Advertisment

ଖାଦ୍ୟରେ ଅଧିକ ଲଙ୍କା ପଡ଼ି ଯାଇଥିଲେ କ’ଣ କରିବେ?

ଯେପରି ଖାଦ୍ୟରେ ଅଧିକ ଲୁଣ ପଡିଗଲେ ସମ୍ପୂର୍ଣ୍ଣ ଖାଦ୍ୟର ସ୍ୱାଦ ନଷ୍ଟ ହୋଇଯାଏ। ସେହିପରି ତରକାରୀରେ ଅଧିକ ଲଙ୍କା ପଡିଗଲେ ମଧ୍ୟ ତା’ର ସ୍ୱାଦ ପୁରାପୁରି ବିଗିଡିଯାଏ। ଏଭଳି ଖାଦ୍ୟକୁ କେହିବି ଖାଇବା ପାଇଁ ପସନ୍ଦ କରନ୍ତି ନାହିଁ। ଫଳରେ ଆପଣଙ୍କ ଦ୍ୱାରା କରାଯାଇଥିବା ପରିଶ୍ରମ ବୃଥା ହୋଇଯାଏ। ପ୍ରସ୍ତୁତ ହୋଇଥିବା ଖାଦ୍ୟକୁ ଫିଙ୍ଗିବାକୁ ପଡିଥାଏ। ତେବେ ଆମ ପାଖରେ ଆପଣଙ୍କ ପାଇଁ ଏଭଳି କିଛି ଘରୋଇ ଟିପ୍ସ ରହିଛି ଯାହାକୁ ଆପଣାଇ ଖାଦ୍ୟର ଅତ୍ୟଧିକ ଲଙ୍କା […]

ଖାଦ୍ୟରେ ଅଧିକ ଲଙ୍କା ପଡ଼ି ଯାଇଥିଲେ କ’ଣ କରିବେ?

spicy-food

Advertisment

ଯେପରି ଖାଦ୍ୟରେ ଅଧିକ ଲୁଣ ପଡିଗଲେ ସମ୍ପୂର୍ଣ୍ଣ ଖାଦ୍ୟର ସ୍ୱାଦ ନଷ୍ଟ ହୋଇଯାଏ। ସେହିପରି ତରକାରୀରେ ଅଧିକ ଲଙ୍କା ପଡିଗଲେ ମଧ୍ୟ ତା’ର ସ୍ୱାଦ ପୁରାପୁରି ବିଗିଡିଯାଏ। ଏଭଳି ଖାଦ୍ୟକୁ କେହିବି ଖାଇବା ପାଇଁ ପସନ୍ଦ କରନ୍ତି ନାହିଁ। ଫଳରେ ଆପଣଙ୍କ ଦ୍ୱାରା କରାଯାଇଥିବା ପରିଶ୍ରମ ବୃଥା ହୋଇଯାଏ। ପ୍ରସ୍ତୁତ ହୋଇଥିବା ଖାଦ୍ୟକୁ ଫିଙ୍ଗିବାକୁ ପଡିଥାଏ। ତେବେ ଆମ ପାଖରେ ଆପଣଙ୍କ ପାଇଁ ଏଭଳି କିଛି ଘରୋଇ ଟିପ୍ସ ରହିଛି ଯାହାକୁ ଆପଣାଇ ଖାଦ୍ୟର ଅତ୍ୟଧିକ ଲଙ୍କା ଅଂଶକୁ କମ୍ କରାଯାଇପାରିବ।

Advertisment

ଘିଅ ବା ବଟର: ଘିଅ, କ୍ରିମ୍ ଏବଂ ବଟର୍‌ରେ ପ୍ରାକୃତିକ ମିଠା ରହିଛି। ତରକାରୀର ଅତ୍ୟଧିକ ଲଙ୍କା ଅଂଶକୁ କମ୍ କରିବା ପାଇଁ ଆପଣ ଏହି ତିନୋଟି ଜିନିଷ ଭିତରୁ କୌଣସି ଗୋଟିଏକୁ ସୀମିତ ମାତ୍ରାରେ ପକାଇ ରାଗ ଅଂଶ କମ୍ କରିପାରିବେ।

ଟମାଟୋ: ଟମାଟୋ ପେଷ୍ଟ ପ୍ରସ୍ତିତ କରି ତରକାରୀରେ ପକାଇବା ଦ୍ୱାରା ସେଥିରେ ଥିବା ଅତ୍ୟଧିକ ଲଙ୍କାପଣ ଦୂର ହୋଇଯାଇଥାଏ।

Advertisment

ବେସନ: ଯଦି ଆପଣ ସୁଖିଲା ଭଜା ତିଆରି କରିଛନ୍ତି, ସେଥିରେ ଅଧିକ ଲଙ୍କା ପଡିଯାଇଛି। ତେବେ ତା’ର ଲଙ୍କାପଣ ଦୂର କରିବା ପାଇଁ ସେଥିରେ ବେସନକୁ ଅଳ୍ପ ଭାଜି ମିଶାଇ ଦିଅନ୍ତୁ। ଦେଖିବେ ଭଜାରୁ ଅତ୍ୟଧିକ ଲଙ୍କା ଅଂଶ କମିଯିବ ଏବଂ ଏହା ସ୍ୱାଦିଷ୍ଟ ମଧ୍ୟ ହୋଇଯିବ।

ଦହି: ତରକାରୀର ଅତ୍ୟଧିକ ଲଙ୍କା ଅଂଶ ଦୂର କରିବା ପାଇଁ ଆପଣ ଚାହିଁଲେ ଦହି ମଧ୍ୟ ବ୍ୟବହାର କରିପାରିବେ। ଅଳ୍ପ ଦହିକୁ ଭଲଭାବେ ଫେଣ୍ଟି ତରକାରୀରେ ମିଶାଇଲେ ସେଥିରେ ଥିବା ଅଧିକ ଲଙ୍କା ଅଂଶ କମିଯାଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe