/odisha-reporter/media/post_attachments/uploads/2021/10/Bitter-gourd.jpg)
Bitter gourd
କଲରା ଖାଇବାକୁ ଯେତିକି ପିତା, ସ୍ୱାସ୍ଥ୍ୟ ପାଇଁ ସେତିକି ଲାଭଦାୟୀ। ଏହା ସ୍ୱାସ୍ଥ୍ୟ ପାଇଁ କୌଣସି ବରଦାନ ଠାରୁ କମ୍ ନୁହେଁ। ଏହାକୁ ନିୟମିତ ରୂପେ ଖାଇବା ଦ୍ୱାରା ଅନେକ ଲାଭ ମିଳିଥିାଏ। କିନ୍ତୁ କଲରା ପାଟିକୁ ପିତା ଲାଗିବା ଯୋଗୁଁ ଅନେକ ଏହାକୁ ଖାଇବା ପାଇଁ ନାକ ଟେକନ୍ତି। ନିଜ ଖାଦ୍ୟରେ ଏହାକୁ ସାମିଲ କରନ୍ତି ନାହିଁ। ତେବେ ଏକ ଘରୋଇ ଉପାୟ ଦ୍ୱାରା ଆଉ କଲରା ପିତା ଲାଗିବ ନାହିଁ। ଦୂର ହୋଇଯିବ କଲରାର ପିତାପଣ। ତେବେ କିଭଳି ଆସନ୍ତୁ ଜାଣିବା।
- କଲରାକୁ ରୋଷେଇ କରିବା ପୂର୍ବରୁ ଏହାକୁ ଚାଞ୍ଛି ଦିଅନ୍ତୁ। କଲରାର ମଞ୍ଜି ଅଧିକ ପିତା ଲାଗିଥାଏ। ତେଣୁ ଏହାକୁ କାଟି ଭିତରେ ଥିବା ସମସ୍ତ ମଞ୍ଜିକୁ କାଢ଼ି ନିଅନ୍ତୁ। ଏହାପରେ ରୋଷେଇ କରନ୍ତୁ। ଦେଖିବେ ପିତାପଣ ଦୂର ହୋଇଯିବ।
- କଲରାର ପିତା ଅଂଶକୁ ଦୂର କରିବା ପାଇଁ ଏଥିରେ ଲୁଣ ଲଗାଇ କିଛି ସମୟ ରଖି ଦିଅନ୍ତୁ। ଏହାପରେ ଅଳ୍ପ ସିଝାଇ ରୋଷେଇ କରନ୍ତୁ। ଦେଖିବେ କଲରା ଆଉ ପାଟିକୁ ପିତା ଲାଗିବ ନାହିଁ।/odisha-reporter/media/post_attachments/wp-content/uploads/2021/10/Bitter-gourd-1.jpg)
- କଲରାରୁ ପିତାପଣ ଦୂର କରିବା ପାଇଁ ପ୍ରଥମେ ତାକୁ ଛୋଟ ଛୋଟ କାଟି ନିଅନ୍ତୁ। ଏହାପରେ ସେଥିରେ ଦହି ମିଶାଇ ଏକ ଘଣ୍ଟା ଭିଜାଇ ରଖନ୍ତୁ। ଏଭଳି କରିବା ଦ୍ୱାରା ଆଉ କଲରା ପିତା ଲାଗିନଥାଏ।
- କଲରାରୁ ପିତା ଅଂଶ ଦୂର କରିବା ପାଇଁ ପ୍ରଥମେ ଏହାକୁ ଚାଞ୍ଛି ଦିଅନ୍ତୁ। ଏହାପରେ ସେଥିରେ ଲୁଣ ଏବଂ ଅଟା ଗୋଳାଇ ଏକ ଘଣ୍ଟା ରଖନ୍ତୁ। ପରେ ଏହାକୁ ଧୋଇ ରୋଷେଇ କରନ୍ତୁ।
- କଲରା ରୋଷେଇ କରିବା ସମୟରେ ସେଥିରେ ପିଆ, ପାନମଧୁରୀ କିମ୍ବା ବାଦମା ନିଶ୍ଚିତ ରୂପେ ବ୍ୟବହାର କରନ୍ତୁ। ଏସବୁ କଲରାର ପିତା ଅଂଶକୁ ଦୂର କରିବାରେ ସାହାଯ୍ୟ କରିଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
