Advertisment

ମହୁ ଖାଆନ୍ତୁ, ଏସବୁ ସମସ୍ୟାରୁ ମୁକ୍ତି ପାଆନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ଶୀତ ଦିନେ ଅଧିକାଂଶ ଲୋକଙ୍କୁ ଥଣ୍ଡା ଓ କାଶ ଆଦି ହୋଇଥାଏ। ଯଦି ଆପଣ ବି ଏମିତି ସମସ୍ୟାରେ ପଡ଼ୁଛନ୍ତି, ତା’ହେଲେ ମହୁ ଖା’ନ୍ତୁ। କାରଣ ମହୁରେ ଥିବା ଔଷଧୀୟ ଗୁଣ ଥଣ୍ଡା ଓ କାଶ ଭଳି ସମସ୍ୟାରୁ ଆରାମ ଦିଏ। ତେବେ ଏଥିପାଇଁ ଏହାକୁ କେମିତି ଖାଇବାକୁ ହେବ, ତାହା ବି ଜାଣିବା ଜରୁରୀ। ତା’ହେଲେ ଆସନ୍ତୁ ଜାଣିବା ମହୁକୁ କେମିତି ଖାଇବେ। ଏହା ସହିତ ଆପଣ ଖାଉଥିବା ମହୁ […]

author-image
Puspanjali Panda
ମହୁ ଖାଆନ୍ତୁ, ଏସବୁ ସମସ୍ୟାରୁ ମୁକ୍ତି ପାଆନ୍ତୁ

mahu

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ଶୀତ ଦିନେ ଅଧିକାଂଶ ଲୋକଙ୍କୁ ଥଣ୍ଡା ଓ କାଶ ଆଦି ହୋଇଥାଏ। ଯଦି ଆପଣ ବି ଏମିତି ସମସ୍ୟାରେ ପଡ଼ୁଛନ୍ତି, ତା’ହେଲେ ମହୁ ଖା’ନ୍ତୁ। କାରଣ ମହୁରେ ଥିବା ଔଷଧୀୟ ଗୁଣ ଥଣ୍ଡା ଓ କାଶ ଭଳି ସମସ୍ୟାରୁ ଆରାମ ଦିଏ। ତେବେ ଏଥିପାଇଁ ଏହାକୁ କେମିତି ଖାଇବାକୁ ହେବ, ତାହା ବି ଜାଣିବା ଜରୁରୀ। ତା’ହେଲେ ଆସନ୍ତୁ ଜାଣିବା ମହୁକୁ କେମିତି ଖାଇବେ। ଏହା ସହିତ ଆପଣ ଖାଉଥିବା ମହୁ ଅସଲି ନା ନକଲି କେମିତି ପରୀକ୍ଷା କରିବେ, ସେ ବିଷୟରେ ବି ଜାଣି ନିଅନ୍ତୁ।

Advertisment

୧. ଶୀତଦିନେ ଥଣ୍ଡା ଜିନିଷ ଖାଇଲେ ଗଳାରେ ଇନ୍‌ଫେକ୍ସନ୍‌ ହୋଇଥାଏ। ଏହି ସମୟରେ ହାଲ୍‌କା ଗରମ ପାଣିରେ ମହୁ ଓ ଲେମ୍ୱୁ ମିଶାଇ ପିଇଲେ, ଗଳା ଠିକ୍‌ ହୋଇଯାଏ।

୨. ଶୀତଦିନେ ଜର, ଥଣ୍ଡା, ନାକ ନଫିଟିବା ଓ କାଶକୁ ଠିକ୍‌ କରିବା ପାଇଁ ମହୁ ରାମବାଣ ପରି କାର୍ଯ୍ୟ କରିଥାଏ। ଏଥିପାଇଁ ଅଦାରସରେ ମହୁ ମିଶାଇ ପିଅନ୍ତୁ। ଏ ସବୁ ସମସ୍ୟା ଦୂର ହୋଇଯିବ।

Advertisment

୩. ମହୁକୁ ଚାଟି ଖାଇଲେ ମଧ୍ୟ ଥଣ୍ଡା ଓ କାଶ ଭଳି ସମସ୍ୟାରୁ ମୁକ୍ତି ପାଇପାରିବେ। ଦିନକୁ ଏହିପରି ଦୁଇରୁ ତିନିଥର ମହୁକୁ ଖାଇଲେ କାଶ ବନ୍ଦ ହୋଇଯାଏ। ଆପଣ ଚାହିଁଲେ ଡାଲଚିନି ପାଉଡର୍‌ରେ ବି ମହୁ ମିଶାଇ ଖାଇପାରିବେ। ଏହା ବି ବେଶ୍ ଫାଇଦା ଦେଇଥାଏ।

୪. ଗୋଟିଏ କପ୍‌ ଗରମ ପାଣିରେ ୧ ଚାମଚ ମହୁ ମିଶାଇ ପିଇଲେ ଦିନସାରା ଶରୀରକୁ ଏନର୍ଜି ମିଳିଥାଏ।

ମହୁ ଅସଲି ନା ନକଲି

ଯଦି ମହୁ ଅସଲି କିମ୍ୱା ନକଲି ଜାଣିବାକୁ ଚାହୁଁଛନ୍ତି, ତା’ହେଲେ ଗ୍ଲାସ୍‌ରେ ଅଳ୍ପ ପାଣି ନେଇ ସେଥିରେ ଟିକେ ଭିନେଗାର ପକାଇ ଗୋଳାଇ ଦିଅନ୍ତୁ। ତା’ପରେ ଏଥିରେ ମହୁ ପକାନ୍ତୁ। ଯଦି ମହୁ ପକାଇବା ପରେ ଏହି ମିଶ୍ରଣରୁ ଫେଣ ବାହାରିଲା, ତା’ହେଲେ ଜାଣିବେ ମହୁ ଶୁଦ୍ଧ ନୁହେଁ। ଏହା ଅପମିଶ୍ରିତ। ତେଣୁ ଉକ୍ତ ମହୁକୁ ବ୍ୟବହାର କରନ୍ତୁ ନାହିଁ।