Advertisment

ଜାଣି ରଖନ୍ତୁ ଛୋଟ ଛୋଟ ଘରକରଣା ଟିପ୍ସ- Household tips in odia

ଭୁବନେଶ୍ଵର (ଓଡିଶା ରିପୋର୍ଟର) :  ଘରକୁ ସଫା ରଖିବା ସହିତ ଘରର ସବୁ ଜିନିଷକୁ ସଫା ରଖିବା ମଧ୍ୟ ଜରୁରୀ। ଘରର ଚଟାଣ ହେଉ ଅବା ରୋଷେଇ ଘରେ ବ୍ୟବହୃତ ଗ୍ୟାସ୍‌ ଓ ବାସନକୁସନଗୁଡ଼ିକୁ ସଫା ରଖିବା ବହୁତ ଜରୁରୀ। ଏସବୁକୁ ସଫା କଲା ବେଳେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ତା’ହେଲେ ଏଗୁଡ଼ିକୁ ଆପଣ ଖୁବ୍ ସହଜରେ ସଫା କରିପାରିବେ। ଆସନ୍ତୁ ପଢ଼ିବା ସେମିତି କିଛି ଟିପ୍ସ। ୧. ବାସନରେ ପୋଡାଦାଗ ଥିଲେ […]

author-image
Puspanjali Panda
ଅଦ୍ୟତନ ହୋଇଛି
ଜାଣି ରଖନ୍ତୁ ଛୋଟ ଛୋଟ ଘରକରଣା ଟିପ୍ସ- Household tips in odia

hime

ଭୁବନେଶ୍ଵର (ଓଡିଶା ରିପୋର୍ଟର) :  ଘରକୁ ସଫା ରଖିବା ସହିତ ଘରର ସବୁ ଜିନିଷକୁ ସଫା ରଖିବା ମଧ୍ୟ ଜରୁରୀ। ଘରର ଚଟାଣ ହେଉ ଅବା ରୋଷେଇ ଘରେ ବ୍ୟବହୃତ ଗ୍ୟାସ୍‌ ଓ ବାସନକୁସନଗୁଡ଼ିକୁ ସଫା ରଖିବା ବହୁତ ଜରୁରୀ। ଏସବୁକୁ ସଫା କଲା ବେଳେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ତା’ହେଲେ ଏଗୁଡ଼ିକୁ ଆପଣ ଖୁବ୍ ସହଜରେ ସଫା କରିପାରିବେ। ଆସନ୍ତୁ ପଢ଼ିବା ସେମିତି କିଛି ଟିପ୍ସ।

Advertisment

୧. ବାସନରେ ପୋଡାଦାଗ ଥିଲେ ସେଥିରେ ଅଳ୍ପ ବେକିଙ୍ଗ ସୋଡା ଓ ଭିନେଗାର ପକାଇ ଅଳ୍ପ ସମୟ ପରେ ମାଜି ଦିଅନ୍ତୁ। ଦେଖିବେ ପୋଡା ଦାଗ ଛାଡିଯିବ।

୨. ଘରେ କ୍ଷୀର ଛିଣ୍ଡି ଯାଇଥିଲେ, ତାକୁ ନ ଫୋପାଡି ଛେନା କରନ୍ତୁ। ସେହି ଛେନାକୁ ଅଟା ଚକଟାରେ ବ୍ୟବହାର କରନ୍ତୁ। ରୁଟି ନରମ ଓ ସୁଆଦିଆ ହେବ।

Advertisment

୩ . ରୁଟି ତାୱାରୁ ପୋଡା ଦାଗ ଛଡାଇବା ପାଇଁ ତାୱାକୁ ଗରମ କରି ସେଥିରେ ଫାଳେ ଲେମ୍ବୁ ଘଷି ଦିଅନ୍ତୁ। ପରେ ଅଳ୍ପ ବେକିଙ୍ଗ ପାଉଡର ପକାଇ ଫାଳେ ଲେମ୍ବୁ ଚିପୁଡି ବାସନ ମଜାରେ ମାଜି ଦିଅନ୍ତୁ। ଦେଖିବେ ତାୱାରୁ ପୋଡା ଦାଗ ଛାଡ଼ି ସଫା ହୋଇଯିବ।

୪. ଗ୍ରାଇଣ୍ଡର ଜାର ସଫା କରିବାକୁ ଚାହୁଁଥିଲେ, ସେଥିରେ ଅଳ୍ପ ବାସନ ମଜା ଲିକ୍ଵିଡ ପକାଇ ଅଳ୍ପ ପାଣି ଦେଇ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ। ପରେ ଭଲ ପାଣିରେ ଧୋଇଦିଅନ୍ତୁ। ଜାର ଭଲରେ ସଫା ହୋଇଯିବ।

୫. ଫ୍ରିଜରେ ପନିର ରଖିଥିଲେ ଏୟାର ଟାଇଟ ଡବାରେ ପାଣି ଦେଇ ବନ୍ଦ କରିରଖନ୍ତୁ। ଏପରି କଲେ ପନିର ସତେଜ ରହିବ।

Household Tips In Odia