Advertisment

ରଙ୍ଗରେ ରଙ୍ଗୀନ ହେବେ, ଚର୍ମ ବି ଚମକିବ

ହୋଲି ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍‌। ଏଥିପାଇଁ ସମସ୍ତେ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି।  ବିଶେଷ କରି ଯୁବବର୍ଗ ରସାୟନିକ ରଙ୍ଗ ଅଧିକ ବ୍ୟବହାର କରିଥାନ୍ତି। ଏହି ରସାୟନିକ ରଙ୍ଗ ପ୍ରଭାବରେ ଚର୍ମରୋଗ ହେବାର ଆଶଙ୍କା ବହୁତ ରହିଥାଏ। ରଙ୍ଗ ଖେଳିବା ବେଳେ ନିଜ ଶରୀର ପ୍ରତି ଯତ୍ନବାନ ହେବା ନିହାତି ଆବଶ୍ୟକ। ରଙ୍ଗ ଖେଳିବା ପୂର୍ବରୁ କିପରି ନେବେ ଆପଣଙ୍କ ଚର୍ମର ଯତ୍ନ। ୧- ରଙ୍ଗ ଖେଳିବା ପୂର୍ବରୁ ସୋରିଷ ତେଲ ଓ ନଡ଼ିଆ ତେଲକୁ ମୁହଁ,କାନ,ବେକ ଓ […]

ଅଦ୍ୟତନ ହୋଇଛି
ରଙ୍ଗରେ ରଙ୍ଗୀନ ହେବେ, ଚର୍ମ ବି ଚମକିବ

holi-

Advertisment

ହୋଲି ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍‌। ଏଥିପାଇଁ ସମସ୍ତେ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି।  ବିଶେଷ କରି ଯୁବବର୍ଗ ରସାୟନିକ ରଙ୍ଗ ଅଧିକ ବ୍ୟବହାର କରିଥାନ୍ତି। ଏହି ରସାୟନିକ ରଙ୍ଗ ପ୍ରଭାବରେ ଚର୍ମରୋଗ ହେବାର ଆଶଙ୍କା ବହୁତ ରହିଥାଏ। ରଙ୍ଗ ଖେଳିବା ବେଳେ ନିଜ ଶରୀର ପ୍ରତି ଯତ୍ନବାନ ହେବା ନିହାତି ଆବଶ୍ୟକ। ରଙ୍ଗ ଖେଳିବା ପୂର୍ବରୁ କିପରି ନେବେ ଆପଣଙ୍କ ଚର୍ମର ଯତ୍ନ।

Advertisment

୧- ରଙ୍ଗ ଖେଳିବା ପୂର୍ବରୁ ସୋରିଷ ତେଲ ଓ ନଡ଼ିଆ ତେଲକୁ ମୁହଁ,କାନ,ବେକ ଓ ହାତରେ ଲଗାନ୍ତୁ। ତେଲ ଯୋଗୁଁ ତ୍ୱଚାରୁ ରଙ୍ଗ ଶୀଘ୍ର ଛାଡ଼ିଯାଇଥାଏ। ରଙ୍ଗର ପ୍ରଭାବ ତ୍ୱଚା ଉପରେ ପଡ଼ି ନଥାଏ । ରଙ୍ଗ ଖେଳିବା ପୂର୍ବରୁ ତ୍ୱଚାରେ କୋଲ୍ଡ କ୍ରିମ୍‌ ଲଗାନ୍ତୁ। ଏହା ତ୍ୱଚାକୁ ସୁରକ୍ଷା ଦେଇଥାଏ।

୨- ଆପଣଙ୍କର ଯଦି ସମ୍ଭେଦନଶୀଳ ତ୍ୱଚା ହୋଇଥାଏ, ତାହେଲେ ରଙ୍ଗ ଖେଳିବା ପୂର୍ବରୁ ତ୍ୱଚାରେ ଲେମ୍ବୁ ରସ ଲଗାନ୍ତୁ। ଫୁଲ୍‌ ସ୍ଳିଭ୍‌ ସାର୍ଟ ଓ ପ୍ୟାଣ୍ଟ ପିନ୍ଧି ରଙ୍ଗ ଖେଳିବାକୁ ଯାଆନ୍ତୁ।

Advertisment

୩-ଆପଣ ଯଦି ଖରାରେ ରଙ୍ଗ ଖେଳୁଛନ୍ତି ତାହାହେଲେ ଆପଣ ହାତରେ ସନସ୍କ୍ରିଂନ୍ ଲୋସନ୍‌ ଲଗାନ୍ତୁ। ଏହାଦ୍ୱାରା ଆପଣଙ୍କ ତ୍ୱଚାକୁ ଟାନିଂରୁ ରକ୍ଷା ପାଇଥାଏ। ଆଖିର ଚାରିପାଖରେ ମଧ୍ୟ ଆପଣ ସନସ୍କ୍ରିଂନ୍ ଲୋସନ୍‌ ଲଗାଇ ପାରିବେ।

୪- ରଙ୍ଗ ଖେଳିବା ପୂର୍ବରୁ ଓ ପରେ ପ୍ରଚୁର ପାଣି ପିଅନ୍ତୁ।  ପାଣି ପିଇବା ଦ୍ୱାରା ବିଷାକ୍ତ ରଙ୍ଗ ଆପଣଙ୍କ ତ୍ୱଚାକୁ ଶୁଷ୍କ କରି ନଥାଏ।

୫- ରଙ୍ଗ ଖେଳିବା ପୂର୍ବରୁ  ବେକ ପଛପଟ ଓ ନଖକଣରେ ତେଲ ଓ ପେଟ୍ରୋଲିୟମ ଜେଲି ଲଗାନ୍ତୁ।  ଏହା ଲଗାଇବା ଦ୍ୱାରା ରଙ୍ଗ ସହଜରେ ଛାଡ଼ି ଥାଏ। ପେଟ୍ରୋଲିୟମ ଜେଲିକୁ ଆପଣ ଦାନ୍ତରେ ଲଗାଇପାରିବେ। ରଙ୍ଗ ଶୀଘ୍ର ଛାଡ଼ି ଯିବ।

୬- ରଙ୍ଗ ଖେଳିବାର ୨ରୁ୩ ଦିନ ପୂର୍ବରୁ  ଆପଣ ୱାକ୍ସିଂ ଓ ଥ୍ରେଡିଂ କରନ୍ତୁ ନାହିଁ। ଏହା କରିବା ଦ୍ୱାରା ରଙ୍ଗ ଖେଳିଲେ ଆପଣଙ୍କ ତ୍ୱଚା ଉପରେ ପ୍ରଭାବ ପକାଇଥାଏ।

ରଙ୍ଗ ଖେଳିଲା ବେଳେ ଡ୍ରାଏ ସ୍କିନ୍‌, ଅଏଲି ସ୍କିନ୍‌ ଓ ନରମାଲ ସ୍କିନ୍‌ର କିପରି ନେବେ ଯତ୍ନ!

ଅଏଲି ସ୍କିନ୍‌ - ଦୁଇ ଚାମଚ ମୁଲତାନି ମାଟି ଓ ଗ୍ଲିସୋରିନକୁ ମିଶାଇ ପେଷ୍ଟ  ପ୍ରସ୍ତୁତ କରନ୍ତୁ । ଏହାକୁ ଆପଣ ତ୍ୱଚାରେ ୧୫ ମିନିଟ୍‌ ଲଗାଇ ରଖନ୍ତୁ। ପରେ ଧୋଇ ଦିଅନ୍ତୁ।

ନରମାଲ ସ୍କିନ୍‌ - ଦୁଇ ଚାମଚ ମସୁର ଡାଲି ଗୁଣ୍ଡ , ଏକ ଚାମଚ ଚାଉଳ, ଅଟା ଗୁଣ୍ଡ, ହଳଦୀ ଓ ଗୋଲାପ ଜଳକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ଆପଣ ତ୍ୱଚାରେ ୧୦ମିନିଟ୍‌ ଲଗାଇ ରଖନ୍ତୁ। ପରେ ଧୋଇ ଦିଅନ୍ତୁ।

 ଡ୍ରାଏ ସ୍କିନ୍‌ -ସୟା ଅଟା ଗୁଣ୍ଡ, ଦୁଗ୍ଧ ଓ ଗ୍ଲିସୋରିନକୁ ମିଶାଇ ପେଷ୍ଟ ମିଶାଇ ପେଷ୍ଟ କରନ୍ତୁ। ପରେ ଏହାକୁ ତ୍ୱଚାରେ ୧୦ ମିନିଟ୍ ଲଗାଇ ରଖନ୍ତୁ। ପରେ ଧୋଇ ଦିଅନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe