Advertisment

ଶୀତଦିନିଆ ଥଣ୍ଡା ଓ ଫ୍ଲୁ ରୁ ରକ୍ଷା ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଟିଏ ପଟେ କରୋନାଭାଇରସ୍ ସଂକ୍ରମଣ, ଅନ୍ୟ ପଟେ ବଦଳୁଥିବା ପାଗ ଆମ ସମସ୍ତଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ। ତେବେ ଏହି ଦୁଇଟି ସମସ୍ୟାରୁ ବର୍ତ୍ତିବା ପାଇଁ, ଆମ ପ୍ରତିରକ୍ଷା ପ୍ରଣାଳୀ ବା ଇମ୍ୟୁନିଟି ସିଷ୍ଟମ ଶକ୍ତିଶାଳୀ ହେବା ଆବଶ୍ୟକ। ସାଧାରଣତଃ ଶୀତ ଆରମ୍ଭ ହେଲେ, ଥଣ୍ଡା ଏବଂ ଫ୍ଲୁ ଭଳି ସମସ୍ୟା ହୁଏ। କିନ୍ତୁ ବର୍ତ୍ତମାନ ଥଣ୍ଡା ଓ ଫ୍ଲୁ କୁ ହାଲକାରେ ନିଆଯାଇପାରିବ ନାହିଁ। କାରଣ ଏହା ଶୀତଦିନିଆ ଥଣ୍ଡା ବ୍ୟତୀତ […]

author-image
Chinmayee Roy
ଶୀତଦିନିଆ ଥଣ୍ଡା ଓ ଫ୍ଲୁ ରୁ ରକ୍ଷା ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ

flu

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଟିଏ ପଟେ କରୋନାଭାଇରସ୍ ସଂକ୍ରମଣ, ଅନ୍ୟ ପଟେ ବଦଳୁଥିବା ପାଗ ଆମ ସମସ୍ତଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ। ତେବେ ଏହି ଦୁଇଟି ସମସ୍ୟାରୁ ବର୍ତ୍ତିବା ପାଇଁ, ଆମ ପ୍ରତିରକ୍ଷା ପ୍ରଣାଳୀ ବା ଇମ୍ୟୁନିଟି ସିଷ୍ଟମ ଶକ୍ତିଶାଳୀ ହେବା ଆବଶ୍ୟକ। ସାଧାରଣତଃ ଶୀତ ଆରମ୍ଭ ହେଲେ, ଥଣ୍ଡା ଏବଂ ଫ୍ଲୁ ଭଳି ସମସ୍ୟା ହୁଏ। କିନ୍ତୁ ବର୍ତ୍ତମାନ ଥଣ୍ଡା ଓ ଫ୍ଲୁ କୁ ହାଲକାରେ ନିଆଯାଇପାରିବ ନାହିଁ। କାରଣ ଏହା ଶୀତଦିନିଆ ଥଣ୍ଡା ବ୍ୟତୀତ କରୋନାଭାଇରସ୍ ସଂକ୍ରମଣର ମଧ୍ୟ ଲକ୍ଷଣ। ତେଣୁ ଯଦି ଆପଣ ବଦଳୁଥିବା ପାଣିପାଗର ଶିକାର ହେଉଛନ୍ତି, ତେବେ ଆପଣ କିଛି ପଦକ୍ଷେପ ସାହାଯ୍ୟରେ ଏହାର ମୁକାବିଲା କରିପାରିବେ। ଆସନ୍ତୁ ଜାଣଇବା ସେଗୁଡ଼ିକ ବିଷୟରେ।

Advertisment

publive-imageଅଦା ଏବଂ ମହୁରସ:  ଯଦି ଆପଣ ଥଣ୍ଡା-ଫ୍ଲୁ ଅନୁଭବ କରୁଛନ୍ତି, ତେବେ ଅଦା ଏବଂ ମହୁ ସହିତ ପ୍ରସ୍ତୁତ ଏହି ରେସିପି ପିଅନ୍ତୁ। ଏହା ଆପଣଙ୍କୁ ଗଳା ଯନ୍ତ୍ରଣା ଏବଂ କାଶରୁ ମୁକ୍ତି ଦେବାରେ ସାହାଯ୍ୟ କରିବ। କାରଣ ଅଦା ଏବଂ ମହୁ ଦୁଇଟି ଜିନିଷରେ ଅନେକ ଔଷଧୀୟ ଗୁଣରେ ରହିଛି।  ଅଦାର ଆଣ୍ଟି ଇନଫ୍ଲାମେଟୋରୀ ଏବଂ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଛି। ଏହା ବ୍ୟତୀତ ଏଥିରେ ଏପରି କିଛି ଗୁଣ ରହିଛି ଯାହା ଜୀବାଣୁ ଏବଂ ଭାଇରସ୍‌କୁ ମାରିଦିଏ। ମହୁରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ମାଇକ୍ରୋବିୟଲ୍ ଗୁଣ ରହିଛି। ତେଣୁ ଆପଣ ଏକ ପ୍ୟାନରେ ପାଣି ଗରମ କରି ସେଥିରେ ଅଦାକୁ ଛେଚି ପକାନ୍ତୁ। ବର୍ତ୍ତମାନ ଏହାକୁ ଭଲ ଭାବରେ ଫୁଟିବାକୁ ଦିଅନ୍ତୁ ଏବଂ ଯେତେବେଳେ ଏହା ଫୁଟିବ, ସେଥିରେ ୧ ଚାମଚ ମହୁ ମିଶାନ୍ତୁ। ବର୍ତ୍ତମାନ ଏହି ମିଶ୍ରଣକୁ ପିଅନ୍ତୁ, ଏହା ଆପଣଙ୍କୁ ଥଣ୍ଡା ଫ୍ଲୁରୁ ମୁକ୍ତି ଦେବ।

publive-image

ଭିଟାମିନ୍ ‘ସି’ଯୁକ୍ତ ଖାଦ୍ୟ: ଅନେକ ସମୟରେ ଆପଣ ନିଶ୍ଚୟ ଶୁଣିଥିବେ ଯେ ଥଣ୍ଡା କାଶ ହେଉଥିଲେ ଆମେ ଖଟଫଳ ଖାଇବା ଉଚିତ ନୁହେଁ। ହେଲେ ଏପରି ହୋଇନଥାଏ, ଆପଣ ଖଟା ଫଳ କିମ୍ବା ଭିଟାମିନ୍ ସି ଯୁକ୍ତ ଭରପୂର ଜିନିଷଗୁଡ଼ିକ ଖାଇଲେ ଏହା ଶୀତଦିନରେ ଘଟୁଥିବା କୋଲ୍ଡ ଫ୍ଲୁର ମୁକାବିଲା କରିବାରେ ସାହାଯ୍ୟ କରିଥାଏ। ଏହାର କାରଣ ହେଉଛି ଭିଟାମିନ୍ ସି ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ତେଣୁ ଆପଣ ଲେମ୍ବୁ, କମଳା ଏବଂ ସବୁଜ ଫଳ ପନିପରିବା ଖାଇପାରିବେ।

Advertisment

publive-imageରସୁଣ : ଶୀତଦିନେ, ଆପଣଙ୍କ ଖାଦ୍ୟରେ ରସୁଣ ସାମିଲ୍ କରନ୍ତୁ। କାରଣ ରସୁଣର ଏପରି ଗୁଣ ଅଛି, ଯାହା ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ରସୁଣରେ ଏଲିସିନ୍ ନାମକ ଏକ ଯୌଗିକ ଥାଏ, ଯାହାକୁ ତା’ର ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ପାଇଁ ଜଣାଯାଏ। ତେବେ ଶୀତଦିନୀଆ ସମସ୍ୟାରୁ ମୁକ୍ତି ଲାଗି ଆପଣ ରସୁଣକୁ ଚା ’ କରି ପିଇ ପାରିବେ, ଖାଦ୍ୟରେ ବ୍ୟବହାର କରିପାରିବେ ଏବଂ ସୁପ୍‌ରେ ମିଶାଇ ପିଇ ପାରିବେ। ଏହା କେବଳ ଥଣ୍ତା ସହ ସହିତ ମୁକାବିଲା କରିବାରେ ସାହାଯ୍ୟ କରିବ ନାହିଁ, ବରଂ ଅନେକ ରୋଗକୁ ଦୂରେଇ ରଖିବାରେ ମଧ୍ୟ ସାହାଯ୍ୟ କରିବ।|

publive-imageହର୍ବାଲ ମସାଲା ଚା’: ଯଦି ଆପଣ ଶୀତଦିନେ ଥଣ୍ଡା ଫ୍ଲୁରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ଆପଣ ହର୍ବାଲ ମସଲା ଚା ପିଅନ୍ତୁ। ଏହା ଆପଣଙ୍କୁ ଥଣ୍ଡା ଓ ଫ୍ଲୁ ରୁ ରକ୍ଷା କରିବା ସହିତ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇବାରେ ସାହାଯ୍ୟ କରେ। ଏହି ଚା’ ତିଆରି କରିବା ପାଇଁ ଆପଣ ପାଣିରେ ଅଦା, ଗୋଲମରିଚ ଗୁଣ୍ଡ, ଲୁଣ, କଞ୍ଚା ହଳଦୀ, ତେଜ ପତ୍ର ଓ ତୁଳସୀ ପତ୍ର ମିଶାଇ  ଭଲଭାବେ ଫୁଟାଇ ଏଥ୍‌ଇରେ ମହୁ ମିଶାଇ ପିଅନ୍ତୁ।

publive-imageଶରୀରକୁ ବିଶ୍ରାମ: ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ଆରାମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣଙ୍କର କାଶ, ଥଣ୍ଡା, ଜ୍ୱର, ଶରୀରର ଯନ୍ତ୍ରଣା ପରି ହେଉଛି, ତେବେ ଏଥିପାଇଁ ଆପଣଙ୍କୁ ଏହାର ଘରୋଇ ଉପଚାର ବ୍ୟତୀତ ବିଶ୍ରାମ ନେବା ମଧ୍ୟ ଉଚିତ୍ ।