Advertisment

ପାଦ ଝାଳ ହୋଇ ଦୁର୍ଗନ୍ଧ ବାହାରୁଛି : ଆପଣାନ୍ତୁ ଏହି ଉପାୟ, ଲାଗିବେ ଫ୍ରେସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସିଲାଣି ଖରା ଦିନ। ମୁଣ୍ଡ ଫଟା ଖରାରେ ଆମେ ବାହାରକୁ ବାହାରିଲେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାଉ। ମୁଖ୍ୟତଃ ଅତ୍ୟଧିକ ଝାଳ ହୋଇ ଦେହରୁ ଦୁର୍ଗନ୍ଧ ବାହାରିବା କାହାକୁ ବି ଆଦୌ ଭଲ ଲାଗେ ନାହିଁ। ଏଥିସହ ପାଦରୁ ଝାଳ ବାହାରି ଦୁର୍ଗନ୍ଧ ହେବା ଭଳି ସମସ୍ୟା ମଧ୍ୟ ବହୁତ ଲୋକଙ୍କର ଦେଖାଦେଇଥାଏ। ଏହି ସମସ୍ୟା ଯୋଗୁ ବହୁ ଲୋକ ଅତିଷ୍ଠ ହୋଇପଡିଥିଲେ ମଧ୍ୟ ଏହାର ସମାଧାନର ବାଟ ଖୋଜି ପାଇ ନ ଥାନ୍ତି। […]

author-image
Rosalin Rath
ପାଦ ଝାଳ ହୋଇ ଦୁର୍ଗନ୍ଧ ବାହାରୁଛି : ଆପଣାନ୍ତୁ ଏହି ଉପାୟ, ଲାଗିବେ ଫ୍ରେସ୍‌

z44

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସିଲାଣି ଖରା ଦିନ। ମୁଣ୍ଡ ଫଟା ଖରାରେ ଆମେ ବାହାରକୁ ବାହାରିଲେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାଉ। ମୁଖ୍ୟତଃ ଅତ୍ୟଧିକ ଝାଳ ହୋଇ ଦେହରୁ ଦୁର୍ଗନ୍ଧ ବାହାରିବା କାହାକୁ ବି ଆଦୌ ଭଲ ଲାଗେ ନାହିଁ। ଏଥିସହ ପାଦରୁ ଝାଳ ବାହାରି ଦୁର୍ଗନ୍ଧ ହେବା ଭଳି ସମସ୍ୟା ମଧ୍ୟ ବହୁତ ଲୋକଙ୍କର ଦେଖାଦେଇଥାଏ। ଏହି ସମସ୍ୟା ଯୋଗୁ ବହୁ ଲୋକ ଅତିଷ୍ଠ ହୋଇପଡିଥିଲେ ମଧ୍ୟ ଏହାର ସମାଧାନର ବାଟ ଖୋଜି ପାଇ ନ ଥାନ୍ତି। ଆସନ୍ତୁ ଜାଣିବା ଏହି ସମସ୍ୟାରୁ କିପରି ନିସ୍ତାର ମିଳିବ।

Advertisment

ଗରମ ଦିନରେ ଝାଳ ବାହାରିବା ଯୋଗୁ ତ୍ୱଚାରେ ବ୍ୟାକ୍ଟେରିଆ  ସୃଷ୍ଟି କରିଥାନ୍ତି। ଆଉ ଏଥିପାଇଁ ଆମ ଦେହରୁ ଦୁର୍ଗନ୍ଧ  ବାହାରିଥାଏ। ତେବେ ଆସନ୍ତୁ ଜାଣିବା ପାଦରୁ ବାହାରୁଥିବା ଝାଳ ରୋକିବା ପାଇଁ ଘରୋଇ ଉପଚାର କ’ଣ ସବୁ ରହିଛି, ଯାହାକୁ ବ୍ୟବହାର କରି ଆମେ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବା।

publive-image

ଜୋତା ଏବଂ ମୋଜାକୁ ସଫା ରଖନ୍ତୁ

ପାଦରୁ ଝାଳ ବାହାରୁଥିବାରୁ ଆମ ଜୋତା ଏବଂ ମୋଜାରେ ଭିଜି ତାହା ଦୁର୍ଗନ୍ଧ ସୃଷ୍ଟି କରିଥାଏ। ତେଣୁ ଆପଣ ଏହି ସମସ୍ୟାରେ ବିରକ୍ତ ହେଇ ଯାଉଥିଲେ ଜୋତା ଏବଂ ମୋଜାକୁ ସବୁଦିନ ସଫା ରଖିବାକୁ ପଡ଼ିବ। ମୋଜାକୁ ଆପଣ ପ୍ରତିଦିନ ଧୋଇକି ବ୍ୟବହାର କରନ୍ତୁ। ଏହା ଦ୍ୱାରା ଆପଣଙ୍କୁ ପ୍ରତିଦିନ ଫ୍ରେସ୍‌ ଲାଗିବା ସହ ପୂର୍ବରୁ  ମୋଜାର ଦୁର୍ଗନ୍ଧ ସମସ୍ୟାରୁ ରକ୍ଷା ପାଇ ପାରିବେ।

Advertisment

publive-image

ଲୁଣ ପାଣିରେ ପାଦ ଧୁଅନ୍ତୁ

ପାଦକୁ ନିୟମିତ ଭାବରେ ଲୁଣ ପାଣିରେ ଧୋଇବା ଦ୍ୱାରା ମଧ୍ୟ ଏହା ଝାଳ ଏବଂ ଦୁର୍ଗନ୍ଧ ହେବାକୁ ଦେଇ ନଥାଏ। ତେବେ ଆପଣ ପ୍ରତିଦିନ ଅଳ୍ପ ଉଷୁମ ପାଣିରେ ଲୁଣ ପକାଇ ପାଦକୁ ଧୋଇ ଦିଅନ୍ତୁ। ଏହା ପରେ ଏକ ସଫା କପଡ଼ାରେ ପାଦ ଭଲ ଭାବରେ ପୋଛି ଦିଅନ୍ତୁ। ତା ପରେ ଆପଣ ମୋଜା ପିନ୍ଧିଲେ ପାଦରୁ ଦୁର୍ଗନ୍ଧ ଆସିବ ନାହିଁ। ଏହା ଆପଣଙ୍କ ପାଦରୁ ଝାଳ ବାହାରିବାରୁ ରୋକିଥାଏ।

ଟାଲ୍‌କମ୍‌ ପାଉଡ଼ର୍‌ର ବ୍ୟବହାର

ଯଦି ଆପଣ ପାଦରୁ ବାହାରୁଥିବା ଝାଳରୁ ଶୀଘ୍ର ଉପଷମ ଚାହୁଁଛନ୍ତି, ତାହାଲେ ଆପଣ ଟାଲ୍‌କମ୍‌ ପାଉଡର୍‌ର ବ୍ୟବହାର କରିପାରିବେ। ଝାଳ ବାହାରିବା ଆଗରୁ ଆପଣ ପାଦରେ ଟାଲ୍‌କମ୍‌ ପାଉଡର୍‌ ବ୍ୟବହାର କରନ୍ତୁ। ଏହା ପରେ ମୋଜା ପିନ୍ଧନ୍ତୁ।ଏହା ଆପଣଙ୍କ ପାଦରୁ ବାହାରୁଥିବା ଦୁର୍ଗନ୍ଧକୁ ରୋକିଥାଏ।

publive-image

ଚାହା ପତି

ପାଦରୁ ବାହାରୁଥିବା ଦୁର୍ଗନ୍ଧ ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣ ଚାହା ପତିର ବ୍ୟବହାର କରିପାରିବେ। ଏଥିପାଇଁ ଆପଣ ଏକ ଟବ୍‌ରେ ଉଷୁମ ପାଣି ନେଇ ସେଥିରେ ଚାହା ପତି ବା ଟି ବ୍ୟାଗ୍‌  ପକାଇ ଦିଅନ୍ତୁ। ଏହିପରି କରି ଆପଣ ଅଧ ଘଣ୍ଟା ଯାଏ ପାଣିରେ ଗୋଡ଼ ବୁଡ଼ାଇ ରଖନ୍ତୁ। ଏହା ଆପଣଙ୍କୁ ପାଦରୁ ବାହାରୁଥିବା ଦୁର୍ଗନ୍ଧରୁ ମୁକ୍ତି ଦେବ।

ଲେମ୍ବୁ ରସ ଦ୍ୱାରା ଉପଚାର

ଆପଣ ପାଦରେ ଲେମ୍ବୁ ରସ ଲଗାଇ ତାକୁ କିଛି ସମୟ ପରେ ଧୋଇ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ପାଦରୁ ବାହାରୁଥିବା ଦୁର୍ଗନ୍ଧ ରୋକାଯାଇ ପାରିବ। ଏଥିସହ ଆପଣଙ୍କୁ ସତେଜ୍‌ ମଧ୍ୟ ଲାଗିବ।