ସାବଧାନ! ବାଇଗଣ ଖାଇବା ହୋଇପାରେ ଘାତକ

ଅନେକ ଲୋକଙ୍କୁ ବାଇଗଣ ଖାଇବା ଭାରି ପସନ୍ଦ। ଲୋକେ ଏହାକୁ ଭିନ୍ନ ଭିନ୍ନ ରୂପେ ନିଜ ଡାଏଟ୍‌ରେ ସାମିଲ କରନ୍ତି। ବିଶେଷ କରି ଶୀତ ଦିନ ହୋଉ ଅବା ଖରାଦିନ ବାଇଗଣର ଭର୍ତ୍ତା କରି ଖାଇବାକୁ ଭଲ ପାଆନ୍ତି ଲୋକେ, ଆଉ କିଛି ଏହାକୁ ପୋଡି ଖାଇବା ପାଇ ପସନ୍ଦ କରନ୍ତି। କିନ୍ତୁ ପ୍ରାୟତଃ ସବୁଦିନେ ବଜାରରେ ମିଳୁଥିବା ଏହି ବାଇଗଣ ଆପଣଙ୍କ ପାଇଁ ହୋଇପାରେ କ୍ଷତିକାରକ। ବେଳେ ବେଳେ କିଛି ଲୋକଙ୍କ ପାଇଁ ଏହା ଖାଇବା […]

brinjal-harmful

Madhupriya Mistry
  • Published: Monday, 17 January 2022
  • , Updated: 18 January 2022, 12:49 PM IST

ଅନେକ ଲୋକଙ୍କୁ ବାଇଗଣ ଖାଇବା ଭାରି ପସନ୍ଦ। ଲୋକେ ଏହାକୁ ଭିନ୍ନ ଭିନ୍ନ ରୂପେ ନିଜ ଡାଏଟ୍‌ରେ ସାମିଲ କରନ୍ତି। ବିଶେଷ କରି ଶୀତ ଦିନ ହୋଉ ଅବା ଖରାଦିନ ବାଇଗଣର ଭର୍ତ୍ତା କରି ଖାଇବାକୁ ଭଲ ପାଆନ୍ତି ଲୋକେ, ଆଉ କିଛି ଏହାକୁ ପୋଡି ଖାଇବା ପାଇ ପସନ୍ଦ କରନ୍ତି। କିନ୍ତୁ ପ୍ରାୟତଃ ସବୁଦିନେ ବଜାରରେ ମିଳୁଥିବା ଏହି ବାଇଗଣ ଆପଣଙ୍କ ପାଇଁ ହୋଇପାରେ କ୍ଷତିକାରକ। ବେଳେ ବେଳେ କିଛି ଲୋକଙ୍କ ପାଇଁ ଏହା ଖାଇବା ଘାତକ ବି ହୋଇପାରେ। ତେବେ କ'ଣ ସବୁ ସମସ୍ୟା ଥିଲେ ବାଇଗଣ ଖାଇବା ଉଚିତ ନୁହେଁ ଆସନ୍ତୁ ଜାଣିବା।

ଆଲର୍ଜି 

ଯଦି ଆପଣଙ୍କ ଶରୀରରେ କୌଣସି ପ୍ରକାରର ଆଲର୍ଜି ସମସ୍ୟା ରହିଛି ତେବେ ବାଇଗଣ ଖାଇବା ଠାରୁ ଦୂରେଇ ରୁହନ୍ତି। କାରଣ ବାଇଗଣ ଖାଇବା ଦ୍ୱାରା ଆପଣଙ୍କ ଆଲର୍ଜି ସମସ୍ୟା ଆହୁରି ବଢ଼ିପାରେ। ଯଦି ଆପଣଙ୍କ ଆଖିରେ ମଧ୍ୟ କୌଣସି ସମସ୍ୟା ରହିଛି ତେବେ ବାଇଗଣ ଖାଆନ୍ତୁ ନାହିଁ।

ଡିପ୍ରେସନ

ଯଦି ଆପଣ ଡିପ୍ରେସନର ସମସ୍ୟା ଦେଇ ଗତି କରୁଛନ୍ତି, ତେବେ ବାଇଗଣ ଖାଇବା ଠାରୁ ଦୂରେଇ ରୁହନ୍ତୁ। ଅବସାଦରେ ପୀଡିତ ଲୋକମାନେ ଅଧିକାଂଶ ସମୟରେ ଔଷଧ ନିଅନ୍ତି। ତେଣୁ, ଯଦି ଆପଣ ବାଇଗଣ ଖାଇବେ ତେବେ ଔଷଧର ପ୍ରଭାବ ହ୍ରାସ ହୋଇପାରେ।

ପାଇଲ୍ସ

ଯେଉଁମାନଙ୍କ ପାଇଲ୍ସ ସମସ୍ୟା ଥାଏ ସେମାନେ ମଧ୍ୟ ବାଇଗଣ ଖାଇବା ଠାରୁ ଦୂରେଇ ରହିବା ଉଚିତ। ଯଦି ଆପଣ ବାଇଗଣ ଖାଇବେ ତେବେ ଆପଣଙ୍କ ସମସ୍ୟା ଆହୁରି ବଢ଼ିପାରେ।

ଷ୍ଟୋନ୍‌ ସମସ୍ୟା

ଷ୍ଟୋନ୍‌ ସମସ୍ୟାରେ ପୀଡିତ ବ୍ୟକ୍ତିଙ୍କୁ ନିଜ ଖାଦ୍ୟପେୟକୁ ନେଇ ବିଶେଷ ଧ୍ୟାନ ରଖିବା ଉଚିତ। ଡାକ୍ତରଙ୍କ କହିବାନୁସାରେ ବାଇଗଣ ଅକ୍ସଲେଟ୍‌ ଥାଏ, ଯାହା କିଡ୍‌ନୀ ପାଇଁ କ୍ଷତିକାରକ। ଏଥିପାଇଁ ଷ୍ଟୋନ୍‌ ସମସ୍ୟା ଥିବା ବ୍ୟକ୍ତି ବାଇଗଣ ଖାଇବା ଉଚିତ ନୁହେଁ।

ଗର୍ଭାବସ୍ଥା 

ଗର୍ଭାବସ୍ଥାରେ ବାଇଗଣ ସେବନକୁ ଏଡାଇବା ଉଚିତ୍। ବାସ୍ତବରେ, ଗର୍ଭାବସ୍ଥାରେ ବାଇଗଣ ଖାଇବା ଦ୍ୱାରା ଗର୍ଭସ୍ଥ ଶିଶୁର ବିକାଶ ପାଇଁ କ୍ଷତିକାରକ ହୋଇପାରେ।

Related story