Advertisment

କେଶ ଝଡ଼ିବା ବନ୍ଦ କରେ ଚିନି

ଭୁବନେଶ୍ୱର: ଓଜନ ବଢ଼ିବାର ଗୋଟିଏ କାରଣ ହେଉଛି ଚିନି। ତେଣୁ ଅଧିକାଂଶ ଲୋକ ଖାଦ୍ୟରୁ ଚିନିକୁ ବାଦ୍‌ ଦେଇଥା’ନ୍ତି। କିନ୍ତୁ କେଶ ପାଇଁ ଚିନି ଖୁବ୍ ଉପକାରୀ। ଶାମ୍ପୂ କରିବା ସମୟରେ ସେଥିରେ ଗୋଟିଏ ଚାମଚ ଚିନି ମିଶାଇ ଲଗାଇଲେ କେଶ ସାଇନ୍‌ କରିବା ସହିତ ଝଡ଼ିବା ବନ୍ଦ ହୋଇଥାଏ। ଚିନି କେଶରେ ଏକ କଣ୍ଡିସନର୍‌ ପରି କାମ କରିଥାଏ। ତେବେ ଆସନ୍ତୁ ଜାଣିବା ଶାମ୍ପୂରେ ଚିନି ମିଶାଇ କିପରି କେଶ ମୂଳରେ ଲଗାଇବେ ଏବଂ ଏପରି […]

ଅଦ୍ୟତନ ହୋଇଛି
କେଶ ଝଡ଼ିବା ବନ୍ଦ କରେ ଚିନି

hair

Advertisment

ଭୁବନେଶ୍ୱର: ଓଜନ ବଢ଼ିବାର ଗୋଟିଏ କାରଣ ହେଉଛି ଚିନି। ତେଣୁ ଅଧିକାଂଶ ଲୋକ ଖାଦ୍ୟରୁ ଚିନିକୁ ବାଦ୍‌ ଦେଇଥା’ନ୍ତି। କିନ୍ତୁ କେଶ ପାଇଁ ଚିନି ଖୁବ୍ ଉପକାରୀ। ଶାମ୍ପୂ କରିବା ସମୟରେ ସେଥିରେ ଗୋଟିଏ ଚାମଚ ଚିନି ମିଶାଇ ଲଗାଇଲେ କେଶ ସାଇନ୍‌ କରିବା ସହିତ ଝଡ଼ିବା ବନ୍ଦ ହୋଇଥାଏ।

Advertisment

ଚିନି କେଶରେ ଏକ କଣ୍ଡିସନର୍‌ ପରି କାମ କରିଥାଏ। ତେବେ ଆସନ୍ତୁ ଜାଣିବା ଶାମ୍ପୂରେ ଚିନି ମିଶାଇ କିପରି କେଶ ମୂଳରେ ଲଗାଇବେ ଏବଂ ଏପରି କରିବା ଦ୍ୱାରା ଅନ୍ୟ କେଉଁସବୁ ଲାଭ ମିଳିଥାଏ।

  • ପ୍ରଥମେ କେଶକୁ ଓଦା କରିନିଅନ୍ତୁ। ଏହାପରେ ଆବଶ୍ୟକ ଅନୁସାରେ ଶାମ୍ପୂ ଏବଂ ଏଥିରେ ଗୋଟିଏ ଚାମଚ ଚିନିକୁ ମିଶାନ୍ତୁ। ଏହି ମିଶ୍ରଣକୁ କେଶରେ ଲଗାଇ ଧୀରେ ଧୀରେ କେଶ ମୂଳକୁ ମାଲିସ କରନ୍ତୁ। ଏହାପରେ କେଶକୁ ଧୋଇ ଦିଅନ୍ତୁ।
  • ଯଦି ଆପଣ କେଶ ବଢ଼ିବାକୁ ନେଇ ଚିନ୍ତାରେ ରହିଛନ୍ତି, ତେବେ ସପ୍ତାହକୁ ଦୁଇଥର ଚିନି ଓ ଶାମ୍ପୂର ମିଶ୍ରଣକୁ ମୁଣ୍ଡରେ ଲଗାନ୍ତୁ। ପୁରୁଷମାନେ ମଧ୍ୟ ଏହି ଉପାୟକୁ ଆପଣାଇପାରିବେ।
  • ସେହିପରି କେଶ ଅଧିକ ରୁକ୍ଷ ଥିଲେ ଶାମ୍ପୂ ଓ ଚିନିର ମିଶ୍ରଣକୁ ମୁଣ୍ଡରେ ଲଗାନ୍ତୁ। ଏହାଦ୍ୱାରା କେଶରେ ପ୍ରାକୃତିକ ଭାବରେ କୋମଳ ହୋଇଥାଏ। ସୁଫଳ ପାଇବା ପାଇଁ ଗୋଟିଏ ମାସ ଧରି କେଶରେ ଏହି ମିଶ୍ରଣକୁ ଲଗାନ୍ତୁ।
  • ଶୀତଦିନେ କେଶରେ ରୁପି ସମସ୍ୟା ରହିଥାଏ। ଏହାକୁ ଭଲ କରିବା ପାଇଁ ମଧ୍ୟ ନିୟମିତ ଭାବରେ ଶାମ୍ପୂରେ ଚିନି ମିଶାଇ ଲଗାନ୍ତୁ। ରୁପି ସମସ୍ୟା ଦୂର କରିବା ପାଇଁ ସପ୍ତାହକୁ ଦୁଇଥର ଏହି ମିଶ୍ରଣ ବ୍ୟବହାର କରନ୍ତୁ।
Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe