/odisha-reporter/media/post_attachments/uploads/2017/05/fast-foof-1.jpg)
fast-foof-1
ନୂଆଦିଲ୍ଲୀ: କେବଳ ଯ଼େ ଯ଼ୁବପୀଢି ତା’ ନୁହେଁ ଆଜିକାଲି ପ୍ରାୟ ସମସ୍ତଙ୍କର ପ୍ରଥମ ପସନ୍ଦ ଫାଷ୍ଟ ଫୁଡ୍ । ଅତି ସୁଆଦିଆ ଲାଗୁଥିବା ଏହି ଖାଦ୍ୟ ଏବେ ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇଛି। କହିବାକୁ ଗଲେ ଫାଷ୍ଟ ଫୁଡ୍ରେ ଖାଲି ବିଷ ଭରି ରହିଛି । ସେପଟେ ଏହି ଖାଦ୍ୟରେ ହେଉଥିବା ବେଧଡ଼କ୍ ଅପମିଣ୍ରକୁ ରୋକିବା ପରିବର୍ତ୍ତେ ସରକାର ଲୋକଙ୍କ ଉପରେ ଅଧିକ ବୋଝ ଲଦିବାକୁ ଯାଉଛନ୍ତି। ସେଥିପାଇଁ ଫାଷ୍ଟଫୁଡ ଉପରେ ଅଧିକ ଟ୍ୟାକ୍ସ ଭିଡ଼ିବା ଯୋଜନାରେ ଅଛନ୍ତି ସରକାର। ମିଳିଥିବା ସୂଚନା ଅନୁଯାୟୀ ଫୁଡ୍ ସେଫଟି ଆଣ୍ଡ ଷ୍ଟଣ୍ଡାର୍ଡ଼ ଅଥରିଟି ଅଫ ଇଣ୍ଡିଆ (ଏଫଏସଏସଏଆଇ) ପକ୍ଷରୁ ପାଷ୍ଟ ଫୁଡ୍ ଉପରେ ଅଧିକ ଟ୍ୟାକ୍ସ ଲଗାଇବାକୁ ବିଚାର କରାଯାଉଛି।
ଏହି ଖାଦ୍ୟ ଖାଇବା ଦ୍ୱାରା କର୍କଟ ,ମଧୁମେୟ ଏବଂ ଆଣ୍ଠୁଅଗଣ୍ଠି ଜନିତ ରୋଗ ହେବାର ଆଶଙ୍କା ରହୁଛି। ତେଣୁ ଏଥିପାଇଁ ଏଫଏସଏସଏଆଇ ଏସବୁ ରୋଗ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଅଧିକ ଲୁଣ,ଚିନିଯ଼ୁକ୍ତ ଖାଦ୍ୟ ଏବଂ ଫାଷ୍ଟ ଫୁଡ୍ ଉପରେ ଟ୍ୟାକ୍ସ ଲଗାଇବାର ଯ଼ୋଜନା ରଖିଛି । ଫାଷ୍ଟ ଫୁଡ୍ ଉପରୁ ଲୋକମାନଙ୍କର ଧ୍ୟାନ ହଟାଇବା ଏହାର ଏକ ମାତ୍ର ଲକ୍ଷ୍ୟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
