Advertisment

ଘରୋଇ ଉପଚାର ଜରିଆରେ ଓଜନ କରନ୍ତୁ କମ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶରୀରକୁ ଫିଟ୍‌ ରଖିବା ପାଇଁ ଆପଣ ଅନେକ ଉପାୟ ଆପଣାଇଥା’ନ୍ତି। କିନ୍ତୁ ବ୍ୟସ୍ତବହୁଳ ଏସବୁ ସମ୍ଭବ ହୋଇନଥାଏ। ଏଥିପାଇଁ କେହି କେହି ସକାଳୁ ବ୍ୟାୟାମ କରନ୍ତି ତ କିଏ ବିଭିନ୍ନ ପ୍ରକାରର ଔଷଧ ମଧ୍ୟ ସେବନ କରିଥାନ୍ତି। କିନ୍ତୁ ଏସବୁ କରିବା ଦ୍ୱାରା ସମସ୍ୟାର ସମାଧାନ ହୋଇନଥାଏ। ଔଷଧ ଖାଇବା ଦ୍ୱାରା ଶରୀର ଉପରେ ଏହାର କୁପ୍ରଭାବ ପଡ଼ିବାର ଆଶଙ୍କା ରହିଥାଏ। ସେଥିପାଇଁ ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଉପଚାର ବିଷୟରେ […]

ଘରୋଇ ଉପଚାର ଜରିଆରେ ଓଜନ କରନ୍ତୁ କମ୍‌

ppp

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶରୀରକୁ ଫିଟ୍‌ ରଖିବା ପାଇଁ ଆପଣ ଅନେକ ଉପାୟ ଆପଣାଇଥା’ନ୍ତି। କିନ୍ତୁ ବ୍ୟସ୍ତବହୁଳ ଏସବୁ ସମ୍ଭବ ହୋଇନଥାଏ। ଏଥିପାଇଁ କେହି କେହି ସକାଳୁ ବ୍ୟାୟାମ କରନ୍ତି ତ କିଏ ବିଭିନ୍ନ ପ୍ରକାରର ଔଷଧ ମଧ୍ୟ ସେବନ କରିଥାନ୍ତି। କିନ୍ତୁ ଏସବୁ କରିବା ଦ୍ୱାରା ସମସ୍ୟାର ସମାଧାନ ହୋଇନଥାଏ। ଔଷଧ ଖାଇବା ଦ୍ୱାରା ଶରୀର ଉପରେ ଏହାର କୁପ୍ରଭାବ ପଡ଼ିବାର ଆଶଙ୍କା ରହିଥାଏ। ସେଥିପାଇଁ ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଉପଚାର ବିଷୟରେ କହିବୁ, ଯାହାକୁ ବ୍ୟବହାର କରି ନିଜକୁ ଫିଟ୍‌ ରଖିପାରିବେ।

Advertisment

ସେସବୁ ଘରୋଇ ଉପଚାର ମଧ୍ୟରେ ରହିଛି ଡାଲଚିନି, ଗୋଲମରିଚ, ଅଦା, ଲେମ୍ୱୁ ଓ ମହୁ। ଏଗୁଡିକୁ ବ୍ୟବହାର କରିବା ଦ୍ୱାରା ଓଜନ ହ୍ରାସ ପାଇବା ସହ ଶରୀର ସୁସ୍ଥ ରହିଥାଏ।

publive-image

ଡାଲଚିନି : ଏହାକୁ ଆୟୁର୍ବେଦିକ ଔଷଧ ତିଆରି କରିବାରେ ବ୍ୟବହାର କରାଯାଇଥାଏ। ଏଥିରେ ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଗୁଣ ରହିଥିବାରୁ ବ୍ଲଡ୍‌ ସୁଗାରକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ। ସକାଳୁ ଉଠି ଖାଲି ପେଟରେ ଡାଲଚିନି ମିଶା ପାଣି ପିଇବା ଦ୍ୱାରା ଶରୀରର ଓଜନ କମ୍‌ ହୋଇଥାଏ।

Advertisment

publive-image

ଗୋଲମରିଚ : ଏହାକୁ ବ୍ୟବହାର କରିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ସଠିକ ହୋଇଥାଏ। ତେଣୁ ଦୈନନ୍ଦିନ ଖାଦ୍ୟରେ ଗୋଲମରିଚ ବ୍ୟବହାର କରନ୍ତୁ। ଗୋଲମରିଚ ଶରୀରରେ ଅତିରିକ୍ତ ଚର୍ବି ବୃଦ୍ଧି ହେବାକୁ ଦେଇନଥାଏ।

publive-image

ଅଦା : ଏହାକୁ ବ୍ୟବହାର କଲେ ଖାଦ୍ୟ ହଜମ ହେବା ସହ ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ପ୍ରତ୍ୟେକ ଦିନ ଖାଦ୍ୟରେ ଅଦା ବ୍ୟବହାର କଲେ ଶରୀରର ଓଜନ ହ୍ରାସ ହୋଇଥାଏ।

publive-image

ଲେମ୍ୱୁ : ଏଥିରେ ଭିଟାମିନ୍‌ ‘ସି’ ରହିଛି, ଯାହା ତ୍ୱଚା ପାଇଁ ବହୁତ ଭଲ। ଭିଟାମିନ୍‌ ସି ଓଜନକୁ କମ୍‌ କରିଥାଏ। ତେଣୁ ଖାଇବା ସମୟରେ ସାଲାଡ୍‌ରେ ଲେମ୍ୱୁ ପକାଇ ଖାଆନ୍ତୁ।

publive-image

ମହୁ : ଓଜନ କମ୍‌ କରି ଫିଟ୍‌ ରହିବାକୁ ଚାହୁଁଥିଲେ, ସକାଳେ ଖାଲି ପେଟରେ ଗରମ ପାଣିରେ ମହୁ ମିଶାଇ ପିଇବା ଅଭ୍ୟାସ କରନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe