ଶରୀରରେ ‘ସଲମାନେଲା ଟାଇଫି’ ନାମକ ଜୀବାଣୁ ସଂକ୍ରମଣ ହେଲେ ଟାଇଫଏଡ ଜ୍ୱର ହୋଇଥାଏ । ଏହି ରୋଗ ହେଲେ ମଣିଷ ଶରୀରର ରକ୍ତ କମିଯାଏ ଏବଂ ପ୍ରତିରକ୍ଷା ପ୍ରଣାଳି ଓ ଯକୃତ ଠିକ୍ ଭାବ କାମ କରେନି । ଟାଇଫଏଡ ଯୋଗୁଁ ଅନେକଙ୍କ ଝାଡା ହେବା ଭଳି ସମସ୍ୟା ଦେଖାଯାଏ । ଏଥିପାଇଁ ଟାଇଫଏଡ ରୋଗୀଙ୍କୁ ଡାକ୍ତରମାନେ ଏକ ନିର୍ଦ୍ଦିଷ୍ଟ ଡାଏଟ ଫଲୋ କରିବାକୁ ପରାମର୍ଶ ଦେଇଥାନ୍ତି । ତେବେ ଟାଇଫଏଡ ହୋଇଥିଲେ କ’ଣ ସବୁ ଖାଇବା ଉଚିତ ଆସନ୍ତୁ ଜାଣିବା ।
- ଟାଇଫଏଡରେ ରୋଗୀଙ୍କୁ ଶୋଷ ହୁଏନି । ତେଣୁ ଡିଇହାଇଡ୍ରେସନ ଭଳି ସମସ୍ୟା ଦେଖାଯାଏ। ଏହି ସମୟରେ ରୋଗୀଙ୍କୁ ଯଥାସମ୍ଭବ ତରଳ ଖାଦ୍ୟ ଖାଇବା ଉଚିତ । ପ୍ରତିଦିନ ଅତିକମରେ ୮ ଗ୍ଲାସ ପାଣି ପିଅନ୍ତୁ । ଟାଇଫଏଡ ରୋଗୀଙ୍କ ପାଇଁ ନଡିଆ ପାଣି ତଥା ପଇଡ ପିଇବା ଅତ୍ୟନ୍ତ ଲାଭଦାୟକ ।
- କାର୍ବୋହାଇଡ୍ରେଟ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ଟାଇଫଏଡ ରୋଗୀଙ୍କୁ ଲଭା ମିଳିଥାଏ । ତେଣୁ ସିଝା ଆଳୁ ତଥା ଭାତ ଖାଇପାରିବେ। ଏଥିରେ କାର୍ବୋହାଇଡ୍ରେଟ ଭରପୁରା ମାତ୍ରାରେ ରହିଛି ।
- ଟାଇଫଏଡ୍ ଜ୍ୱରରୁ ମୁକ୍ତି ପାଇବା ପାଇଁ କିସମିସ୍ ସବୁଠୁ ଭଲ ଖାଦ୍ୟ । ଏହାକୁ ଔଷଧ ରୂପେ ବ୍ୟବହାର କରାଯାଏ । କିସମିସରେ ସନ୍ଧର୍ଭ ଲୁଣ ମିଶାଇ ଅବା ଏହାକୁ ଅଳ୍ପ ଭାଜି ଖାଇବା ଦ୍ୱାରା ଜ୍ୱର କମ ହୋଇଥାଏ । ଯଦି ଜ୍ୱର ଅଧିକ ବଢ଼େ ତେବେ ୪ରୁ ୫ଟି କିସମିସକୁ ଭାଜି ପ୍ରତିଦିନ ଖାଇପାରିବେ ।
- ଟାଇଫଏଡ୍ ଜ୍ୱରରେ ରୋଗୀ ବହୁତ ଦୁର୍ବଳତା ଅନୁଭବ କରନ୍ତି । ଏପରି ପରିସ୍ଥିତିରେ ଶରୀରକୁ ଶକ୍ତି ଯୋଗାଇବା ପାଇଁ ଦୁଗ୍ଧଜାତ ଦ୍ରବ୍ୟଗୁଡ଼ିକ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ହୁଏ । ଶରୀରକୁ ଶକ୍ତି ଦେବା ପାଇଁ ଆପଣ ଦହି ଭଳି ଅନ୍ୟ ଦୁଗ୍ଧଜାତ ଦ୍ରବ୍ୟ ଖାଇପାରିବେ।
- ଟାଇଫଏଡ୍ ଜ୍ୱରରେ ଡାକ୍ତର ରୋଗୀଙ୍କୁ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦିଅନ୍ତି । ବାସ୍ତବରେ, ଏହି ଜ୍ୱରରେ ଜଣେ ବ୍ୟକ୍ତିର ଶରୀର ଦୁର୍ବଳ ହୋଇଯାଏ ଏବଂ ଧୀରେ ଧୀରେ ଓଜନ ମଧ୍ୟ କମିବାକୁ ଲାଗେ । ଏପରି ସ୍ଥିତିରେ ଶରୀରକୁ ଶକ୍ତି ଦେବା ପାଇଁ ଉଚ୍ଚ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ଉଚିତ। ଆପଣ କଦଳୀ, ମିଠା ଆଳୁ ବା କନ୍ଧମୂଳ ଏବଂ ପନିର କିମ୍ବା ବଟର ଭଳି ଖାଦ୍ୟ ଖାଇପାରିବେ।