Advertisment

ଗଳା ସଂକ୍ରମଣ ଦୂର କରିବା ପାଇଁ କିଛି ଘରୋଇ ଉପଚାର

ଋତୁ ବଦଳିବା ସହ ଅନେକ ପ୍ରକାର ରୋଗ ଆମକୁ ମାଡ଼ିବସେ। ଗଳା ସଂକ୍ରମଣ ସେଥିମଧ୍ୟରୁ ଗୋଟିଏ। ଶୀତ ଦିନେ ଥଣ୍ଡା, ଜ୍ୱର ଓ ଗଳା ସଂକ୍ରମଣ ପରି ସମସ୍ୟା ଦେଖାଯାଇଥାଏ। ଗଳା ସଂକ୍ରମିତ ହେଲେ ଏଥିରେ ପୋଡ଼ାଜଳା ଓ ଦରଜ ହୁଏ। ଖାଦ୍ୟ ଗିଳିବା ବେଳେ ଯନ୍ତ୍ରଣା ଅନୁଭବ ହୁଏ।  ଆହୁରି ମଧ୍ୟ ଗଳା ସଂକ୍ରମିତ ହେଲେ ଜ୍ୱର ଓ କାଶପରି ସମସ୍ୟା ମଧ୍ୟ ଦେଖାଯାଇଥାଏ। ଏପରି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ, ଆଦୌ ଅବହେଳା […]

ଅଦ୍ୟତନ ହୋଇଛି
ଗଳା ସଂକ୍ରମଣ ଦୂର କରିବା ପାଇଁ କିଛି ଘରୋଇ ଉପଚାର
Advertisment

ଋତୁ ବଦଳିବା ସହ ଅନେକ ପ୍ରକାର ରୋଗ ଆମକୁ ମାଡ଼ିବସେ। ଗଳା ସଂକ୍ରମଣ ସେଥିମଧ୍ୟରୁ ଗୋଟିଏ। ଶୀତ ଦିନେ ଥଣ୍ଡା, ଜ୍ୱର ଓ ଗଳା ସଂକ୍ରମଣ ପରି ସମସ୍ୟା ଦେଖାଯାଇଥାଏ। ଗଳା ସଂକ୍ରମିତ ହେଲେ ଏଥିରେ ପୋଡ଼ାଜଳା ଓ ଦରଜ ହୁଏ। ଖାଦ୍ୟ ଗିଳିବା ବେଳେ ଯନ୍ତ୍ରଣା ଅନୁଭବ ହୁଏ।  ଆହୁରି ମଧ୍ୟ ଗଳା ସଂକ୍ରମିତ ହେଲେ ଜ୍ୱର ଓ କାଶପରି ସମସ୍ୟା ମଧ୍ୟ ଦେଖାଯାଇଥାଏ। ଏପରି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ, ଆଦୌ ଅବହେଳା କରନ୍ତୁ ନାହିଁ। ତେବେ ଗଳା ସଂକ୍ରମିତ ହେଲେ ଘରେ ମଧ୍ୟ ଆପଣ ଏହାର ଚିକିତ୍ସା କରିପାରିବେ। ଏଥିପାଇଁ କିଛି ଘରୋଇ ଉପଚାର ରହିଛି। ଆସନ୍ତୁ ସେ ସଂର୍ପର୍କରେ ଜାଣିବା।

Advertisment
  • ଗଳା ଦରଜ ହେଲେ ମହୁ ମିଶା ଚା ପିଅନ୍ତୁ। ମହୁରେ ଆଣ୍ଟି ବ୍ୟାକ୍‌ଟେରିଆ ଗୁଣ ରହିଛି ଯାହା ଗଳା ଦରଜ କମ୍ କରିବାରେ ସାହାଯ୍ୟ କରେ। ଗଳା ସଂକ୍ରମଣ ସମସ୍ୟା ଦେଖାଦେଲେ ଚାରେ ଚିନି ବଦଳରେ ମହୁର ବ୍ୟବହାର କରନ୍ତୁ।
  • ଗଳା ଯନ୍ତ୍ରଣାରୁ ଆରାମ ପାଇବା ପାଇଁ ହର୍ବାଲ ଚା ପିଇ ପାରିବେ। ତୁଳସୀପତ୍ର, ଲବଙ୍ଗ ଓ ଗୋଲମରିଚକୁ ପାଣିରେ ଫୁଟାନ୍ତୁ ଏବଂ ଏହାକୁ ଚା ଭାବେ ଗରମ ଗରମ ପିଅନ୍ତୁ।
  • ଗଳା ଦରଜରୁ ଆରାମ ପାଇବା ପାଇଁ କ୍ଷୀରରେ ହଳଦୀ ମିଶାଇ ଗରମ ଗରମ ପିଅନ୍ତୁ ।
  • ଲୁଣ ପାଣି କୁଳି କଲେ ଗଳା ଯନ୍ତ୍ରଣାରୁ ମୁକ୍ତି ମିଳେ।
  • ଗଳା ସଂକ୍ରମିତ ହେଲେ ଖାଇବା ପିଇବା ବେଳେ ଯନ୍ତ୍ରଣା ଅନୁଭବ ହୁଏ। ଏହି ସମୟରେ ଗଳାକୁ ଆରାମ ଦେବା ପାଇଁ ଅଦା ସ୍ୱାଦ ଯୁକ୍ତ ଚକ୍‌ଲେଟ ଖାଆନ୍ତୁ।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe