Advertisment

ଥକା ଦୂର ପାଇଁ ପାଦରେ କରନ୍ତୁ ଏପରି ମସାଜ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ଦିନକୁ ୮ରୁ ୯ ଘଣ୍ଟା ଯାଏ ଅଫିସ୍‌ରେ ବସି କାମ କରିବା କିମ୍ବା ବହୁତ ବୁଲାବୁଲି କରିବା ପରେ ଆପଣ ଥକି ଯାଇଥା’ନ୍ତି। ଘରକୁ ଫେରିବା ପରେ ଆପଣ ଶରୀରରେ ଯନ୍ତ୍ରଣା ଅନୁଭବ କରନ୍ତି। ଏହା ସହ କିଛି ଲୋକଙ୍କୁ ଠିକଣା ସମୟରେ ନିଦ ମଧ୍ୟ ହୋଇ ନ ଥାଏ। ଏହି ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ  ପାଦରେ ଆୟୁର୍ବେଦିକ୍‌ ମସାଜ୍‌ କରନ୍ତୁ। ଏଥିପାଇଁ ଆପଣ ପାର୍ଲର୍‌ରେ ଟଙ୍କା ଖର୍ଚ୍ଚ […]

author-image
Mihir Pattnayak
ଥକା ଦୂର ପାଇଁ ପାଦରେ କରନ୍ତୁ ଏପରି ମସାଜ୍‌

F45

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ଦିନକୁ ୮ରୁ ୯ ଘଣ୍ଟା ଯାଏ ଅଫିସ୍‌ରେ ବସି କାମ କରିବା କିମ୍ବା ବହୁତ ବୁଲାବୁଲି କରିବା ପରେ ଆପଣ ଥକି ଯାଇଥା'ନ୍ତି। ଘରକୁ ଫେରିବା ପରେ ଆପଣ ଶରୀରରେ ଯନ୍ତ୍ରଣା ଅନୁଭବ କରନ୍ତି। ଏହା ସହ କିଛି ଲୋକଙ୍କୁ ଠିକଣା ସମୟରେ ନିଦ ମଧ୍ୟ ହୋଇ ନ ଥାଏ। ଏହି ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ  ପାଦରେ ଆୟୁର୍ବେଦିକ୍‌ ମସାଜ୍‌ କରନ୍ତୁ।

Advertisment

ଏଥିପାଇଁ ଆପଣ ପାର୍ଲର୍‌ରେ ଟଙ୍କା ଖର୍ଚ୍ଚ ନ କରି ଘରେ ମଧ୍ୟ ଏହି ମସାଜ୍‌ କରିପାରିବେ। ଏହାଦ୍ୱାରା ଆପଣଙ୍କ ଶରୀରକୁ ଯନ୍ତ୍ରଣାରୁ ମୁକ୍ତି ମିଳିବା ସହ ଥକା ପଣ ମଧ୍ୟ ଦୂର ହେବ।
ଶରୀରର ଆକ୍ୟୁପ୍ରେସର୍‌ ହାତ ଓ ପାଦରେ ରହିଛି। ପାଦର ମସାଜ୍‌ କରିବା ଦ୍ୱାରା ପାଦ ସହିତ ସମ୍ପୂର୍ଣ୍ଣ ଶରୀରରେ ମଧ୍ୟ ରକ୍ତ ସଂଚାଳନ ହୋଇଥାଏ। ଏହା ଦ୍ୱାରା ମାନସିକ ଚିନ୍ତା ଦୂର ହେବା ସହିତ ଭଲ ନିଦ ମଧ୍ୟ ହୋଇଥାଏ।

ଆସନ୍ତୁ ଜାଣିବା ପାଦର ମସାଜ୍‌ କିପରି କରିବା।

ଷ୍ଟେପ୍‌ ୧: ଘରେ ପାଦକୁ ଆୟୁର୍ବେଦିକ ମସାଜ୍‌ ଦେବା ପାଇଁ ପ୍ରଥମେ ଗରମ ପାଣି ନିଅନ୍ତୁ। କିଛି ଅଦା, ଲୁଣ, ସୋରିଷ କିମ୍ୱା ନଡ଼ିଆ ତେଲ ଆଣନ୍ତୁ।

Advertisment

ଷ୍ଟେପ୍‌ ୨: ପ୍ରଥମେ ଅଦାକୁ ଛେଚି ଗରମ ପାଣିରେ ପକାନ୍ତୁ ଏବଂ ଏଥିରେ ଲୁଣ ମିଶାନ୍ତୁ। ଏହାପରେ ଏହି ପାଣିରେ ଗୋଡ଼ ବୁଡ଼ାଇ ପାଦକୁ ୨୦ରୁ ୩୦ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ଯଦି ଆପଣ ଅଧିକ ଥକା ଅନୁଭବ କରୁଛନ୍ତି, ତେବେ ଏହି ପାଣିରେ ଆପଣ ଗୋଲାପ ପାଖୁଡ଼ା ମଧ୍ୟ ପକାଇ ପାରିବେ।

ଷ୍ଟେପ୍‌ ୩: ପାଦକୁ ପାଣିରୁ ବାହାର କରନ୍ତୁ ଏବଂ କିଛି ତେଲ ପାଦରେ ଲଗାନ୍ତୁ। ଏହା ପରେ ଆଙ୍ଗୁଳିରେ ପାଦର ମାଲିସ୍‌ କରନ୍ତୁ। ଏହିପରି କିଛି ସମୟ କରିବା ପରେ ଆପଣଙ୍କୁ ଆରାମ ମିଳିବା ସହିତ ଚିନ୍ତା ମଧ୍ୟ ଦୂର ହେବ। ଏହିପରି ସପ୍ତାହକୁ ଦୁଇ ଦିନ କରନ୍ତୁ, ଦେଖିବେ ନିଦ ଭଲ ହେବା ସହିତ ଥକା ପଣ ମଧ୍ୟ ଦୂର ହେବ।