Advertisment

ଘରେ ବି ପ୍ରସ୍ତୁତ କରିହେବ ସାନିଟାଇଜର, ଜାଣନ୍ତୁ ଉପାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର ମୁକାବିଲା ପାଇଁ ସର୍ବପ୍ରଥମେ ପରିଷ୍କାର, ପରିଚ୍ଛନତା ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିଲାଗି ବାରମ୍ବାର ହାତ ସଫା କରିବାକୁ ପରାମର୍ଶ ଦିଆଯାଉଛି। ଫଳରେ ବଜାରରେ ଏବେ ହ୍ୟାଣ୍ଡୱାଶ୍‌ ଓ ସାନିଟାଇଜର୍‌ର ଅଭାବ ଦେଖିବାକୁ ମିଳିଛି। ଆଉ ଯାହା ବି ମିଳୁଛି ତା’କୁ ଅଧିକ ଦାମ୍‌ରେ ବିକ୍ରି କରାଯାଉଛି। ଏପରି ସ୍ଥିତିରେ ସାନିଟାଇଜର୍‌କୁ ନେଇ ସାଧାରଣ ଲୋକେ ଚିନ୍ତାରେ ପଡ଼ି ଯାଇଛନ୍ତି। ହେଲେ ଏବେ ଆପଣଙ୍କୁ ଏଥିପାଇଁ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ। ଆପଣ […]

author-image
Niharika Rout
ଅଦ୍ୟତନ ହୋଇଛି
ଘରେ ବି ପ୍ରସ୍ତୁତ କରିହେବ ସାନିଟାଇଜର, ଜାଣନ୍ତୁ ଉପାୟ

sanitizer-1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର ମୁକାବିଲା ପାଇଁ ସର୍ବପ୍ରଥମେ ପରିଷ୍କାର, ପରିଚ୍ଛନତା ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିଲାଗି ବାରମ୍ବାର ହାତ ସଫା କରିବାକୁ ପରାମର୍ଶ ଦିଆଯାଉଛି। ଫଳରେ ବଜାରରେ ଏବେ ହ୍ୟାଣ୍ଡୱାଶ୍‌ ଓ ସାନିଟାଇଜର୍‌ର ଅଭାବ ଦେଖିବାକୁ ମିଳିଛି। ଆଉ ଯାହା ବି ମିଳୁଛି ତା’କୁ ଅଧିକ ଦାମ୍‌ରେ ବିକ୍ରି କରାଯାଉଛି। ଏପରି ସ୍ଥିତିରେ ସାନିଟାଇଜର୍‌କୁ ନେଇ ସାଧାରଣ ଲୋକେ ଚିନ୍ତାରେ ପଡ଼ି ଯାଇଛନ୍ତି। ହେଲେ ଏବେ ଆପଣଙ୍କୁ ଏଥିପାଇଁ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ।

Advertisment

ଆପଣ ଚାହିଁଲେ ଅଳ୍ପ ଖର୍ଚ୍ଚରେ ଘରେ ସାନିଟାଇଜର୍‌ ତିଆରି କରିପାରିବେ। ଘରେ କେମିତି ସାନିଟାଇଜର୍‌ ତିଆରି କରିବେ ସେନେଇ ଅଣ୍ଟା ଭିଡିଛି ସେଣ୍ଟ୍‌ ଜନ୍‌ ଆମ୍ବୁଲାନ୍ସ(ଓଡ଼ିଶା)। ବିଭିନ୍ନ ଅଫିସ, କଲୋନୀ ଓ ବସ୍ତିରେ ପହଞ୍ଚି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନଦଣ୍ଡ ଅନୁସାରେ ସାନିଟାଇଜର ତିଆରି ନେଇ ପ୍ରଶିକ୍ଷଣ ଦେଉଛନ୍ତି ଏହି ସଂସ୍ଥାର କର୍ମଚାରୀ। ଆସନ୍ତୁ ଜାଣିବା, ଘରେ କେମିତି ପ୍ରସ୍ତୁତ କରିହେବ ସାନିଟାଇଜର୍‌।

ଆପଣ ୫୦୦ ମିଲିଲିଟର ସାନିଟାଇଜର୍‌ ପ୍ରସ୍ତୁତ କରିବା ପାଇଁ ଚାହୁଁଥିଲେ ୩୭୫ ମିଲିଲିଟର ସର୍ଜିକାଲ ସ୍ପିରିଟ ନିଅନ୍ତୁ। ଏଥିରେ ୨୦ ମିଲିଲିଟର ହାଇଡ୍ରୋଜେନ ପେରକ୍ସାଇଡ ଓ ୫୦ ମିଲି ଲିଟର ଆଲୋଭେରା ଜେଲ୍‌ କିମ୍ବା ଗ୍ଲିସେରିନ୍‌ ମିଶାନ୍ତୁ। ଏହା ସହିତ ଅଳ୍ପ ଡିଷ୍ଟିଲ୍‌ଡ୍‌ ୱାଟର୍‌ ମିଶାଇ ସାନିଟାଇଜର୍‌ ପ୍ରସ୍ତୁତ କରନ୍ତୁ। ଏହି ସବୁ ଜିନିଷ ଆପଣ ବଜାରରୁ ପାଇପାରିବେ। ଯାହାକୁ ନେଇ ଆପଣ ଅଳ୍ପ ଖର୍ଚ୍ଚରେ ଘରେ ସାନିଟାଇଜର୍‌ ପ୍ରସ୍ତୁତ କରିପାରିବେ।

Advertisment

ଘରେ କେମିତି ପ୍ରସ୍ତୁତ କରିବେ ସାନିଟାଇଜର୍‌ ଏନେଇ ଗୁରୁବାର ସଂଧ୍ୟାରେ ଭୁବନେଶ୍ୱର ନ୍ୟୁ ଏଜି କଲୋନୀରେ ମହିଳାମାନଙ୍କୁ ସେଣ୍ଟଜନ ଆମ୍ବୁଲାନ୍ସର କର୍ମଚାରୀ ପ୍ରଶିକ୍ଷଣ ଦେଇଛନ୍ତି।