Advertisment

ବ୍ରାଉନ୍‌ ବ୍ରେଡ ବନାମ ହ୍ୱାଇଟ୍‌ ବ୍ରେଡ୍‌: କେତେ ଭଲ କେତେ ଖରାପ

ସ୍ୱାସ୍ଥ୍ୟକୁ ନେଇ ପ୍ରାୟତଃ ସମସ୍ତେ ସଚେତନ। କେବଳ ସୁନ୍ଦରତାକୁ ଦେଖି ଖାଦ୍ୟ ଚୟନ କରାଯାଏ ନାହିଁ, ଖାଇବା ପୂର୍ବରୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ କେତେ ଭଲ କେତେ ଖରାପ ତାହା ମଧ୍ୟ ଚିନ୍ତା କରିବାକୁ ପଡେ। ଆଜିକାଲି ଲୋକେ ଅଧିକାଂଶ ହ୍ୱାଇଟ୍‌ ବ୍ରେଡକୁ ରିଜେକ୍ଟ କରି ବ୍ରାଉନ ବ୍ରେଡ୍‌କୁ ବାଛିଲେଣି। ତେବେ କାହିଁକି ଲୋକେ ହ୍ୱାଇଟ୍‌ ବ୍ରେଡ ବଦଳରେ ବ୍ରାଉନ ବ୍ରେଡ୍‌ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି, ଆସନ୍ତୁ ଜାଣିବା। ଜଣାଶୁଣା ଆୟୁର୍ବେଦିକ ଡାକ୍ତର ଅବରାର […]

ଅଦ୍ୟତନ ହୋଇଛି
ବ୍ରାଉନ୍‌ ବ୍ରେଡ ବନାମ ହ୍ୱାଇଟ୍‌ ବ୍ରେଡ୍‌: କେତେ ଭଲ କେତେ ଖରାପ

white-bread

Advertisment

ସ୍ୱାସ୍ଥ୍ୟକୁ ନେଇ ପ୍ରାୟତଃ ସମସ୍ତେ ସଚେତନ। କେବଳ ସୁନ୍ଦରତାକୁ ଦେଖି ଖାଦ୍ୟ ଚୟନ କରାଯାଏ ନାହିଁ, ଖାଇବା ପୂର୍ବରୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ କେତେ ଭଲ କେତେ ଖରାପ ତାହା ମଧ୍ୟ ଚିନ୍ତା କରିବାକୁ ପଡେ। ଆଜିକାଲି ଲୋକେ ଅଧିକାଂଶ ହ୍ୱାଇଟ୍‌ ବ୍ରେଡକୁ ରିଜେକ୍ଟ କରି ବ୍ରାଉନ ବ୍ରେଡ୍‌କୁ ବାଛିଲେଣି। ତେବେ କାହିଁକି ଲୋକେ ହ୍ୱାଇଟ୍‌ ବ୍ରେଡ ବଦଳରେ ବ୍ରାଉନ ବ୍ରେଡ୍‌ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି, ଆସନ୍ତୁ ଜାଣିବା।

Advertisment

Sensory properties of wheat varieties being ignored

  • ଜଣାଶୁଣା ଆୟୁର୍ବେଦିକ ଡାକ୍ତର ଅବରାର ମୁଲତାନିଙ୍କ କହିବା ମୁତାବକ, ବାସ୍ତବରେ ମାରାତ୍ମକ ରେଜେଣ୍ଟସ୍ ପୋଟାସିୟମ୍ ବ୍ରୋମେଟ୍ ଏବଂ ପୋଟାସିୟମ୍ ଆୟୋଡାଇଡ୍‌ ହ୍ୱାଇଟ୍‌ ବ୍ରେଡ୍‌ରେ ମିଶାଯାଇଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।
  • ବ୍ରାଉନ୍‌ ବ୍ରେଡ୍‌ରେ ହ୍ୱାଇଟ୍‌ ବ୍ରେଡ୍‌ ତୁଳନାରେ ଅଧିକ ପୋଷକ ତତ୍ତ୍ୱ ରହିଛି। ହ୍ୱାଇଟ୍‌ ବ୍ରେଡ୍‌କୁ ଖାଇବା ମାତ୍ରେ ବ୍ଲଡ ସୁଗାର ଲେବୁଲ ଓ ଇନ୍‌ସୁଲିନ୍‌ ଦ୍ରୁତ ଗତିରେ ବଢ଼ିଥାଏ। ପ୍ରତି ଦିନ ଦୁଇ ଖଣ୍ଡରୁ ଅଧିକ ହ୍ୱାଇଟ୍‌ ବ୍ରେଡ୍‌ ଖାଉଥିବା ବ୍ୟକ୍ତିଙ୍କ ଓଜନ ବଢ଼ିବା ଆଶଙ୍କା ୪୦% ଅଧିକ ରହିଛି।
  • ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ ଏନ୍‌ଭିରୋମେଣ୍ଟର (CSE) ଏକ ଅଧ୍ୟୟନ ଅନୁଯାୟୀ ସମସ୍ତ ପ୍ରକାରର ବ୍ରେଡ୍‌ (ଧଳା, ବାଦାମୀ, ମଲ୍ଟିଗ୍ରେନ୍, ଗହମ, ବନ୍ ଏବଂ ପିଜା ବେସ୍) ରେ କର୍ସିନୋଜେନ୍ସ କେମିକାଲ ପଦାର୍ଥ ଥାଏ ଯାହା କ୍ୟାନ୍‌ସର ଏବଂ ଥାଇରଏଡ୍ ରୋଗର କାରଣ ହୋଇଥାଏ। ବଜାରରେ ବିକ୍ରି ହେଉଥିବା ସମସ୍ତ ବ୍ରେଡ୍‌ ନମୂନା ମଧ୍ୟରୁ ୮୪% ରେ ପୋଟାସିୟମ୍ ବ୍ରୋମେଟ୍ ଏବଂ ପୋଟାସିୟମ୍ ଆୟୋଡାଇଡ୍‌ ଥାଏ। ଏହି ଅକ୍ସିଡାଇଜିଙ୍ଗ ଏଜେଣ୍ଟଗୁଡିକୁ ଅନେକ ଦେଶରେ ବ୍ୟାନ୍‌ କରାଯାଇଛି। ଏହାର ବ୍ୟବହାର ବ୍ରେଡ୍‌କୁ ଫୁଲାଇବା, ନରମ ଏବଂ ଏକ ଭଲ ଫିନିସିଂ ଦେବା ପାଇଁ କରାଯାଏ।
  • ହ୍ୱାଇଟ୍‌ ବ୍ରେଡ୍‌କୁ ତିଆରି କରିବା ବେଳେ ଗହମରୁ ଚୋକଡ ଅଂଶ ଏବଂ ମଞ୍ଜିକୁ ବାହାର କରିଦିଆଯାଏ ଏବଂ ପୋଟାସିୟମ୍, ବ୍ରୋମେଟ୍, ବେନୋଜୋଏଲ୍ ପେରକ୍ସାଇଡ୍ ଏବଂ କ୍ଲୋରାଇନ୍ ଡାଇଅକ୍ସାଇଡ୍ ସହ ବ୍ଲିଚ୍ ମିଶାଇ ଦିଆଯାଏ। ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇପାରେ।
  •  ଅନ୍ୟପକ୍ଷରେ ବ୍ରାଉନ ବ୍ରେଡ ତିଆରି କରିବାବେଳେ, ଗହମର ଚୋକଡ ଅଂଶକୁ କାଢ଼ାଯାଏ ନାହିଁ। ଯେଉଁଥିପାଇଁ ବ୍ରାଉନ୍ ବ୍ରେଡ୍‌ରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe