Advertisment

କଳାବ୍ରଣ କଣ୍ଟା ହୋଇ ଛିଡ଼ା ହୋଇଛି କି ଆପଣଙ୍କ ସୌନ୍ଦର୍ଯ୍ୟ ଆଗରେ: ଟିପ୍ସ ପଢନ୍ତୁ, ଚୁଟକିରେ ହଟାଇ ଦିଅନ୍ତୁ

ବ୍ଲାକ ହେଡ୍ସ(କଳାବ୍ରଣ) ଯ଼ୋଗୁ ଆପଣ  ଚିନ୍ତିତ କି । ବ୍ୟସ୍ତ ଜୀବନ ଭିତରେ ଆପଣ ଘରେ ବସି ମଧ୍ୟ ଏସବୁର ଉପଚାର କରି ପାରିବେ। ଘରୋଇ ଉପାଦାନ ବ୍ୟବହାର କରି ଆପଣ କଳାବ୍ରଣ ଚିନ୍ତାରୁ ମୁକ୍ତି ପାଇ ପାରିବେ। ବେକିଙ୍ଗ୍ ସୋଡା: ବେକିଙ୍ଗ ସୋଡାର ବ୍ୟବହାର ଦ୍ୱାରା କଳାବ୍ରଣକୁ ଦୂର କରିପାରିବେ। ଏକ ବଡ ଚାମଚ ବେକିଙ୍ଗ ସୋଡ଼ା, ୨ ଚାମଚ ପାଣିରେ ମିଶାଇ ଏହାକୁ ୧୫ରୁ ୨୦ ମିନି଼ଟ ମୁହଁରେ ମାଲିସ କରନ୍ତୁ। ପରେ ତାକୁ […]

କଳାବ୍ରଣ କଣ୍ଟା ହୋଇ ଛିଡ଼ା ହୋଇଛି କି ଆପଣଙ୍କ ସୌନ୍ଦର୍ଯ୍ୟ ଆଗରେ: ଟିପ୍ସ ପଢନ୍ତୁ, ଚୁଟକିରେ ହଟାଇ ଦିଅନ୍ତୁ

blackheads

Advertisment

ବ୍ଲାକ ହେଡ୍ସ(କଳାବ୍ରଣ) ଯ଼ୋଗୁ ଆପଣ  ଚିନ୍ତିତ କି । ବ୍ୟସ୍ତ ଜୀବନ ଭିତରେ ଆପଣ ଘରେ ବସି ମଧ୍ୟ ଏସବୁର ଉପଚାର କରି ପାରିବେ। ଘରୋଇ ଉପାଦାନ ବ୍ୟବହାର କରି ଆପଣ କଳାବ୍ରଣ ଚିନ୍ତାରୁ ମୁକ୍ତି ପାଇ ପାରିବେ।

Advertisment

ବେକିଙ୍ଗ୍ ସୋଡା: ବେକିଙ୍ଗ ସୋଡାର ବ୍ୟବହାର ଦ୍ୱାରା କଳାବ୍ରଣକୁ ଦୂର କରିପାରିବେ। ଏକ ବଡ ଚାମଚ ବେକିଙ୍ଗ ସୋଡ଼ା, ୨ ଚାମଚ ପାଣିରେ ମିଶାଇ ଏହାକୁ ୧୫ରୁ ୨୦ ମିନି଼ଟ ମୁହଁରେ ମାଲିସ କରନ୍ତୁ। ପରେ ତାକୁ ନଖଉଷୁମ ଗରମ ପାଣିରେ ଧୋଇଦିଅନ୍ତୁ। ଏହା କଳାବ୍ରଣକୁ ହଟେଇବାରେ ସାହାଯ଼୍ୟ କରିଥାଏ।

ଡାଲଚିନି ପାଉଡର: କଳାବ୍ରଣକୁ ଦୂରକରିବା ପାଇଁ ଡାଲଚିନି ବ୍ୟବହାର ଉପଯ଼ୋଗୀ ହୋଇପାରିବ। ଡାଲଚିନି ପାଉଡର ଆଉ ଏକ ଚାମଚ ଲେମ୍ବୁରସ ଓ ଏଥିରେ ହଳଦି ପାଉଡର ମଧ୍ୟ ଅଳ୍ପ ପରିମାଣରେ ମିଶାନ୍ତୁ। ଏହି ମିଶ୍ରଣକୁ ମୁହଁରେ ୧୦ରୁ ୧୫ ମିନିଟ ଧରି ମାଲିସ କରି ସଫା ପାଣିରେ ଧୋଇଦଅନ୍ତୁ। ଲେମ୍ବୁରସରେ ଆଣ୍ଟି ବାୟୋ଼ଟିକ୍ ଗୁଣଥିବାରୁ ଏହା ବ୍ଲାକ ହେଡ୍ସ ସହ ଲଢିବାରେ ସାହାଯ଼୍ୟ କରେ।

Advertisment

ଅଣ୍ଡାର ଧଳା ଅଂଶ: ମହୁ ସହ ଅଣ୍ଡାର ଧଳା ଅଂଶକୁ ମିଶ୍ରଣ କରି ତ୍ୱଚା ରେ ଲଗାଇବେ ଓ ତାହା ଶୁଖିଲାପରେ ପାଣିରେ ଧୋଇଦିଅନ୍ତୁ। ଏହାକୁ ଲଗାଇବା ଦ୍ୱାରା ତ୍ୱଚା  କୋମଳ ଓ ନରମ ହୋଇଥାଏ।

ଟମାଟୋ : ଟମାଟୋ ବ୍ଲାକ୍ ହେ଼ଡ୍ସ ପାଇଁ ଭଲ କାମ କରେ। ଶୋଇବାକୁ ଯିବା ପୂର୍ବରୁ ଟମାଟୋ ଲଗାଇ ସକାଳେ ମୁହଁକୁ ଧୋଇଦେଲ ଆପଣ ଫରକ ନିଜେ ଜାଣି ପାରିବେ।

ଗ୍ରିନ୍ ଟି: ଗ୍ରିନ୍ ଟି ତ୍ୱଚାରେ ଲଗାଇବା ଦ୍ୱାରା ଏଥିରେ ଥିବା ଆଣ୍ଟି ଅକ୍ସିଣ୍ଡେଟ ଅଶୁଧିୟତାକୁ ଦୂର କରିଥାଏ ଓ ବ୍ଲାକ୍ ହେଡ୍ସ ସଫା କରିଥାଏ। ପାଣିରେ ଏକ ବଡ ଚାମଚ ଗ୍ରିନ୍ ଟି ମିଶ୍ରଣରେ ପେଷ୍ଟ ବନାନ୍ତୁ । ଏହାକୁ ତ୍ୱଚାରେ ୧୫ରୁ ୨୦ ମିନିଟ୍ ଲଗେଇ ନଖ ଉଷୁମ ପାଣିରେ ଧୋଇଦିଅନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe