Advertisment

ଆପଣ ବି ଡିପ୍ରେସନ୍‌ର ଶିକାର ହୋଇଛନ୍ତି କି? ତୁଳସୀ ପତ୍ର ବ୍ୟବହାର କରନ୍ତୁ

ପ୍ରତିଦିନ ତୁଳସୀ ପତ୍ର ଖାଇବା ଦ୍ୱାରା ଶରୀର ସୁସ୍ଥ ଓ ନିରୋଗ ରହିଥାଏ ବୋଲି ସମସ୍ତେ ଜଣିଛନ୍ତି। ହେଲେ ବହୁତ କମ୍ ଲୋକ ଜାଣିଥିବେ ଯେ ଏହି ଛୋଟ ଛୋଟ ତୁଳସୀ ପତ୍ର ଆପଣଙ୍କୁ ବଡ ବଡ ରୋଗରୁ ମଧ୍ୟ ମୁକ୍ତି ଦେଇପାରନ୍ତି। ବିଶେଷ କରି ଅତ୍ୟଧିକ ଚିନ୍ତା କାରଣରୁ ହେଉଥିବା ଡିପ୍ରେସନ୍ ବା ଅବସାଦ ରୋଗରୁ ମୁକ୍ତି ଦେବାରେ ଏହା ରାମବାଣ ପରି କାମ କରିଥାଏ। ଆସନ୍ତୁ ଜାଣିବା ଡିପ୍ରେସନ୍‌ରୁ ମୁକ୍ତି ପାଇବାକୁ ତୁଳସୀ ପତ୍ରକୁ […]

author-image
Rakesh Mallick
ଆପଣ ବି ଡିପ୍ରେସନ୍‌ର ଶିକାର ହୋଇଛନ୍ତି କି? ତୁଳସୀ ପତ୍ର ବ୍ୟବହାର କରନ୍ତୁ

tulasi

ପ୍ରତିଦିନ ତୁଳସୀ ପତ୍ର ଖାଇବା ଦ୍ୱାରା ଶରୀର ସୁସ୍ଥ ଓ ନିରୋଗ ରହିଥାଏ ବୋଲି ସମସ୍ତେ ଜଣିଛନ୍ତି। ହେଲେ ବହୁତ କମ୍ ଲୋକ ଜାଣିଥିବେ ଯେ ଏହି ଛୋଟ ଛୋଟ ତୁଳସୀ ପତ୍ର ଆପଣଙ୍କୁ ବଡ ବଡ ରୋଗରୁ ମଧ୍ୟ ମୁକ୍ତି ଦେଇପାରନ୍ତି। ବିଶେଷ କରି ଅତ୍ୟଧିକ ଚିନ୍ତା କାରଣରୁ ହେଉଥିବା ଡିପ୍ରେସନ୍ ବା ଅବସାଦ ରୋଗରୁ ମୁକ୍ତି ଦେବାରେ ଏହା ରାମବାଣ ପରି କାମ କରିଥାଏ।

Advertisment

ଆସନ୍ତୁ ଜାଣିବା ଡିପ୍ରେସନ୍‌ରୁ ମୁକ୍ତି ପାଇବାକୁ ତୁଳସୀ ପତ୍ରକୁ କେମିତି ବ୍ୟବହାର କରିବେ

୧) ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଗୋଟିଏ ତୁଳସୀ ପତ୍ର ଖାଇଲେ ଆପଣଙ୍କର ରାଗ ଉପରେ ନିୟନ୍ତ୍ରଣ ରହିବ ଓ ଡିପ୍ରେସନରୁ ମୁକ୍ତି ମିଳିବ। ଆପଣ ଖୁସ୍‌ମିଜାଜ ରହିବେ।

Advertisment

୨) ତୁଳସୀକୁ ଆଣ୍ଟିଷ୍ଟ୍ରେସ୍ ଏଜେଣ୍ଟ୍ କୁହାଯାଏ। ଏହା ମାନସିକ ଦୁଶ୍ଚିନ୍ତା ଦୂର କରିଥାଏ।

୩) ଆପଣ ଯେତେବେଳେ ବି ଷ୍ଟ୍ରେସରେ ଥିବେ ସେତେବେଳେ ୧୨ ରୁ ୧୫ଟି ତାଜା ତୁଳସୀ ପତ୍ର ଖାଇନିଅନ୍ତୁ। ଦେଖିବେ କିପରି ଆପଣଙ୍କ ଷ୍ଟ୍ରେସ୍ ଧୀରେ ଧୀରେ କମିଯିବ।

ତୁଳସୀର ଆଉ କିଛି ଗୁଣ

୧) ତୁଳସୀ ଏକ ସୁଗନ୍ଧ ଦାୟକ ଗଛ। ଏହାର ପତ୍ରକୁ ଆମେ ରୋଷେଇରେ ମସଲା ଆକାରରେ ମଧ୍ୟ ବ୍ୟବହାର କରିପାରିବା।

୨) ତୁଳସୀ ପତ୍ର ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥିବାରୁ ଏହାର ବ୍ୟବହାର ଆୟୁର୍ବେଦ ଓ ମେଡିକାଲ୍ ସାଇନ୍ସରେ ମଧ୍ୟ କରାଯାଏ।

୩) ତୁଳସୀ ଗଛର ଫୁଲ ମଧ୍ୟ ଅନେକ ଲାଭଦାୟୀ। ତୁଳସୀ ଫୁଲରୁ ଏକ ରସାୟନ ବାହାରିଥାଏ, ଯାହା ଅନେକ ବଡ଼ ବଡ଼ ରୋଗ ଭଲ କରିଦେଇଥାଏ।

୪) ତୁଳସୀରେ ଆଣ୍ଟି ଇନଫ୍ଲାମେଟୋରି ତତ୍ତ୍ୱ ରହିଛି। ଏହା ବ୍ୟତୀତ ଏହା ଶରୀରକୁ ଭିଟାମିନ୍ A, K, ମାଙ୍ଗାନିଜ୍ , କ୍ୟାଲସିୟମ୍ ଏବଂ ଆହୁରି ଅନେକ ଜରୁରୀ ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ।