ଖୋଲିଲା ହିନାଙ୍କ ସୌନ୍ଦର୍ଯ୍ୟର ରାଜ୍‌, ଏହିପରି ନିଅନ୍ତି ତ୍ୱଚାର ଯତ୍ନ

ମୁମ୍ବାଇ: ଟେଲିଭିଜନ୍ ଅଭିନେତ୍ରୀ ହିନା ଖାନ୍‌ ତାଙ୍କ ରୂପଚର୍ଯ୍ୟାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିଛି ଦିନ ପୂର୍ବରୁ କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ନିଜ ସୌନ୍ଦର୍ଯ୍ୟକୁ ନେଇ  ସେ ବହୁତ ପ୍ରଶଂସିତ ହୋଇଥିଲେ। ସେ ତାଙ୍କ ସୌନ୍ଦର୍ଯ୍ୟ ପାଇଁ କ’ଣ କରନ୍ତି, କିଭଳି ତ୍ୱଚାର ଧ୍ୟାନ ଦିଅନ୍ତି ଆସନ୍ତୁ ଜାଣିବା। ହିନା ସବୁଦିନ ପଇଡ଼ ପାଣି ପିଅନ୍ତି।  ଏହା ଚର୍ମକୁ ଲୋଚା କୋଚା ହେବାକୁ ଦିଏନାହିଁ। ଏବଂ ମୁହଁରେ ଚମକ୍‌ ଆଣିଥାଏ। ସେଥିପାଇଁ ହିନା ସବୁଦିନ ପଇଡ଼ […]

hinaa

Rosalin Rath
  • Published: Sunday, 09 June 2019
  • , Updated: 09 June 2019, 07:48 AM IST

ମୁମ୍ବାଇ: ଟେଲିଭିଜନ୍ ଅଭିନେତ୍ରୀ ହିନା ଖାନ୍‌ ତାଙ୍କ ରୂପଚର୍ଯ୍ୟାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିଛି ଦିନ ପୂର୍ବରୁ କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ନିଜ ସୌନ୍ଦର୍ଯ୍ୟକୁ ନେଇ  ସେ ବହୁତ ପ୍ରଶଂସିତ ହୋଇଥିଲେ। ସେ ତାଙ୍କ ସୌନ୍ଦର୍ଯ୍ୟ ପାଇଁ କ’ଣ କରନ୍ତି, କିଭଳି ତ୍ୱଚାର ଧ୍ୟାନ ଦିଅନ୍ତି ଆସନ୍ତୁ ଜାଣିବା।

ହିନା ସବୁଦିନ ପଇଡ଼ ପାଣି ପିଅନ୍ତି।  ଏହା ଚର୍ମକୁ ଲୋଚା କୋଚା ହେବାକୁ ଦିଏନାହିଁ। ଏବଂ ମୁହଁରେ ଚମକ୍‌ ଆଣିଥାଏ। ସେଥିପାଇଁ ହିନା ସବୁଦିନ ପଇଡ଼ ପାଣି ପିଇଥାନ୍ତି।

https://www.instagram.com/p/BlyRYrThq69/?utm_source=ig_web_copy_link

ପଇଡ଼ ପାଣି ଭଳି ସାଧା ପାଣି ମଧ୍ୟ ଆମ ସ୍ୱାସ୍ଥ୍ୟ ପକ୍ଷେ ବହୁତ ଭଲ ହୋଇଥାଏ। ଏହା ଦେହରେ ଥିବା ମଇଳା ସଫା କରିବାରେ ସାହାଯ୍ୟ କରିଥାଏ। ହିନା ସବୁଦିନ ଅନ୍ୟୁନ ୧୨ ଗ୍ଲାସ୍‌ ପାଣି ପିଇଥାନ୍ତି। ଏହା ସହ ସେ ପ୍ରତିଦିନ ଗୋଟେ ଗିନା ଦହି ନିଶ୍ଚୟ ଖାଇଥାନ୍ତି।

ହିନା ତାଙ୍କ ଚେହେରାରେ ଅଧିକ ମେକ୍‌ଅପ୍‌  ନିଅନ୍ତି ନାହିଁ। ଏକ ଇଣ୍ଟରଭ୍ୟୁରେ ସେ କହିଥିଲେ ଯେ, ମୁଁ ସବୁବେଳେ କମ୍‌ ମେକ୍‌ଅପ୍‌ ନେବାକୁ ପସନ୍ଦ କରିଥାଏ। କେବଳ ସୁଟିଂ ସମୟରେ ଆବଶ୍ୟକ ଅନୁସାରେ ମେକ୍‌ଅପ୍‌ କରିଥାଏ।

https://www.instagram.com/p/BvPeQvuhe3s/?utm_source=ig_web_copy_link

ଫେସ୍‌ କ୍ଲିନିଂ କରିବା ପାଇଁ ହିନା ଗୋଲାପ ଜଳର ବ୍ୟବହାର କରିଥାନ୍ତି। ଏହା ସହ ସେ ମେକ୍‌ଅପ୍‌ ରିମୁଭ୍‌ କରିବା ପାଇଁ ପଇଡ଼ ପାଣି ବ୍ୟବହାର କରିଥାନ୍ତି।

ସେ ନାଚୁରାଲ୍‌ ଫେସ୍‌ ପ୍ୟାକ୍‌ ଲଗାଇବାକୁ ପସନ୍ଦ କରିଥାନ୍ତି। ଫେସ୍‌ ସ୍କବ୍ର ସେ ଘରେ ହିଁ ତିଆରି କରି ଲଗାନ୍ତି। ଏହା ସହ ସେ ଟମାଟୋ ଏବଂ ମଲାଇର ପ୍ୟାକ୍‌ ମଧ୍ୟ ଫେସ୍‌ରେ ଲଗାଇଥାନ୍ତି।

https://www.instagram.com/p/Butp-VOD1YW/?utm_source=ig_web_copy_link

ରାତିରେ ତ୍ୱଚା ମଶ୍ଚରାଇଜ୍‌ କରିବା ପାଇଁ ସେ ବାଦାମ ତେଲ ଲଗାଇବାକୁ ଭୁଲନ୍ତି ନାହିଁ। କମଳା ଚୋପାର ପାଉଡର୍‌ ଏବଂ କ୍ଷୀରର ପ୍ୟାକ୍‌ କରି ମଧ୍ୟ ସେ ଫେସ୍‌ରେ ଲଗାଇଥାନ୍ତି ଏବଂ ସପ୍ତାହରେ ଥରେ ଚେହେରାରେ ମସାଜ୍‌ କରିଥାନ୍ତି। ଏହା ଦ୍ୱାରା ବ୍ଲଡ୍‌ ସର୍‌କ୍ୟୁଲେସନ୍‌ ଭଲ ହୋଇଥାଏ ବୋଲି ହିନା ମତ ଦେଇଛନ୍ତି।

https://www.instagram.com/p/BpsTCnQg_ml/?utm_source=ig_web_copy_link

Related story