/odisha-reporter/media/post_attachments/uploads/2016/12/nosebleed1.jpg)
nosebleed
ଭୁବନେଶ୍ୱର: ନାକରୁ ରକ୍ତ ବାହାରିବା କଥା ତ ସମସ୍ତେ ଜାଣନ୍ତି। କିନ୍ତୁ କ’ଣ ଜାଣନ୍ତି ଦୁଇ ରୁ ଅଧିକ ଥର ନାକରୁ ରକ୍ତ ବାହାରିବା ସ୍ୱାସ୍ଥ୍ୟ ପକ୍ଷେ ଭଲ ନୁହେଁ। ଅନେକ ସମୟରେ ନାକରୁ ରକ୍ତ ବାହାରି ଚେତା ମଧ୍ୟ ବୁଡ଼ି ଯିବା ମଧ୍ୟ ଦେଖାଯାଇଛି। ଭୟ କରନ୍ତୁ ନାହିଁ। ଡାକ୍ତରଙ୍କ ନିକଟକୁ ଯିବା ପୂର୍ବରୁ ପ୍ରଥମେ ଘରୋଇ ଚିକିତ୍ସାର ଉପଯୋଗ କରନ୍ତୁ ଏବଂ ତୁରନ୍ତ ଆରାମ ମଧ୍ୟ ପାଆନ୍ତୁ।
ମୁଣ୍ଡକୁ ପଛକୁ ନୁଆଁନ୍ତୁ : ନାକରୁ ରକ୍ତ ବାହାରିବା ସମୟରେ ସଙ୍ଗେ ସଙ୍ଗେ ମୁଣ୍ଡକୁ ପଛକୁ ନୁଆଁଇ ରଖନ୍ତୁ। ଏପରି କଲେ ନାକରୁ ଅଧିକ ରକ୍ତ ବାହାରି ନଥାଏ। ମନେରଖିବେ ରକ୍ତ ବାହାରିବା କମିବା ପରେ ହଠାତ୍ ତଳକୁ ମୁଣ୍ଡ କରିବେ ନାହିଁ।
ବରଫ ଚାପ: ମୁଣ୍ଡକୁ ପଛକୁ ରଖି କିଛି ବରଫ ଖଣ୍ଡକୁ ସଫା କପଡ଼ାରେ ଗୁଡ଼ାଇ ନାକ ହାଡ଼ ଉପରେ ପାଖାପାଖି ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ। ବରଫ ଖଣ୍ଡ ତୁରନ୍ତ ରକ୍ତକୁ ଜମାଟ ବାନ୍ଧିବାର ସାହାଯ୍ୟ କରେ।
ଆପଲ ସାଇଡର ଭିନେଗାର: ଆପଲ ସାଇଡର ଭିନେଗାରକୁ ଏକ ତୁଳାରେ ବୁଡ଼ାଇ ନାକ ଉପରେ ୫ ରୁ ୭ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ। ଏହା ତୁରନ୍ତ ରକ୍ତ ବାହାରିବା ବନ୍ଦ କରେ।
ପିଆଜ: ନାକରୁ ରକ୍ତ ବାହାରିବା ବନ୍ଦ କରିବା ପାଇଁ ପିଆଜ ହେଉଛି ସବୁଠୁ ସହଜ ଓ ତୁରନ୍ତ ଘରୋଇ ଉପାୟ। ପିଆଜକୁ କାଟି ଏହାର ବାସ୍ନାକୁ କିଛି ସମୟ ଶୁଘନ୍ତୁ।
ଧନିଆ ପତ୍ର: କିଛି ଧନିଆ ପତ୍ରର ପେଷ୍ଟକୁ କପାଳରେ ୫ ରୁ ୭ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ। ଏହାର ଶରୀରକୁ ଥଣ୍ଡା ରଖେ ଓ ଶିରା ପ୍ରଶିରାକୁ ସକ୍ରିୟ ରଖେ।
ବେକିଂ ସୋଡ଼ା: ରକ୍ତ ବାହାରିବା ସମୟରେ ଅଧ ଚାମଚ ବେକିଂ ସୋଡ଼ାକୁ ପାଣିରେ ଗୋଳାଇ ନାକ ଉପରେ ଛିଞ୍ଚି ଦିଅନ୍ତୁ। ଏହା ତୁରନ୍ତ ରକ୍ତ ବାହାରିବାକୁ ବନ୍ଦ କରେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
