି। ଏହା ଗଞ୍ଜେଇ ଶିଳ୍ପ ପାଇଁ ମହତ୍ତ୍ୱପୂର୍ଣ୍ଣ ବିଜୟ, କାରଣ FSSAIର ଗଞ୍ଜେଇ ପୁଷ୍ଟି ପ୍ରମାଣ କେବଳ ଉତ୍ପାଦନକୁ ମାନ୍ୟତା ଦେବ ନାହିଁ ବରଂ ନୂଆ ଉତ୍ପାଦନକୁ ବହୁଳ ପରିଚୟ ଦେବାରେ ସହାୟତା କରିବ।

Advertisment

ଏ ସଂପର୍କରେ ଲଢ଼େଇ କରି ସଫଳତା ହାସଲ କରିଥିବା ଏକ ଟ୍ରଷ୍ଟର ପ୍ରତିଷ୍ଠାତା ହର୍ଷଲ ଗୋଏଲ ଆଇଏଏନଏସ୍ ଲାଇଫ୍ ସହ ମେଡିକାଲ୍ କାନାବିଜ୍ (ଗଞ୍ଜେଇ) ପ୍ଲାଣ୍ଟ ସମ୍ବନ୍ଧରେ ଆଲୋଚନା କରିଛନ୍ତି। ଏଥିରେ ସେ ସ୍ପଷ୍ଟ କରିଛନ୍ତି ଯେ ଗଞ୍ଜେଇ ମଞ୍ଜିରେ ଚିକିତ୍ସା ପାଇଁ ଔଷଧୀୟ ଗୁଣ, ଖାଦ୍ୟ ମାନର ପୁଷ୍ଟି ସହ ସ୍ୱାସ୍ଥ୍ୟ ପାଇଁ ଫାଇଦା ଦେଉଥିବା ଅନେକ ତତ୍ତ୍ୱ ରହିଛି। FSSAI ଗଞ୍ଜେଇ ଉତ୍ପାଦନକୁ ସ୍ୱୀକୃତି ଦେବା ଦ୍ୱାରା ରୋଜଗାରର ନୂଆ ବାଟ ଫିଟିବ। ହର୍ଷଲ ଗୋଏଲ୍ କହିଛନ୍ତି, ଯେହେତୁ ବର୍ତ୍ତମାନ ଅନେକ ନୂତନ ଏବଂ ପୁଷ୍ଟିକର ଖାଦ୍ୟର ଉଦ୍ଭାବନ ହେଉଛି, ତେଣୁ ଆମେ ଏହି (ଗଞ୍ଜେଇ ମଞ୍ଜି) କ୍ଷେତ୍ରରେ ନିଯୁକ୍ତିର ନୂଆ ସୁଯୋଗ କିପରି ବାହାରି ପାରିବ, ସେଥିପ୍ରତି ଧ୍ୟାନ ଦେଉଛୁ।

ହର୍ଷଲ କହିଛନ୍ତି, ହଜାର ବର୍ଷ ଧରି ଗଞ୍ଜେଇକୁ ଖାଦ୍ୟର ସ୍ରୋତ ଆକାରରେ ବ୍ୟବହାର କରାଯାଇ ଆସୁଛି। ଶହଶହ ଖ୍ରୀଷ୍ଟପୂର୍ବେ ଭୂମଧ୍ୟସାଗର, ଇଜିପ୍ଟ ଓ ମରକ୍କୋରେ ଗଞ୍ଜେଇ ପ୍ରୋଟିନ୍, ଫାଇବର୍ ଓ ମେଡିସିନର ମୁଖ୍ୟ ସ୍ରୋତ ଥିଲା। ଗଞ୍ଜେଇ ମଞ୍ଜିକୁ ଦୁଇ ପ୍ରକାରରେ ଖାଦ୍ୟୋପଯୋଗୀ କରାଯାଉଛି। ଗୋଟିଏ ହେଉଛି ଚୋପାଛଡ଼ା ମଞ୍ଜି ଓ ଆଉ ଗୋଟିଏ ହେଉଛି ଏହି ମଞ୍ଜିର ଗୁଣ୍ଡ ବା ପାଉଡର୍। ଉଭୟ ପଦ୍ଧତିରେ ପ୍ରସ୍ତୁତ ଗଞ୍ଜେଇ ମଞ୍ଜି ପୁଷ୍ଟି ଯୋଗାଇବା ସହ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ଭାବେ ଉପକାରୀ ସାବ୍ୟସ୍ତ ହୋଇଥାଏ।

Advertisment

ଡାଏଟ୍ ପାଇଁ ମଧ୍ୟ ଗଞ୍ଜେଇ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଗଞ୍ଜେଇ ପାଉଡର ଏବଂ ମଞ୍ଜିରେ ପ୍ରୋଟିନର ଅନୁପାତ ୨:୧ ଅର୍ଥାତ୍ ୩୦ ଗ୍ରାମ ଗଞ୍ଜେଇ ପାଉଡରରେ ୧୫ ଗ୍ରାମ ପୁଷ୍ଟି ରହିଥାଏ। ଶରୀର ପୁଷ୍ଟି ଉତ୍ପାଦ ପାଇଁ ଆମିନୋ ଏସିଡର ବ୍ୟବହାର କରିଥାଏ। ଏହା ମଣିଷର ମସ୍ତିଷ୍କକୁ ଶକ୍ତିଶାଳୀ କରିବାରେ ସହାୟକ ହୋଇଥାଏ। ସାଧାରଣତଃ ମାଂସ, କ୍ଷୀର ଏବଂ ଅଣ୍ଡା ପରି ପଶୁଜାତୀୟ ପଦାର୍ଥରୁ ଆମିନୋ ଏସିଡ୍ ମିଳିଥାଏ। ତେଣୁ ଗଞ୍ଜେଇ ମଞ୍ଜି ଏହିସବୁ ପଶୁଙ୍କଠାରୁ ମିଳୁଥିବା ଖାଦ୍ୟର ଏକ ଉତ୍କୃଷ୍ଟ ବିକଳ୍ପ ଭାବେ ବ୍ୟବହାର ହୋଇପାରିବ। ଗଞ୍ଜେଇ ଉତ୍ପାଦଗୁଡ଼ିକରେ ମାଂସପେଶୀର କୋଷଗୁଡ଼ିକ ମରାମତି, ସ୍ନାୟୁ ପ୍ରଣାଳୀର ନିୟନ୍ତ୍ରଣ ଏବଂ ମସ୍ତିଷ୍କ କାର୍ଯ୍ୟର ନିୟନ୍ତ୍ରଣରେ ସହାୟତା ପାଇଁ ଆବଶ୍ୟକ ସମସ୍ତ ଆମିନୋ ଏସିଡ୍ ଥାଏ।

ଅଲିଭ୍ ତୈଳ ବଦଳରେ ଦୈନନ୍ଦିନ ଜୀବନରେ ଗଞ୍ଜେଇକୁ ମଧ୍ୟ ଆପଣାଇ ହେବ। ଗଞ୍ଜେଇ ମଞ୍ଜିର ତୈଳରେ କମ୍ କୋଲେଷ୍ଟେରୋଲ୍ ସ୍ତର ସହ ଉଚ୍ଚ ହାରର ଓମେଗା ୩ ଓ ୬ର ମଧ୍ୟ ରହିଛି। ଗଞ୍ଜେଇକୁ ଯେକୌଣସି ଭୋଜନରେ ବ୍ୟଞ୍ଜନ ଭାବେ ଉପଯୋଗ କରାଯାଇ ପାରିବ ବୋଲି ହର୍ଷଲ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe