ହାଇହିଲ୍‌, ଟାଇଟ୍ ଜିନ୍ସ ପିନ୍ଧୁଛନ୍ତି? ପଛ ପକେଟ୍‌ରେ ପର୍ସ ରଖୁଛନ୍ତି? ରୁହନ୍ତୁ ସାବଧାନ,  ମାଡ଼ି ବସିବ ରୋଗ

ହାଇହିଲ୍‌, ଟାଇଟ୍ ଜିନ୍ସ ଓ ପଛ ପକେଟ୍‌ରେ ପର୍ସ ଯୁବକ ଓ ଯୁବତୀଙ୍କ ଫ୍ୟାସନ୍। ବଜାରକୁ ଯେଉଁ  ଜିନିଷ ଆସେ ସେମାନେ ତାକୁ ପିନ୍ଧନ୍ତି। କିନ୍ତୁ ସେମାନଙ୍କୁ ଜଣା ନ ଥାଏ, ଏହା ସ୍ୱାସ୍ଥ୍ୟ ପ୍ରତି ହିତକର ନୁହେଁ। ଜାଣିଛନ୍ତି କି, ଏଭଳି ଜିନିଷ ବ୍ୟବହାର କରିବା ଦ୍ୱାରା ଆପଣ ପଙ୍ଗୁ ବି ହୋଇପାରନ୍ତି। ଆସନ୍ତୁ ଜାଣିବା ହାଇହିଲ୍‌, ଟାଇଟ୍ ଜିନ୍ସ ଓ ପଛ ପକେଟ୍‌ରେ ପର୍ସ ରଖିବା ଶରୀର ପାଇଁ କଣ କ୍ଷତି ହୋଇଥାଏ। ହାଇହିଲ୍ […]

oo

Rakesh Mallick
  • Published: Wednesday, 03 May 2017
  • , Updated: 03 May 2017, 01:22 PM IST

ହାଇହିଲ୍‌, ଟାଇଟ୍ ଜିନ୍ସ ଓ ପଛ ପକେଟ୍‌ରେ ପର୍ସ ଯୁବକ ଓ ଯୁବତୀଙ୍କ ଫ୍ୟାସନ୍। ବଜାରକୁ ଯେଉଁ  ଜିନିଷ ଆସେ ସେମାନେ ତାକୁ ପିନ୍ଧନ୍ତି। କିନ୍ତୁ ସେମାନଙ୍କୁ ଜଣା ନ ଥାଏ, ଏହା ସ୍ୱାସ୍ଥ୍ୟ ପ୍ରତି ହିତକର ନୁହେଁ। ଜାଣିଛନ୍ତି କି, ଏଭଳି ଜିନିଷ ବ୍ୟବହାର କରିବା ଦ୍ୱାରା ଆପଣ ପଙ୍ଗୁ ବି ହୋଇପାରନ୍ତି। ଆସନ୍ତୁ ଜାଣିବା ହାଇହିଲ୍‌, ଟାଇଟ୍ ଜିନ୍ସ ଓ ପଛ ପକେଟ୍‌ରେ ପର୍ସ ରଖିବା ଶରୀର ପାଇଁ କଣ କ୍ଷତି ହୋଇଥାଏ।

ହାଇହିଲ୍

ଝିଅଙ୍କର ହାଇହିଲ୍ ପିନ୍ଧିବାର ସଉକ କାହାକୁ ବା ଅଜଣା। ଝିଅମାନେ ଅନ୍ୟ ଝିଅଙ୍କଠାରୁ  ଅଲଗା ଦେଖାଯିବା ପାଇଁ  ହାଇହିଲ୍‌ ପିନ୍ଧିଥାନ୍ତି। ଜଣେ ଜଣେ ଅଧିକ ଉଚ୍ଚ ଦେଖାଯିବା ପାଇଁ ମଧ୍ୟ ହାଇହିଲ୍ ଜୋତା ପିନ୍ଧନ୍ତି।  ହାଇହିଲ୍‌ ପିନ୍ଧୁଥିବା ଝିଅମାନଙ୍କୁ ଏହାର ଖରାପ ପ୍ରଭାବ ବିଷୟରେ ଜଣା ନଥାଏ।

ଯଦି ଜଣେ ଝିଅ ଏକ ଘଣ୍ଟା ଧରି  ହାଇହିଲ୍‌ ପିନ୍ଧିବେ ତାଙ୍କର ପାଦରେ ଯନ୍ତ୍ରଣା ଓ ଗଣ୍ଠି ଦରଜ ବିକଶିତ ହୋଇଥାଏ।   ଯଦି ୧ ଘଣ୍ଟାରୁ ଅଧିକ ସମୟ ହାଇହିଲ୍‌ ପିନ୍ଧୁ ଥାଆନ୍ତି ତା’ହେଲେ ପାଦରେ ଫ୍ୟାକଚର ହୋଇପାରେ। ଏହା ସହ ଅନ୍ୟାନ୍ୟ ରୋଗ ହୋଇଥାଏ।

ଟାଇଟ୍‌ ଜିନ୍ସ

ଟାଇଟ ଜିନ୍ସ ତ ଉଭୟ ପୁରୁଷ ଓ ମହିଳାଙ୍କ ପସନ୍ଦ। କିନ୍ତୁ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଟାଇଟ୍‌ ଜିନ୍ସ ପିନ୍ଧିବା ଯୋଗୁଁ ଶରୀରକୁ ପବନ ଯାଇପାରେ ନାହିଁ। ଫଳରେ ଚମ କୁଣ୍ଡେଇ ହୋଇଥାଏ। ଏହାସହ ପାଦ ଫୁଲି ଯାଏ।

ପଛ ପକେଟ୍‌ରେ ପର୍ସ

ପ୍ରାୟ ସମସ୍ତେ ପଛ ପକେଟ୍‌ ପର୍ସ ରଖନ୍ତି। ପଛ ପକେଟରେ ପର୍ସ ରଖିଲେ ଏହାର କୁପ୍ରଭାବ ଶରୀର ଉପରେ ପଡ଼େ। ନିତମ୍ବର ହାଡ଼ ଉପରେ ଏହା ପ୍ରଭାବ ପକାଇଥାଏ। ନିତମ୍ବ ହାଡ଼ ଫ୍ୟାକ୍ଚର ହେବାର ସମ୍ଭାବନା ଥାଏ।

 

Related story