Advertisment

ପ୍ରାକୃତିକ ଉପାୟରେ କଳା ଓ ଶୁଷ୍କ ଓଠକୁ କୁହନ୍ତୁ ବାଏ ବାଏ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁନ୍ଦର ଦେଖାଯିବାକୁ ସମସ୍ତେ ପସନ୍ଦ କରନ୍ତି। ଆଉ ସୌନ୍ଦର୍ଯ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ ଗୋଲାପି ଓଠ। କିନ୍ତୁ ଯଦି ଆପଣଙ୍କ ଓଠ କଳା ପଡ଼ିଯାଉଛି, ତା’ହେଲେ ଏହା ଆପଣଙ୍କ ଚାନ୍ଦପରି ସୁନ୍ଦର ମୁହଁରେ ଗ୍ରହଣ ଭଳି ଲାଗେ। ବିଶେଷ କରି ଶୀତ ଦିନରେ ଲୋକଙ୍କର ଓଠ ଶୁଖିଲା ଓ କଳା ପଡ଼ିଯାଏ। ତେବେ ଚିନ୍ତା କରିବାର କିଛି ନାହିଁ। ଆମେ କିଛି ଘରୋଇ ଉପଚାର ବିଷୟରେ କହିବୁ, ଯାହା ମାଧ୍ୟମରେ ଆପଣ […]

author-image
Chinmayee Roy
ଅଦ୍ୟତନ ହୋଇଛି
ପ୍ରାକୃତିକ ଉପାୟରେ କଳା ଓ ଶୁଷ୍କ ଓଠକୁ କୁହନ୍ତୁ ବାଏ ବାଏ

lip

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁନ୍ଦର ଦେଖାଯିବାକୁ ସମସ୍ତେ ପସନ୍ଦ କରନ୍ତି। ଆଉ ସୌନ୍ଦର୍ଯ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ ଗୋଲାପି ଓଠ। କିନ୍ତୁ ଯଦି ଆପଣଙ୍କ ଓଠ କଳା ପଡ଼ିଯାଉଛି, ତା’ହେଲେ ଏହା ଆପଣଙ୍କ ଚାନ୍ଦପରି ସୁନ୍ଦର ମୁହଁରେ ଗ୍ରହଣ ଭଳି ଲାଗେ। ବିଶେଷ କରି ଶୀତ ଦିନରେ ଲୋକଙ୍କର ଓଠ ଶୁଖିଲା ଓ କଳା ପଡ଼ିଯାଏ। ତେବେ ଚିନ୍ତା କରିବାର କିଛି ନାହିଁ। ଆମେ କିଛି ଘରୋଇ ଉପଚାର ବିଷୟରେ କହିବୁ, ଯାହା ମାଧ୍ୟମରେ ଆପଣ ଓଠର ପ୍ରାକୃତିକ ଚମକ ଫେରାଇ ଆଣିପାରିବେ।

Advertisment

publive-image୧. ଆଲୋଭେରା: ଆଲୋଭେରା ଆପଣଙ୍କ ଓଠକୁ ପୂର୍ବାବସ୍ଥାକୁ ଫେରାଇ ଆଣିବାରେ ବେଶ୍ ସହାୟକ ହୋଇଥାଏ। କାରଣ ଏଥିରେ ଭିଟାମିନ୍, ମିନେରାଲ୍ସ, ଆଣ୍ଟି ଅକ୍ସିଡାଣ୍ଟ୍‌ ଓ ଆଣ୍ଟି ଇନ୍‌ଫ୍ଲାମେଟୋରି ତତ୍ତ୍ୱ ଭରପୂର ପରିମାଣରେ ରହିଛି। ତେଣୁ ଏହାକୁ ଓଠରେ ଲଗାନ୍ତୁ।

publive-image୨. ନଡ଼ିଆ ତେଲ: ଶୋଇବା ପୂର୍ବରୁ ବୁନ୍ଦେ ନଡ଼ିଆ ତେଳ ନେଇ ଓଠରେ ଲଗାନ୍ତୁ। କିଛି ଦିନ ଏମିତି କରିବା ଦ୍ୱାରା ଦେଖିବେ ଆପଣଙ୍କ ଓଠର ରଙ୍ଗ ଗୋଲାପି ହୋଇଯିବ।

Advertisment

publive-image୩. ମହୁ: ମହୁରେ ପ୍ରଚୁର ପରିମାଣରେ ମଶ୍ଚରାଇଜର ରହିଛି। ଏହାବ୍ୟତୀତ ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଓ ଆଣ୍ଟି ବ୍ୟାକ୍ଟେରିଆଲ୍‌ ତତ୍ତ୍ୱ ରହିଛି, ଯାହା ଓଠକୁ ଇନ୍‌ଫେକ୍ସନ୍‌ରୁ ରକ୍ଷା କରିବା ସହ ଏହାକୁ ଶୁଖିଲା ହେବାକୁ କିମ୍ବା କଳା ପଡ଼ିବାକୁ ଦିଏ ନାହିଁ। ତେଣୁ ପ୍ରତିଦିନ ଓଠରେ ମହୁ ଲଗାନ୍ତୁ।

publive-image୪. କାକୁଡ଼ି: ଏଥିରେ ମଧ୍ୟ ଅନେକ ଭିଟାମିନ୍‌ ଓ ମିନେରାଲ୍ସ ରହିଛି, ଯାହ ଆପଣଙ୍କ ଓଠକୁ କଳା ହେବରୁ ରକ୍ଷା କରିବ ଓ ଗୋଲାପି କରିବାରେ ସାହାଯ୍ୟ କରିବ। ତା’ ସହିତ ଏହା ଓଠରୁ ଶୁଷ୍କପଣ ଦୂର କରିବ।

publive-image୫.ଗ୍ରୀନ୍ ଟି: ଏଥିରେ ମଧ୍ୟ ଆଣ୍ଟି ଅକ୍ସିଡାଣ୍ଟ ଓ ମିନେରାଲ୍ସ ଭରପୂର ମାତ୍ରାରେ ରହିଛି। ଏଥିରେ ଥିବା ପଲିଫେନଲ୍ସ ଇନ୍‌ଫେକ୍ସନ୍‌କୁ ଦୂର କରିଥାଏ। ଉଷୁମ ପାଣିରେ ଏକ ଗ୍ରୀନ୍‌ ଟି ବ୍ୟାଗ୍‌ ବୁଡ଼ାଇ ଏହାକୁ ଓଠରେ ଧୀରେ ଧୀରେ ଘଷନ୍ତୁ। ଏହା ଦ୍ୱାରା ଓଠ ଶୁଷ୍କ ରହିବ ନାହିଁ ଏବଂ ସବୁବେଳେ ଚମକ ବଜାୟ ରହିବ ଓ ଗୋଲାପି ଦେଖାଯିବ।

କିଛି ଘରୋଇ ସ୍କ୍ରବ୍‌ ମଧ୍ୟ ବ୍ୟବହାର କରିପାରିବେ

publive-image୧. କ୍ଷୀର ଓ ହଲଦୀକୁ ଗୋଳାଇ ଓଠରେ ଲଗାନ୍ତୁ। ଏହାକୁ ୨ରୁ ୩ ମିନିଟ୍‌ ଶୁଖିବାକୁ ଛାଡ଼ିଦିଅନ୍ତୁ। ଶୁଖିଗଲା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଧୋଇ ସାରିବା ପରେ ଏକ ଭଲ ଲିପ୍‌ବାମ୍‌ ଲଗାଇବାକୁ ଭୁଲିବେ ନାହିଁ।

publive-image୨. ଚିନିରେ କିଛି ଲେମ୍ବୁ ରସ ମିଶାଇ ସ୍କ୍ରବ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ହାଲକା ଭାବେ ଓଠରେ ଘଷନ୍ତୁ। ସପ୍ତାହରେ ଏଭଳି ଦୁଇ ଥର କରନ୍ତୁ। ଦେଖିବେ ଆପଣଙ୍କ ଓଠ ଧୀରେ ଧୀରେ ଗୋଲାପି ଦିଶିବ।

Rose୩. କିଛି ଗୋଲାପ ପାଖୁଡ଼ାକୁ ପାଣିରେ ରାତିସାରା ବତୁରାଇ ରଖନ୍ତୁ। ପରଦିନ ସକାଳେ ଏହି ପାଖୁଡ଼ା ଗୁଡ଼ିକୁ କିଛି କ୍ଷୀର ଦେଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ବର୍ତ୍ତମାନ ଏହି ରୋଜ୍‌ ପ୍ୟାକ୍‌କୁ ଓଠରେ ଲଗାନ୍ତୁ। ଆପଣ ଯଦି ଏହି ପ୍ୟାକ୍‌କୁ ଓଠରେ ଲଗାଇ ରାତିସାରା ଛାଡ଼ିଦେବେ, ତା’ହେଲେ ଏହା ଅଧିକ କାମ ଦେବ।