ନୂଆଦିଲ୍ଲୀ: କରୋନା ଟିକା ନେଇଥିବା ଲୋକ ସୁରକ୍ଷିତ। କିନ୍ତୁ ତାଙ୍କଠାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ମଧ୍ୟ ରହିଛି। ଇଣ୍ଡିଆ ଟୁଡେ ଚ୍ୟାନେଲକୁ କରୋନା ବାବଦରେ ଲୋକଙ୍କୁ ସଚେତନତା କରାଇବାକୁ ଯାଇ ବିଶେଷଜ୍ଞମାନେ କହିଛନ୍ତି, ଦ୍ୱିତୀୟ ଡୋଜ ନେବା ପରେ ଅଧିକାଂଶ ଲୋକ ମାସ୍କ ପିନ୍ଧୁ ନାହାନ୍ତି କି ସାମାଜିକ ଦୂରତା ପାଳନ କରୁ ନାହାନ୍ତି। କରୋନା ନାକ, ପାଟି ଜରିଆରେ ସଂକ୍ରମିତ ହେଉଛି। ତେଣୁ ଟିକା ନେଇଥିବା ଲୋକ ମାସ୍କ ନପିନ୍ଧିଲେ ତାଙ୍କଠାରୁ ଅନ୍ୟ ଲୋକଙ୍କୁ କରୋନା ଭୂତାଣ ସଂକ୍ରମଣ କରିପାରେ। କାରଣ ଠିକ ଏହି କାରଣରୁ ଟିକା ନେବା ପରେ ମଧ୍ୟ ଜଣଙ୍କୁ କରୋନା ଭୂତାଣୁ ସଂକ୍ରମିତ ହୋଇପାରେ। ତେଣୁ ଯେଉଁମାନେ ମାସ୍କ ଓ ସାମଜିକ ଦୂରତା ପାଳନ କରୁ ନାହାନ୍ତି ସେମାନେ ଏହି ଭାଇରସର ଶିକାର ହେଉଛନ୍ତି।
ଦ୍ୱିତୀୟ ଟିକା ନେବାର ୨୦ ଦିନ ପରେ ଶରୀରରେ ସମ୍ପୂର୍ଣ୍ଣ ଆଣ୍ଚିବୋଡି ତିଆରି ହୁଏ। ଆଉ ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଯାଏ ଯାହାକି କରୋନା ସହିତ ଲଢ଼େଇ କରିବାକୁ ସହଯୋଗ କରେ। ଆଉ ସଂକ୍ରମିତ ହେଲେ କରୋନା ଭାଇରସ ଏତେଟା ପ୍ରଭାବ ଦେଖାଇ ପାରିବନି। ତେଣୁ ମାସ୍ପ ପିନ୍ଧିବା ଅନିର୍ବାର୍ଯ୍ୟ ବୋଲି ବିଶେଷଜ୍ଞ କହିଛନ୍ତି।
'ପ୍ରଥମ ଟିକା ନେବା ପରେ କରୋନା ସଂକ୍ରମିତ ହେଉଛି'
କୋଲକାତାର ସି.କେ ବିର୍ଲା ହସ୍ପିଟାଲର ପୁଲ୍ମୁନୋଳ୍ଝଇ ବିଭାଗର ମୁଖ୍ୟ ଡାକ୍ତର ରାଜ ଧର କହିଛନ୍ତି ଯେ ଧରାଯାଉ ଜଣେ ଲକ୍ଷଣ ବିହୀନ ବ୍ୟକ୍ତି ଟିିକା ନେଇଛନ୍ତି। ଟିକା ନେବା ପରେ ରୋଗ ପ୍ରତିରୋଧକ ଶକ୍ତି ପ୍ରଥମେ କମିଯିବ। ତେଣୁ ସେହି ବ୍ୟକ୍ତିଙ୍କ ବିରୋଧରେ ସ୍ୱଳ୍ପ ସମୟ ପାଇଁ କରୋନା ଅଧିକ ଶକ୍ତିଶାଳୀ ହୋଇଯିବ। ଟିକା ନେବା ଲୋକ ଲକ୍ଷଣ ବିହୀନ କରୋନା ସଂକ୍ରମିତ ହୋଇପାରିବେ। ତାଙ୍କଠାରୁ ଏହା ଅନ୍ୟମାନଙ୍କୁ ସଂକ୍ରମିତ ହୋଇପାରିବ।
'ଟିକା ରକ୍ତକୁ ସୁରକ୍ଷିତ ରଖୁଛି, ହେଲେ ନାକ ଓ ପାଟି ମୁକୁଳା ରହୁଛି'
ସେହିପରି ଡାକ୍ତର ଆଭିରାଲ ରୟ କହିଛନ୍ତି, ଯେତେବେଳେ ଭାଇରସ୍ ଆପଣଙ୍କ ଶରୀରରେ ପ୍ରବେଶ କରେ, ଏହା ନାକ ଦେଇ ପ୍ରବେଶ କରେ। ଏହାର ସାମ୍ପ୍ରତିକ ରୂପରେ ଥିବା ଟିକା ସଂକ୍ରମଣକୁ ପ୍ରତିରୋଧ କରେ ନାହିଁ। କାରଣ ଏହା ନାକରେ ଆଣ୍ଟିବଡି ସୃଷ୍ଟି କରେନାହିଁ। କିନ୍ତୁ ଜଣେ ସଂକ୍ରମିତ ହେଲେ ମଧ୍ୟ ଟିକା ନେବା ପରେ ରକ୍ତରେ ଭାଇରସ ଅଧିକ ପ୍ରଭାବଶାଳୀ ହୋଇପାରେ ନାହିଁ। କାରଣ ରକ୍ତରେ ଆଣ୍ଚି ବୋଡି ତିଆରି ହୋଇଯାଇଛି। ତେଣୁ ସଂକ୍ରମିତ ହେଉଥିବା ଜାଗାକୁ ମାସ୍କ ଓ ସାମାଜିକ ଦୂରତା ଜରିଆରେ ସୁରକ୍ଷିତ ରଖିବା ଆବଶ୍ୟକ।
ଏହି ଟିକା ନେବା ପରେ ଜଣେ ଅସୁସ୍ଥ ହୋଇପାରିବ କିନ୍ତୁ ଗୁରୁତର ହେବାରୁ ରକ୍ଷା ପାଇପାରିବ ବୋଲି ଡାକ୍ତର ଆଭିରାଲ ରୟ କହିଛନ୍ତି। ସେହିପରି ତାଙ୍କଠାରୁ ମଧ୍ୟ ଅନ୍ୟମାନେ ସଂକ୍ରମିତ ହେବାର ଆଶଙ୍କା ରହିଛି। ଏହି ଦୃଷ୍ଟିରୁ ଟିକା ନେବା ଲୋକ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ।