Advertisment

କେଶ ଝଡୁଥିଲେ, କରନ୍ତୁ ଏହିସବୁ ଘରୋଇ ଉପଚାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁନ୍ଦର କେଶ ନାରୀର ସୌନ୍ଦର୍ଯ୍ୟ। କିନ୍ତୁ କେଶ ଝଡ଼ିଲେ ଆପଣ ଚିନ୍ତାରେ ପଡ଼ିଥା’ନ୍ତି। ଏଥିପାଇଁ ବିଭିନ୍ନ ଉପାୟ ମଧ୍ୟ  ଆପଣାଇଥା’ନ୍ତି। ତେବେ ଘରୋଇ ଉପାୟରେ ମଧ୍ୟ କେଶ ଝଡ଼ିବା ସମସ୍ୟାକୁ ଦୂର କରିହେବ। ଆସନ୍ତୁ ଜାଣିବା ସେହି ଉପାୟଗୁଡ଼ିକ ବିଷୟରେ। ୧. ଶରୀରରେ ଆଇରନ୍‌ର ମାତ୍ରା କମ୍‌ ହେଲେ କେଶ ଝଡ଼ିଥାଏ। ଏଥିପାଇଁ ପ୍ରଚୁର ପରିମାଣରେ ସାଲାଡ୍‌ ଖାଆନ୍ତୁ। ୨. ଖାଲି ପେଟରେ ନଡ଼ିଆ ପାଣି ପିଅନ୍ତୁ। ଏହାଦ୍ୱାରା କେଶ ମୂଳ ଶକ୍ତ ହେବ। ୩. ଭିଟାମିନ୍‌ […]

କେଶ ଝଡୁଥିଲେ, କରନ୍ତୁ ଏହିସବୁ ଘରୋଇ ଉପଚାର

h222

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁନ୍ଦର କେଶ ନାରୀର ସୌନ୍ଦର୍ଯ୍ୟ। କିନ୍ତୁ କେଶ ଝଡ଼ିଲେ ଆପଣ ଚିନ୍ତାରେ ପଡ଼ିଥା’ନ୍ତି। ଏଥିପାଇଁ ବିଭିନ୍ନ ଉପାୟ ମଧ୍ୟ  ଆପଣାଇଥା’ନ୍ତି। ତେବେ ଘରୋଇ ଉପାୟରେ ମଧ୍ୟ କେଶ ଝଡ଼ିବା ସମସ୍ୟାକୁ ଦୂର କରିହେବ। ଆସନ୍ତୁ ଜାଣିବା ସେହି ଉପାୟଗୁଡ଼ିକ ବିଷୟରେ।

Advertisment

୧. ଶରୀରରେ ଆଇରନ୍‌ର ମାତ୍ରା କମ୍‌ ହେଲେ କେଶ ଝଡ଼ିଥାଏ। ଏଥିପାଇଁ ପ୍ରଚୁର ପରିମାଣରେ ସାଲାଡ୍‌ ଖାଆନ୍ତୁ।

୨. ଖାଲି ପେଟରେ ନଡ଼ିଆ ପାଣି ପିଅନ୍ତୁ। ଏହାଦ୍ୱାରା କେଶ ମୂଳ ଶକ୍ତ ହେବ।

୩. ଭିଟାମିନ୍‌ ସି ଯୁକ୍ତ ଫଳ ଓ ଖାଦ୍ୟ ଖାଆନ୍ତୁ।

୪. ନଡ଼ିଆ ତେଲ କିମ୍ୱା ଅଲିଭ୍‌ ଅଏଲ୍‌କୁ ଗରମ କରି କେଶ ମୂଳରେ ମାଲିସ କରନ୍ତୁ। ୧ ଘଣ୍ଟା ପର୍ଯ୍ୟନ୍ତ ରଖିବା ପରେ ଶାମ୍ପୂ କରିନିଅନ୍ତୁ।

Advertisment

୫. ଗୋଟିଏ କପ୍‌ ଗରମ ପାଣିରେ ଦୁଇ ବ୍ୟାଗ୍‌ ଗ୍ରୀନ୍‌ ଟି ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ କେଶ ମୂଳରେ ଲଗାଇ ମାଲିସ କରନ୍ତୁ ଏବଂ ୧ ଘଣ୍ଟା ପର୍ଯ୍ୟନ୍ତ ରଖିବାକୁ ଦିଅନ୍ତୁ। ଗ୍ରୀନ୍‌ ଟିରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି, ଯାହା କେଶ ଝଡ଼ିବା ବନ୍ଦ କରିଥାଏ।

୬. ସପ୍ତାହରେ ଗୋଟିଏ ଦିନ କେଶକୁ ମସାଜ୍‌ କରନ୍ତୁ। ଏହାଦ୍ଵାରା କେଶ ମୂଳରେ ରକ୍ତ ସଞ୍ଚାଳନ ଭଲ ହୋଇଥାଏ। ଏପରି କଲେ କେଶ ଝଡ଼ିବା ବନ୍ଦ ହୋଇଥାଏ।

୭.ପିଆଜ, ରସୁଣ ଓ ଅଦା ରସକୁ କେଶ ମୂଳରେ ମାଲିସ କଲେ ମଧ୍ୟ କେଶ ଝଡ଼ିବାରୁ ଅନେକାଂଶରୁ  ମୁକ୍ତି ମିଳିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe