Advertisment

ତିନିଦିନରେ କିଡନୀ ଷ୍ଟୋନରୁ ମିଳିବ ମୁକ୍ତି: ଖାଆନ୍ତୁ ଏହି ପରିବା

ସବୁଜ ପରିବା ସ୍ୱାସ୍ଥ୍ୟପ୍ରତି ହିତକର। ସବୁ ପ୍ରକାର ପରିବା ଖାଇବା ଭଲ। ତେବେ ସବୁ ଲୋକଙ୍କର କିଛି ନା କିଛି ପ୍ରିୟ ପରିବା ଥାଏ, ଯାହାକୁ ଅଧିକ ଖାଇବାକୁ ସେମାନେ ଭଲପାଇଥାନ୍ତି। ଡାକ୍ତରଙ୍କ ମତରେ ଗୋଟିଏ ପରିବା ବଦଳରେ ସବୁ ପ୍ରକାର ପରିବା ଖାଇବା ଉଚିତ। ଆଜି ଆମେ ଏମିତି ଏକ ପରିବା ସମ୍ପର୍କରେ କହିବାକୁ ଯାଉଛୁ, ଯାହାର ଔଷଧୀୟ ଗୁଣର ତୁଳନା ଅତୁଳନୀୟ। କାରଣ ମାତ୍ର ୩ ଦିନରେ କିଡନୀ ଷ୍ଟୋନ୍‌ ପରି ସମସ୍ୟାରୁ ଏହା […]

ଅଦ୍ୟତନ ହୋଇଛି
ତିନିଦିନରେ କିଡନୀ ଷ୍ଟୋନରୁ ମିଳିବ ମୁକ୍ତି: ଖାଆନ୍ତୁ ଏହି ପରିବା
Advertisment

ସବୁଜ ପରିବା ସ୍ୱାସ୍ଥ୍ୟପ୍ରତି ହିତକର। ସବୁ ପ୍ରକାର ପରିବା ଖାଇବା ଭଲ। ତେବେ ସବୁ ଲୋକଙ୍କର କିଛି ନା କିଛି ପ୍ରିୟ ପରିବା ଥାଏ, ଯାହାକୁ ଅଧିକ ଖାଇବାକୁ ସେମାନେ ଭଲପାଇଥାନ୍ତି। ଡାକ୍ତରଙ୍କ ମତରେ ଗୋଟିଏ ପରିବା ବଦଳରେ ସବୁ ପ୍ରକାର ପରିବା ଖାଇବା ଉଚିତ। ଆଜି ଆମେ ଏମିତି ଏକ ପରିବା ସମ୍ପର୍କରେ କହିବାକୁ ଯାଉଛୁ, ଯାହାର ଔଷଧୀୟ ଗୁଣର ତୁଳନା ଅତୁଳନୀୟ। କାରଣ ମାତ୍ର ୩ ଦିନରେ କିଡନୀ ଷ୍ଟୋନ୍‌ ପରି ସମସ୍ୟାରୁ ଏହା ମୁକ୍ତି ଦେଇ ପାରିବ। ଏହି ପରିବାଟି ହେଲା ଜହ୍ନୀ। ଆସନ୍ତୁ ଜାଣିବା ଜହ୍ନୀର ଔଷଧୀୟ ଗୁଣ ସମ୍ପର୍କରେ।

Advertisment

ଜହ୍ନୀ ଏପରି ପରିବା ଯାହା ଭାରତର ସବୁ ସ୍ଥାନରେ ମିଳିଥାଏ। ବିଶେଷ କରି ବର୍ଷାଦିନେ ଏହା ଅଧିକ ପରିମାଣରେ ମିଳିଥାଏ। ସ୍ୱାଦ ଦୃଷ୍ଟିରୁ ଜହ୍ନୀ ଦୁଇ ପ୍ରକାର। ଗୋଟିଏ ପ୍ରକାର ଜହ୍ନୀ ମିଠା ଲାଗୁଥିବା ବେଳେ ଅନ୍ୟଟି ପିତା ଲାଗିଥାଏ। କିନ୍ତୁ ଏଥିରେ ଥିବା ପୋଷକ ତତ୍ତ୍ୱ କିଡନୀ ଷ୍ଟୋନ ପାଇଁ ଲାଭଦାୟୀ।

୩ ଦିନରେ ମିଳେଇ ଯିବ ଷ୍ଟୋନ୍‌

ଅନେକ ବ୍ୟକ୍ତି ଅଛନ୍ତି ଯାହାଙ୍କୁ ଜହ୍ନୀ ପସନ୍ଦ ନୁହେଁ। ହେଲେ ଏହା ଶରୀର ପାଇଁ ଉପଯୋଗୀ। ଏଥିରେ ଫାଇବର, ମିନେରାଲ ଓ ଭିଟାମିନ ଭରପୁର ପରିମାଣରେ ରହିଛି। ଏହାକୁ ଗାଈ କ୍ଷୀରରେ କିମ୍ବା ଥଣ୍ଡା ପାଣିରେ ପେଶି ୩ ଦିନ ସକାଳ ବେଳା ପିଇଲେ ପେଟରେ ଥିବା ଷ୍ଟୋନ ମିଳେଇ ଯାଇଥାଏ।

Advertisment

torai-vegitableଜହ୍ନୀର ଅନ୍ୟ ଫାଇଦା

୧. ଜହ୍ନୀରେ କୋଲେଷ୍ଟ୍ରୋଲ୍ ଓ କ୍ୟାଲୋରୀ କମ୍ ପରିମାଣରେ ଥିବାରୁ ଏହା ଓଜନ କମ କରିବାରେ ସାହାଯ୍ୟ କରେ।

୨. ଜହ୍ନୀ ମଧୂମେହ ରୋଗୀଙ୍କ ପାଇଁ ବହୁତ ଭଲ। କାରଣ ଏହା ରକ୍ତ ଓ ମୂତ୍ରରେ ସୁଗାରର ପରିମାଣ କମ କରିଥାଏ।

୩. ଜହ୍ନୀରେ କ୍ୟାରୋଟିନ୍ ଥାଏ, ଯାହା ଦୃଷ୍ଟି ଶକ୍ତି ବଢିଇଥାଏ।

୪. ଏହା ବ୍ରଣ, ଏକ୍କଜିମା ପରି ଚର୍ମ ସମସ୍ୟାରୁ ମୁକ୍ତି ଦେଇଥାଏ।

୫. ଜହ୍ନୀ ଖାଇବା ଦ୍ୱାରା ଶରୀରର ଇମ୍ୟୁନ୍‌ ସିଷ୍ଟମ ଦୃଢ ହୋଇଥାଏ, ଯାହା ସଂକ୍ରମିତ ରୋଗରୁ ରକ୍ଷା କରିଥାଏ।

୬. ରକ୍ତ ସ୍ୱଚ୍ଛ କରିବା ସହ ଅର୍ସ ଭଲ କରିବାରେ ମଧ୍ୟ ସହାୟକ ହୋଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe