Advertisment

ଭୁଲ୍‌ରେ ବି ଫ୍ରିଜ୍‌ରେ ରଖନ୍ତୁନି ଏହି ସବୁ ଜିନିଷ, ହୋଇପାରେ ଭୟାନକ

ରୋଷେଇ ଘରେ ଫ୍ରିଜ ନଥିଲେ ଅଧୁରା ଲାଗେ। ରୋଷେଇ ଘରେ ଉପସ୍ଥିତ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଫ୍ରିଜ୍। ଆଜିର ସମୟରେ ଫ୍ରିଜ୍‌ ବିନା କାମ ଚଳାଇବା ବେଶ୍‌ କଷ୍ଟକର। ବିଶେଷକରି ଖରା ଦିନେ ଖାଦ୍ୟ ସାମଗ୍ରୀ ତାଜା ରଖିବା ପାଇ ସମସ୍ତ ଫ୍ରିଜ ଖୋଜିଥାନ୍ତି। ଅନେକ ଫଳ, ପନିପରିବା କିମ୍ବା ଖାଦ୍ୟ ସାମଗ୍ରୀକୁ ରେଫ୍ରିଜରେଟରରେ ରଖିବା ଦ୍ୱାରା ତାହା ଅନେକ ଦିନ ପର୍ଯ୍ୟନ୍ତ ସତେଜ ରୁହେ। କିନ୍ତୁ ଏଭଳି କିଛି […]

author-image
Madhupriya Mistry
ଭୁଲ୍‌ରେ ବି ଫ୍ରିଜ୍‌ରେ ରଖନ୍ତୁନି ଏହି ସବୁ ଜିନିଷ, ହୋଇପାରେ ଭୟାନକ

fridge

ରୋଷେଇ ଘରେ ଫ୍ରିଜ ନଥିଲେ ଅଧୁରା ଲାଗେ। ରୋଷେଇ ଘରେ ଉପସ୍ଥିତ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଫ୍ରିଜ୍। ଆଜିର ସମୟରେ ଫ୍ରିଜ୍‌ ବିନା କାମ ଚଳାଇବା ବେଶ୍‌ କଷ୍ଟକର। ବିଶେଷକରି ଖରା ଦିନେ ଖାଦ୍ୟ ସାମଗ୍ରୀ ତାଜା ରଖିବା ପାଇ ସମସ୍ତ ଫ୍ରିଜ ଖୋଜିଥାନ୍ତି। ଅନେକ ଫଳ, ପନିପରିବା କିମ୍ବା ଖାଦ୍ୟ ସାମଗ୍ରୀକୁ ରେଫ୍ରିଜରେଟରରେ ରଖିବା ଦ୍ୱାରା ତାହା ଅନେକ ଦିନ ପର୍ଯ୍ୟନ୍ତ ସତେଜ ରୁହେ। କିନ୍ତୁ ଏଭଳି କିଛି ଫଳ ପନି ପରିବା ରହିଛି ଯାହାକୁ ଫ୍ରିଜରେ ରଖିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଖରାପ ହୋଇପାରେ। ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଫ୍ରିଜରେ ରଖିବା ଉଚିତ୍ ନୁହେଁ।

Advertisment

ଟମାଟୋ- ସାଧାରଣତଃ ସମସ୍ତଙ୍କ ଘରେ ତରକାରୀ ହେଉ ଅବା କୌଣସି ସ୍ପେଶାଲ ଡିସ୍‌, ଏଥିରେ ଟମାଟୋକୁ ନିଶ୍ଚିତ ରୂପେ ବ୍ୟବହାର କରାଯାଏ। ଏଥିଲାଗୁ ଲୋକେ ଏକାଥରକେ ଅନେକଗୁଡିଏ ଟମାଟୋ କିଣି ଫ୍ରିଜ୍‌ରେ ଷ୍ଟୋର କରି ରଖନ୍ତି। କିନ୍ତୁ ଏଭଳି କରିବା ଭୟାନକ ହୋଇପାରେ। ଟମାଟୋକୁ ଫ୍ରିଜ୍‌ରେ ରଖି ଆଦୌ ଉଚିତ ନୁହେଁ। ଫ୍ରିଜରୁ ବାହାରୁଥିବା ଥଣ୍ଡା ପବନ ଯୋଗୁଁ ଟମାଟୋ ଭିତରୁ ସଢ଼ିବାକୁ ଲାଗେ। ଏଭଳି ପରିସ୍ଥିତିରେ କେଉଁଟି ସତେଜ ଅଛି ତାହା ଜଣାପଡେ ନାହିଁ। ଅଜାଣତାରେ ଖରାପ ଟମାଟୋକୁ ମଧ୍ୟ ଲୋକେ ଖାଇ ନିଅନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇପାରେ।

କଦଳୀ-କଦଳୀକୁ ଫ୍ରିଜରେ ରଖିବା ଉଚିତ୍ ନୁହେଁ । କଦଳୀକୁ ଫ୍ରିଜରେ ରଖିବା ଦ୍ୱାରା ଏହା ଶୀଘ୍ର ପଚି ଯାଏ ଏବଂ କଳା ପଡିଯାଏ । କେବଳ ସେତିକି ନୁହେଁ ଫ୍ରିଜରେ ରଖାଯାଇଥିବା କଦଳୀ ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ବିଗିଡି ପାରେ। କଦଳୀ ସହ ମିଶାଇ ରଖାଯାଇଥିବା ଅନ୍ୟ ଫଳ ଏବଂ ପନିପରିବା ମଧ୍ୟ ନଷ୍ଟ ହୋଇ ଯାଇପାରେ।

Advertisment

ମହୁ- ଔଷଧୀୟ ଗୁଣରେ ଭରପୂର ମହୁକୁ ଅନେକ ଖାଦ୍ୟରେ ବ୍ୟବହାର କରାଯାଏ। ତଥାପି, ବହୁତ କମ୍ ଲୋକ ପ୍ରତିଦିନ ମହୁ ବ୍ୟବହାର କରନ୍ତି। କିଛି ଲୋକ ନଷ୍ଟ ହେବା ଭୟରେ ଫ୍ରିଜରେ ମହୁକୁ ରଖିବା ଠିକ୍‌ ବୋଲି ଭାବନ୍ତି। କିନ୍ତୁ ଏହା କରିବା ଉଚିତ ନୁହେଁ, କାରଣ ଫ୍ରିଜରେ ରଖିବା ଦ୍ୱାରା ମହୁରେ ସ୍ଫଟିକ ସୃଷ୍ଟି ହେବା ଆରମ୍ଭ କରେ। ଫଳରେ ଏହାର ସ୍ୱାଦ ଖରାପ ହୋଇଯାଏ। ଏଭଳି ମହୁ ଖାଇବା ଦ୍ୱାରା ଆପଣ ଅସୁସ୍ଥ ମଧ୍ୟ ହୋଇପାରନ୍ତି।

ଆଳୁ ଏବଂ ପିଆଜ- କିଛି ଲୋକ ତୁ ଅନ୍ୟ ପନିପରିବା ସହିତ ଫ୍ରିଜରେ ଆଳୁ ମଧ୍ୟ ରଖନ୍ତି । ଫ୍ରିଜରେ ରଖାଯାଇଥିବା ଆଳୁ ଖାଇବା ମଧୁମେହ ରୋଗୀଙ୍କ ପାଇଁ ସାଂଘାତିକ ହୋଇପାରେ। ଅତ୍ୟଧିକ ଥଣ୍ଡରେ ରହିବା ଦ୍ୱାରା ଆଳୁରେ ଥିବା ଷ୍ଟାର୍ଚ ଚିନିରେ ପରିଣତ ହୁଏ। ଆଳୁକୁ ଫ୍ରିଜରେ ରଖିବା ପରିବର୍ତ୍ତେ ଏକ କାଗଜରେ ଗୁଡାଇ ଖୋଲା ସ୍ଥାନରେ ରଖନ୍ତୁ। ଏହା ବ୍ୟତୀତ ପିଆଜକୁ କେବେବି ଫ୍ରିଜରେ ରଖିବା ଉଚିତ୍ ନୁହେଁ।