Advertisment

Odia Health Tips: ଫ୍ରିଜରେ ଅଣ୍ଡା ରଖିବା ଭଲ ନା ଖରାପ, ଜାଣନ୍ତୁ...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ଅଣ୍ଡାକୁ ଅଧିକ ଦିନ ପର୍ଯ୍ୟନ୍ତ ତାଜା ରଖିବା ପାଇଁ ଆମେ ଏହାକୁ ଫ୍ରିଜରେ ରଖିଥାଉ। ତେବେ କ’ଣ ଆପଣ ଜାଣିଛନ୍ତି, ଫ୍ରିଜରେ ଅଣ୍ଡା ରଖିବା ଦ୍ୱାରା ଏଥିରେ ଥିବା ପ୍ରୋଟିନ୍‌, କ୍ୟାଲସିୟମ୍‌ ଓ ଓମେଗା ୩ ଫ୍ୟାଟି ଏସିଡ୍‌ ପରି ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ। ଆସନ୍ତୁ ଜାଣିବା କିଛି ଘରକରଣା ଟିପସ୍‌, ଫ୍ରିଜରେ ଅଣ୍ଡା ରଖିଲେ କେଉଁସବୁ ଅସୁବିଧା ହୋଇଥାଏ। ୧. ଅଣ୍ଡା ଫ୍ରିଜରେ ରଖିବା ଦ୍ୱାରା ସତେଜ ରହିଥାଏ […]

ଅଦ୍ୟତନ ହୋଇଛି
Odia Health Tips: ଫ୍ରିଜରେ ଅଣ୍ଡା ରଖିବା ଭଲ ନା ଖରାପ, ଜାଣନ୍ତୁ...

egg

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ଅଣ୍ଡାକୁ ଅଧିକ ଦିନ ପର୍ଯ୍ୟନ୍ତ ତାଜା ରଖିବା ପାଇଁ ଆମେ ଏହାକୁ ଫ୍ରିଜରେ ରଖିଥାଉ। ତେବେ କ’ଣ ଆପଣ ଜାଣିଛନ୍ତି, ଫ୍ରିଜରେ ଅଣ୍ଡା ରଖିବା ଦ୍ୱାରା ଏଥିରେ ଥିବା ପ୍ରୋଟିନ୍‌, କ୍ୟାଲସିୟମ୍‌ ଓ ଓମେଗା ୩ ଫ୍ୟାଟି ଏସିଡ୍‌ ପରି ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ। ଆସନ୍ତୁ ଜାଣିବା କିଛି ଘରକରଣା ଟିପସ୍‌, ଫ୍ରିଜରେ ଅଣ୍ଡା ରଖିଲେ କେଉଁସବୁ ଅସୁବିଧା ହୋଇଥାଏ।

Advertisment

୧. ଅଣ୍ଡା ଫ୍ରିଜରେ ରଖିବା ଦ୍ୱାରା ସତେଜ ରହିଥାଏ ହେଲେ ଏଥିରେ ଥିବା ପୋଷକତତ୍ତ୍ୱ ଓ ସ୍ୱାଦ ନଷ୍ଟ ହୋଇଯାଇଥାଏ। କେବଳ ଏତିକି ନୁହେଁ, ଫ୍ରିଜରେ ରଖିବା ପରେ ଅଣ୍ଡା ଉପର ଅଂଶରେ ଥିବା ବ୍ୟାକ୍ଟେରିଆଙ୍କ ବୃଦ୍ଧି ଘଟିଥାଏ। ଏହି ବ୍ୟାକ୍ଟେରିଆ ଅଣ୍ଡା ଭିତରକୁ ଯିବାର ଆଶଙ୍କା ମଧ୍ୟ ରହିଥାଏ।

Eggs in the fridge

୨. ଯଦି ଆପଣ ଅଣ୍ଡାକୁ ଅଧିକ ଦିନ ପର୍ଯ୍ୟନ୍ତ ରଖବାକୁ ଚାହୁଁଛନ୍ତି, ତେବେ ଏହାକୁ ନର୍ମାଲ୍‌ ରୁମ୍‌ ଟେମ୍ପରେଚର୍‌ରେ ହିଁ ରଖନ୍ତୁ।

Advertisment

୩. ଅଧିକ ଦିନ ପର୍ଯ୍ୟନ୍ତ ରଖାଯାଇଥିବା ଅଣ୍ଡାକୁ ନଖାଇବା ପାଇଁ ଚେଷ୍ଟା କରନ୍ତୁ। ଆବଶ୍ୟକ ପଡ଼ିଲେ ଅଣ୍ଡାକୁ ସଙ୍ଗେ ସଙ୍ଗେ କିଣି କରି ହିଁ ଖାଆନ୍ତୁ।

୪. ଫ୍ରିଜରେ ରଖାଯାଇଥିବା ଅଣ୍ଡାକୁ ସଙ୍ଗେ ସଙ୍ଗେ ସିଝାଇଲେ, ଫାଟିଯିବାର ସମ୍ଭାବନା ରହିଥାଏ। ମନେରଖନ୍ତୁ, ଯଦି ଆପଣ ଫ୍ରିଜରେ ଅଣ୍ଡା ରଖୁଛନ୍ତି, ତେବେ ଏହାକୁ ବାହାର କରିବା ପରେ କିଛି ସମୟ ପାଇଁ ରୁମ୍‌ ଟେମ୍ପରେଚର୍‌ରେ ରଖି ସିଝାନ୍ତୁ। ଦେଖିବେ ଅଣ୍ଡା ଫାଟିବ ନାହିଁ।

୫. ସେହିପରି ଫ୍ରିଜରେ ରଖିଥିବା ଅଣ୍ଡାରେ କେକ୍‌ ପ୍ରସ୍ତୁତ କଲେ ଏହାର ସ୍ୱାଦ ଓ ରଙ୍ଗରେ ପରିବର୍ତ୍ତନ ଆସିଥାଏ।

Odia Health Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe