Advertisment

ଦିନରେ ଗୋଟିଏ ସେଓ ରଖିବ ଆପଣଙ୍କ ହୃଦୟକୁ ସୁସ୍ଥ

ଭୁବନେଶ୍ୱର: ବର୍ତ୍ତମାନ ସମୟରେ କହିହେବ ନାହିଁ କେବଳ ବୃଦ୍ଧାବସ୍ଥାରେ ହିଁ ଜଣେ ରୋଗର ଶିକାର ହେବ। ବର୍ତ୍ତମାନର ଜୀବନଶୈଳୀରେ ଏତେ ମାତ୍ରାରେ ପରିବର୍ତ୍ତନ ଆସିଛି ଯେ, ଦୁର୍ବଳ ହୃଦୟ ବା ହୃଦ ରୋଗୀ ସଂଖ୍ୟା ବଢ଼ିବାକୁ ଲାଗିଛି। ଏହି ବର୍ଦ୍ଧିତ ରୋଗୀ ସଂଖ୍ୟାରେ କେବଳ ବୟସ୍କ ଲୋକ ନୁହେଁ ଛୋଟ ପିଲା ଠାରୁ ଆରମ୍ଭ କରି ଯୁବକ ଗୋଷ୍ଠୀ ମଧ୍ୟ ରହିଛନ୍ତି। ପ୍ରାରମ୍ଭିକ ସମୟରେ ରକ୍ତ ଚାପର କମ୍ ବେଶୀ ହେବା ଭବିଷ୍ୟତରେ ହୃଦ୍‌ ଜନିତ ରୋଗର […]

author-image
Rakesh Mallick
ଅଦ୍ୟତନ ହୋଇଛି
ଦିନରେ ଗୋଟିଏ ସେଓ ରଖିବ ଆପଣଙ୍କ ହୃଦୟକୁ ସୁସ୍ଥ

look-after-your-heart

ଭୁବନେଶ୍ୱର: ବର୍ତ୍ତମାନ ସମୟରେ କହିହେବ ନାହିଁ କେବଳ ବୃଦ୍ଧାବସ୍ଥାରେ ହିଁ ଜଣେ ରୋଗର ଶିକାର ହେବ। ବର୍ତ୍ତମାନର ଜୀବନଶୈଳୀରେ ଏତେ ମାତ୍ରାରେ ପରିବର୍ତ୍ତନ ଆସିଛି ଯେ, ଦୁର୍ବଳ ହୃଦୟ ବା ହୃଦ ରୋଗୀ ସଂଖ୍ୟା ବଢ଼ିବାକୁ ଲାଗିଛି। ଏହି ବର୍ଦ୍ଧିତ ରୋଗୀ ସଂଖ୍ୟାରେ କେବଳ ବୟସ୍କ ଲୋକ ନୁହେଁ ଛୋଟ ପିଲା ଠାରୁ ଆରମ୍ଭ କରି ଯୁବକ ଗୋଷ୍ଠୀ ମଧ୍ୟ ରହିଛନ୍ତି। ପ୍ରାରମ୍ଭିକ ସମୟରେ ରକ୍ତ ଚାପର କମ୍ ବେଶୀ ହେବା ଭବିଷ୍ୟତରେ ହୃଦ୍‌ ଜନିତ ରୋଗର ସମସ୍ୟା ସୃଷ୍ଟି କରେ।

Advertisment

ଯଦି ପ୍ରତିଦିନର ଖାଦ୍ୟରେ ଗୋଟିଏ ସେଓ ଖାଆନ୍ତି ତେବେ ଏପରି ରୋଗ ହେବାର ଆଶଙ୍କା ବହୁ ପରିମାଣରେ କମିଯିବ। ପ୍ରତିଦିନ ଗୋଟିଏ ସେଓ ଖାଇବା ଦ୍ୱାରା ଶରୀରରେ ଇଲେକ୍ଟ୍ରାଲାଇଟ ସନ୍ତୁଳିତ ହୋଇ ରୁହେ। ସେଓରେ ଥିବା ଫାଇବର ଏବଂ ଭିଟାମିନ୍ ଶରୀରରେ ପୋଷକ ତତ୍ତ୍ୱକୁ ବଢ଼ାଏ।

ଯଦି ଶରୀରରେ ହଠାତ୍ ରକ୍ତଚାପ ମାତ୍ରା କମିଯାଏ, ତେବେ ତୁରନ୍ତ ଗୋଯିଏ ସେଓ ଖାଆନ୍ତୁ। ଏପରି କରିବା ଦ୍ୱାରା ଶରୀରକୁ ତରନ୍ତ ଶକ୍ତି ମିଳିବା ସହ ରକ୍ତ ଚାପରେ ସ୍ଥିରତା ଆସେ। ଏହା ଶରୀରରେ ସୋଡିୟମର ମାତ୍ରା ବଢ଼ାଇ ବୃକକ୍‌ରେ ଏହାର ଖରାପ ପ୍ରଭାବ ପକାଇବାକୁ ଦିଏ ନାହିଁ। ମଧୁମେହ ରୋଗୀ ମଧ୍ୟ ପ୍ରତିଦିନ ଗୋଟେ ସେଓ ଖାଇପାରିବେ। ସେଓ କୁ ଦିନ ସମୟରେ ଖାଇବା ହିଁ ସ୍ୱାସ୍ଥ୍ୟ ପକ୍ଷେ ଭଲ। ରାତି କିମ୍ବା ଶୋଇବା ସମୟରେ ଖାଇବେ ନାହିଁ।

Advertisment