/odisha-reporter/media/post_attachments/uploads/2020/12/climb-stairs.jpg)
climb-stairs
ସାଧାରଣତଃ ଶିଡି ଚଢ଼ିଲା ବେଳେ ହାର୍ଟ ବିଟ୍ ବଢ଼ିଯାଏ । ଧଇଁସଇଁ ଲାଗେ। ଛାତି ଧଡ ଧଡ ମଧ୍ୟ ହୁଏ। ଏହାକୁ ନେଇ ବେଳେ ବେଳେ ଆମେ ଚିନ୍ତିତ ହୋଇଯାଉ । କାଳେ କ’ଣ ହୃଦରୋଗ ସମନ୍ଧୀୟ ସମସ୍ୟା ରହିଛି କି ବୋଲି ଭାବିଥାଉ। ବେଳେ ବେଳେ ଅନେକ ଲୋକ ଏହାକୁ ନେଇ ଡାକ୍ତରଙ୍କ ସହ ପରାମର୍ଶ ମଧ୍ୟ କରିଥାନ୍ତି । ତେବେ ଆପଣଙ୍କ ହାର୍ଟ କେତେ ସୁସ୍ଥ ଅଛି, ତାହା ଆପଣା ନିଜେ ଖୁବ ସହଜରେ ଜାଣିପାରିବେ। ଶିଡି ଚଢ଼ିବାବେଳେ ଜଣାପଡିବ ଆପଣଙ୍କ ହାର୍ଟ କେତେ ସୁସ୍ଥ ଅଛି । ନିକଟରେ ସ୍ପେନର କିଛି ବୈଜ୍ଞାନିକମାନେ କରିଥିବା ଏକ ରିସର୍ଚ୍ଚରୁ ଏହା ଜଣାପଡିଛି।/odisha-reporter/media/post_attachments/wp-content/uploads/2020/12/stair.jpg)
ଗବେଷଣା ମୁତାବକ, ଯଦି ଆପଣ ଏକ ମିନିଟ ଭିତରେ ୬୦ଟି ପାହାଚ ଚଢ଼ିପାରନ୍ତି ତେବେ ଆପଣଙ୍କ ହାର୍ଟ ପୁରାପୁରି ସୁସ୍ଥ ଅଛି । ସ୍ପେନର କାର୍ଡିଓଲଜିଷ୍ଟ ଡାକ୍ତର ଜିସସ ପେଟେଇରୋଙ୍କ କହିବା ମୁତାବକ, ଶିଡି ଚଢ଼ିବା ହେଉଛି ହାର୍ଟ ପରୀକ୍ଷା କିରିବାର ଏକ ସହଜ ଉପାୟ । ଯଦି ଆପଣଙ୍କୁ ୬୦ଟି ପାହାଚ ଚଢ଼ିବା ପାଇଁ ଦେଢ଼ ମିନିଟରୁ ଅଧିକ ସମୟ ଲାଗୁଛି, ତେବେ ଆପଣଙ୍କ ହାର୍ଟ ସୁସ୍ଥ ନାହିଁ । ଖୁବଶୀଘ୍ର ଆପଣ ଏନେଇ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।/odisha-reporter/media/post_attachments/wp-content/uploads/2020/12/heart.jpg)
୧୬୫ ଲୋକଙ୍କୁ ନେଇ ଏକ ପରୀକ୍ଷା କରାଯାଇଥିଲା। ଏଥିରେ ଲୋକଙ୍କ ମେଟାବଲିକ ଇକ୍ୱିଭେଲେଣ୍ଟ ମାପିବା ପାଇଁ ଏକ୍ସରସାଇଜ କ୍ଷମତା ଅନୁସାରେ ଟ୍ରେଡମିଲରେ ଦୌଡିବାକୁ କୁହାଗଲା। କିଛି ସମୟ ଆରାମ ନେବା ପରେ ଦ୍ରୁତଗତି ୬୦ଟି ପାହାଚ ଚଢ଼ିବା ପାଇଁ କୁହାଯାଇଥିଲା । ଏଥିରୁ ଜଣାପଡିଥିଲା ଯେ, ଯେଉଁ ବ୍ୟକ୍ତିମାନ ୧ ମିନିଟରୁ କମ ସମୟ ମଧ୍ୟରେ ୬୦ଟି ପାହାଚ ଚଢ଼ିଛନ୍ତି ସେମନାଙ୍କ ମେଟାବଲିକ ଇକ୍ୱିଭେଲେଣ୍ଟ ୯ରୁ ୧୦ ଥିଲା । ଯେଉଁମାନେ ୬୦ ପାହାଚ ଚଢ଼ିବା ପାଇଁ ୧.୫ ମିନିଟରୁ ଅଧିକ ସମୟ ନେଇଥିଲେ ସେମନାଙ୍କ ୮ରୁ ମଧ୍ୟ କମ୍ ମେଟାବଲିକ ଇକ୍ୱିଭେଲେଣ୍ଟ ଥିବା ଜଣାପଡିଥିଲା। ଏମାନଙ୍କ ହାର୍ଟ ଭଲଭାବ ଫଙ୍କସନ ମଧ୍ୟ ହେଉନଥିବା ଜଣାପଡିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
