Advertisment

ଭୂତାଣୁକୁ ଦେଉଛି ଚ୍ୟାଲେଞ୍ଜ : ମୃତ୍ୟୁମୁଖରୁ ବଞ୍ଚାଉ ଥିବା କ’ଣ ଏହି ECMO ମେସିନ୍‌

ଭୁବନେଶ୍ୱରର(ଓଡ଼ିଶା ରିପୋର୍ଟର): ପ୍ରଥମେ ପୂର୍ବତନ ଏମଏଲଏ ନବୀନ ନନ୍ଦଙ୍କ ପୁଅ ସମ୍ବିତ ନନ୍ଦ, ପରେ ବ୍ରହ୍ମପୁରର ଅମ୍ରିତ ପ୍ରଧାନ ଏବେ  ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଆଉ ଭଦ୍ରକର ଅଭିଷେକ ମହାପାତ୍ର। ଏ ସମସ୍ତଙ୍କ ଚିକିତ୍ସାପାଇଁ ଇକମୋ ମେସିନ ଆବଶ୍ୟକ। କରୋନାର ଦ୍ୱିତୀୟ ଲହର ଲୋକଙ୍କ ମନରେ ନାହିଁ ନଥିବା ଭୟ ସୃଷ୍ଟି କରିଛି। ବିଶେଷକରି ଦ୍ୱିତୀୟ ଲହରରେ ବହୁ ଲୋକଙ୍କର ଜୀବନ ଚାଲି ଯାଉଛି। ଏହା ସିଧାସଳଖ ରୋଗୀଙ୍କର ଫୁସଫୁସକୁ ଆକ୍ରମଣ କରୁଛି। କିଛି ଦିନ […]

author-image
Tapas Behera
ଅଦ୍ୟତନ ହୋଇଛି
ଭୁବନେଶ୍ୱର ଏମ୍ସରେ ପହଞ୍ଚିଲା ବହୁଚର୍ଚ୍ଚିତ ECMO ମେସିନ୍

ECMO Machine

ଭୁବନେଶ୍ୱରର(ଓଡ଼ିଶା ରିପୋର୍ଟର): ପ୍ରଥମେ ପୂର୍ବତନ ଏମଏଲଏ ନବୀନ ନନ୍ଦଙ୍କ ପୁଅ ସମ୍ବିତ ନନ୍ଦ, ପରେ ବ୍ରହ୍ମପୁରର ଅମ୍ରିତ ପ୍ରଧାନ ଏବେ  ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଆଉ ଭଦ୍ରକର ଅଭିଷେକ ମହାପାତ୍ର। ଏ ସମସ୍ତଙ୍କ ଚିକିତ୍ସାପାଇଁ ଇକମୋ ମେସିନ ଆବଶ୍ୟକ। କରୋନାର ଦ୍ୱିତୀୟ ଲହର ଲୋକଙ୍କ ମନରେ ନାହିଁ ନଥିବା ଭୟ ସୃଷ୍ଟି କରିଛି। ବିଶେଷକରି ଦ୍ୱିତୀୟ ଲହରରେ ବହୁ ଲୋକଙ୍କର ଜୀବନ ଚାଲି ଯାଉଛି। ଏହା ସିଧାସଳଖ ରୋଗୀଙ୍କର ଫୁସଫୁସକୁ ଆକ୍ରମଣ କରୁଛି। କିଛି ଦିନ ଭିତରେ ନେଇ ଯାଉଛି ଜୀବନ। ଏଭଳି ରୋଗୀଙ୍କ ପ୍ରାଣ ରକ୍ଷା ପାଇଁ ଓଡ଼ିଶାରେ ଇକମୋ ECMO (Extracorporeal membrane oxygenation) ଚିକିତ୍ସା ସୁବିଧା ନଥିବାରୁ ବହୁ ସଙ୍କଟାପନ୍ନ ରୋଗୀଙ୍କୁ ରାଜ୍ୟ ବାହାରକୁ ଏୟାରଲିଫ୍ଟିଙ୍ଗ୍ କରିବାକୁ ପଡୁଛି। ତେବେ  କଣ ଏହି ଇକମୋ ମେସିନ ଜାଣନ୍ତୁ।

Advertisment

ଯେତେବେଳେ ଜଣେ ରୋଗୀଙ୍କର ହାର୍ଟ କିମ୍ବା ଫୁସ୍‌ଫୁସ୍‌ ଫେଲ ହୋଇଯାଏ ସେମାନଙ୍କ ପାଇଁ ଏହି ମେସିନ୍‌ ଆବଶ୍ୟକ ହୋଇଥାଏ। ଏହାକୁ ଏକ ସାମୟିକ ତଥା ଟେମ୍ପରାରି କୁତ୍ରିମ ଫୁସ୍‌ଫୁସ୍‌  ଏବଂ ହାର୍ଟ ବୋଲି କୁହାଯାଇପାରିବ। ବିଶେଷ କରି ଏବେ କରୋନା ହେଉ କିମ୍ବା ସ୍ୱାଇନ୍‌ ଫ୍ଲୁ  ଏଥିରେ ଆକ୍ରାନ୍ତ ହେଉଥିବା କିଛି ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ  ହେଉଛି । ସେମାନଙ୍କ ଫୁସ୍‌ଫୁସ୍‌ ଫଙ୍କସନ୍  ବନ୍ଦ ଅବସ୍ଥାକୁ ଚାଲିଯାଏ। ଏହି ବର୍ଗର ରୋଗୀଙ୍କ ଇକମୋ ଟ୍ରିଟ୍‌ମେଣ୍ଟ ଆବଶ୍ୟକ ହୋଇ ଥାଏ। ଯାହା ସେମାନଙ୍କ ପାଇଁ ଲାଭଦାୟକ ଚିକିତ୍ସା ହୋଇ ଥାଏ ।  ଏହି ଇକମୋ ମେସିନ ଶରୀରରୁ ରକ୍ତ ନେଇ ତାକୁ ନିର୍ମଳ କରିଥାଏ ଏବଂ ନୂଆ ଅକ୍ସିଜେନ ସେଇ ରକ୍ତରେ ଭରି ଶରୀରକୁ ପ୍ରବାହିତ କରିଥାଏ।  ରୋଗୀମାନଙ୍କୁ ଏହି ସମୟରେ ଆଇସିୟୁରେ ରଖାଯାଇଥାଏ। ଏହା ଏକ ସମ୍ବେଦନଶୀଳ ଚିକିତ୍ସା ପଦ୍ଧତି।

ଏହି ଚିକତ୍ସା ପାଇଁ ଅଭିଜ୍ଞ ଥିବା ଡାକ୍ତରୀ ଦଳ ରୋଗୀର ଫୁସଫୁସ୍, ବ୍ରେନ୍, କିଡନୀ, ଲିଭର ସବୁ ଅନୁଧ୍ୟାନ କରିଥାନ୍ତି। ଫୁସ୍‌ଫୁସ୍‌ ରିକଭର କରିବା ପର୍ଯ୍ୟନ୍ତ ରୋଗୀକୁ ଏହି ଇକମୋ ମେସିନରେ ଚିକିତ୍ସା ଜାରି ରହିଥାଏ। ବିଶେଷ କରି ଯେଉଁମାନଙ୍କର ଫୁସଫୁସ୍‌ ସଂକ୍ରମିତ ହୋଇଥାଏ କିମ୍ବା ଫୁସଫୁସ୍‌ ଅକ୍ସିଜେନ ଗ୍ରହଣ କରିବାର ଅକ୍ଷମ ହୋଇଯାଏ ସେମାନଙ୍କୁ ଏଭଳି ଉଚ୍ଚମାନର ଚିକିତ୍ସା ଆବଶ୍ୟକ  ହୋଇଥାଏ।  ବିଶେଷକରି ଏହି ରୋଗରେ ରିକଭରି ପାଇଁ ଟିକେ ଅଧିକ ଦିନ ଲାଗିଥାଏ। ଏହି ସମୟରେ ଏହି ଇକମୋ ମେସିନ୍ ଅକ୍ସିଜେନକୁ ସିଧାସଳଖ ବ୍ଲଡ ଭିତରକୁ ଏଣ୍ଟ୍ରି କରାଏ ଏବଂ ପରେ ଏହା ପୂରା ଶରୀରକୁ ପ୍ରବାହିତ କରିଥାଏ।  ଯଦି ଇକମୋ ମେସିନ୍ଠି କ୍ ସମୟରେ ଯୋଗେଇ ଦିଆଯାଏ ତେବେ ରୋଗୀ ଭଲ ହେବାର ଅଧିକ ଚାନ୍ସ ଥାଏ ବୋଲି ବିଶେଷଜ୍ଞମାନେ କୁହନ୍ତି।

Advertisment