a11
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ଖରା ବହୁତ ଜୋରରେ ହେଉଛି। ଆପଣ ଖରାରେ ନିଶ୍ଚୟ ବାହାରକୁ ଯାଇ କାମ କରୁଥିବେ। ଖରା ଦିନେ ମହିଳାମାନଙ୍କର ସବୁଠୁ ବଡ଼ ସମସ୍ୟା ହେଲା ହାତ ଗୋଡ଼ କଳା ପଡ଼ିଯିବା । ଏଥିପାଇଁ ଅନେକ ମହିଳା ଘରୁ ବାହାରକୁ ମଧ୍ୟ ବାହାରନ୍ତି ନାହିଁ।
/odisha-reporter/media/post_attachments/wp-content/uploads/2019/06/a22-1-300x172.jpg)
ଏବେ କିନ୍ତୁ ଆପଣ ଅଚିନ୍ତାରେ ବାହାରକୁ ଯାଇ କାମ କରିପାରିବେ। କାରଣ ଏବେ ହାତ ଗୋଡ଼ କଳା ପଡ଼ିବା ସମସ୍ୟାରୁ କିପରି ମୁକ୍ତି ପାଇବେ ସେ ବିଷୟରେ ଆମେ କହିବୁ। ଏହାକୁ ଲଗାଇଲେ ଆପଣ ନିଜେ ହିଁ ତ୍ୱଚାରେ ଫରକ୍ ଦେଖିପାରିବେ। ତେଣୁ ଜାଣନ୍ତୁ ଏହାକୁ କିପରି ପ୍ରସ୍ତୁତ କରି ବ୍ୟବହାର କରି ପାରିବେ।
ପ୍ରଥମେ ଏକ ପାତ୍ରରେ ଲେମ୍ବୁ ରସ ନିଅନ୍ତୁ। ସେଥିରେ ଟମାଟୋ ରସ ଏବଂ ENO ପକାଇ ଗୋଳାଇ ଦିଅନ୍ତୁ। ଏହି ପ୍ୟାକ୍କୁ ଆପଣ କଳା ପାଡ଼ିଥିବା ସ୍ଥାନରେ ଲଗାଇ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ। ଏହା ପରେ ଧୋଇ ଦିଅନ୍ତୁ। ଏହି ପରି କଲେ ଆପଣ ନିଶ୍ଚୟ ପୂର୍ବ ଅପେକ୍ଷା ଅଧିକ ସଫା ଦେଖାଯିବେ ।
/odisha-reporter/media/post_attachments/wp-content/uploads/2019/06/a33-1-300x172.jpg)
ମନେରଖନ୍ତୁ, ENO ପଡ଼ିଥିବାରୁ ଏହାକୁ ମୁହଁରେ ଲଗାନ୍ତୁ ନାହିଁ। ଏହାକୁ ଆପଣ ହାତ ଗୋଡ଼, ବେକ, ଆଣ୍ଠୁ, ଗୋଇଠି ଇତ୍ୟାଦିରେ ଲଗାଇ ପାରିବେ। ବିଭିନ୍ନ ଲୋକଙ୍କର ତ୍ୱଚା ମଧ୍ୟ ଭିନ୍ନ ଭିନ୍ନ ପ୍ରକାର ହୋଇଥାଏ। ଏହା ସମସ୍ତଙ୍କ ତ୍ୱଚାରେ ସଠିକ୍ କାମ କରିବ ନା ନାହିଁ ତାହା ଆପଣଙ୍କ ଉପରେ ନିର୍ଭର କରେ। ତେଣୁ ଆପଣ ଏହାକୁ ଗୋଡ଼ର କିଛି ସ୍ଥାନରେ ଲଗାଇ ପରିକ୍ଷା କରନ୍ତୁ। ଯଦି ଆପଣଙ୍କ ତ୍ୱଚା ଜଳା ପୋଡ଼ା ବା କୁଣ୍ଡାଇ ହେଉ ନାହିଁ। ତାହାଲେ ଆପଣ ଏହାକୁ ବ୍ୟବହାର କରିପାରିବେ। ଅଥବା ଏହାକୁ ବାରଣ କରନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/06/a11.jpg)