୬ ମାସ ଯାଏଁ ସୁରକ୍ଷିତ ରହିବ ଅଦା-ରସୁଣ ପେଷ୍ଟ, ଜାଣନ୍ତୁ କିପରି

ସମସ୍ତେ ସ୍ୱାଦିଷ୍ଟ ଖାଦ୍ୟ ଖାଇବା ପାଇଁ ଚାହାନ୍ତି। ଏଥିପାଇଁ ଘରେ ବିଭିନ୍ନ ବଟା ମସଲା ପଡି ଭିନ୍ନ ଭିନ୍ନ ପ୍ରକାରର ବ୍ୟଞ୍ଜନ ତିଆରି ହୁଏ। ସେହି ବଟା ମସଲା ଭିତରୁ ଗୋଟିଏ ହେଲା ଅଦା-ରସୁଣ ବଟା। ଶୀଘ୍ର ରୋଷେଇ ସାରିବା ପାଇଁ ସମେସ୍ତ ଏହି ବଟା ମସଲାକୁ ଆପଣାନ୍ତି। କିନ୍ତୁ ସଙ୍ଗେ ସଙ୍ଗେ ଅଦା-ରସୁଣ ବାଟିବା କଷ୍ଟକର। ଏଥିପାଇଁ ଅଦା-ରସୁଣ ବାଟି ଘରେ ଆଗୁଆ ରଖନ୍ତି। ତେବେ ଏହି ଅଦା-ରସୁଣ ବଟା ଘରେ ଅଧିକ ଦିନ ସୁରକ୍ଷିତ […]

ginger-garlic paste

ginger-garlic paste

Madhupriya Mistry
  • Published: Monday, 02 August 2021
  • Updated: 02 August 2021, 04:02 PM IST

Sports

Latest News

ସମସ୍ତେ ସ୍ୱାଦିଷ୍ଟ ଖାଦ୍ୟ ଖାଇବା ପାଇଁ ଚାହାନ୍ତି। ଏଥିପାଇଁ ଘରେ ବିଭିନ୍ନ ବଟା ମସଲା ପଡି ଭିନ୍ନ ଭିନ୍ନ ପ୍ରକାରର ବ୍ୟଞ୍ଜନ ତିଆରି ହୁଏ। ସେହି ବଟା ମସଲା ଭିତରୁ ଗୋଟିଏ ହେଲା ଅଦା-ରସୁଣ ବଟା। ଶୀଘ୍ର ରୋଷେଇ ସାରିବା ପାଇଁ ସମେସ୍ତ ଏହି ବଟା ମସଲାକୁ ଆପଣାନ୍ତି। କିନ୍ତୁ ସଙ୍ଗେ ସଙ୍ଗେ ଅଦା-ରସୁଣ ବାଟିବା କଷ୍ଟକର। ଏଥିପାଇଁ ଅଦା-ରସୁଣ ବାଟି ଘରେ ଆଗୁଆ ରଖନ୍ତି। ତେବେ ଏହି ଅଦା-ରସୁଣ ବଟା ଘରେ ଅଧିକ ଦିନ ସୁରକ୍ଷିତ ରୁହେନି। ଏହି ଚିନ୍ତା ଏବେ ଦୂର ହୋଇଯିବ। ଆପଣ ଚାହିଁଲେ ଏହାକୁ ୬ ମାସ ଯାଏଁ ଘରେ ସୁରକ୍ଷିତ ରଖିପାରିବେ। ତେବେ କିଭଳି, ଆସନ୍ତୁ ଜାଣିବା

- ସମାନ ମାତ୍ରାର ଅଦା ରସୁଣ ନିଅନ୍ତୁ। ଏହାପରେ ଏ ଦୁଇଟିକୁ ଭଲଭାବେ ସଫା କରି ବାଟି ଦିଅନ୍ତୁ। ବଟା ହୋଇଥିବା ଅଦା ରସୁଣ ପେଷ୍ଟକୁ ଆଇସ୍‌ ଟ୍ରେରେ ସମାନ ମାତ୍ରାରେ ପକାନ୍ତୁ। ଏହାପରେ ଆଇସ୍‌ ଟ୍ରେକୁ ପ୍ଲାଷ୍ଟିକ ଜରିରେ ଗୁଡାଇ ୧୨ ଘଣ୍ଟା ପାଇଁ ଫ୍ରିଜ୍‌ରେ ରଖି ଦିଅନ୍ତୁ।

- ଅଦା-ରସୁଣ ପେଷ୍ଟ ଯେତେବେଳେ ବରଫ ପାଲଟିଯିବ ସେତେବେଳେ ସେହି ବରଫଗୁଡିକୁ ବହାର କରି ଏକ ପ୍ଲାଷ୍ଟିକ ବ୍ୟାଗ୍‌ରେ ପ୍ୟାକ୍‌ କରି ପୁଣି ଥରେ ଫ୍ରିଜରେ ରଖି ଦିଅନ୍ତୁ।

- ଆପଣ ଯେତେବେଳେ ବ୍ୟବହାର କରିବାକୁ ଚାହିଁବେ ସେତେବେଳେ ଏଥିରୁ ଆବଶ୍ୟକ ହିସାବର ଅଦା ରସୁଣ ବଟା ବାହାର କରି ବ୍ୟବହାର କରିପାରିବେ। ଏହି ଉପାୟରେ ଆପଣ ଅଦା-ରସୁଣ ବଟାକୁ ଦୀର୍ଘ ୬ ମାସ ଯାଏଁ ଷ୍ଟୋର କରି ରଖିପାରିବେ।

- କୋବଳ ସେତିକି ନୁହେଁ କୌଣସି ଏୟାର କେଣ୍ଟନରରେ ଏହି ପେଷ୍ଟକୁ ରଖି ଏଥିରେ ୩ରୁ ୪ ଚାମଚ ଭିନେଗାର ପକାଇଦେଲ ଏହାକୁ ଆପଣ ୬ ମାସରୁ ବି ଅଧିକ ସମୟ ଯାଏଁ ବ୍ୟବହାର କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos