Advertisment

ଆପଣଙ୍କ ପାର୍ଟନର୍‌ ପଜେସିଭ୍‌ ନୁହନ୍ତି ତ? କେମିତି ଜାଣିବେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେତେକ କ୍ଷେତ୍ରରେ ଦେଖାଯାଏ, ରିଲେସନ୍‌ସିପ୍‌ରେ ଥିବାବେଳେ ପୁରୁଷ ହୁଅନ୍ତୁ ବା ମହିଳା ତାଙ୍କ ପାର୍ଟନରଙ୍କୁ ଚାହିଁଲେ ବି ଅନେକ ସମୟରେ ଖୁସି ରଖି ପାରନ୍ତି ନାହିଁ। ଏଥିପାଇଁ ସେମାନେ ନିଜକୁ ଦୋଷ ଦେବା ଠିକ୍ ନୁହେଁ। କାରଣ ବେଳେ ବେଳେ ପାର୍ଟନରଙ୍କ ସଙ୍କୁଚିତ ମାନସିକତା ଯୋଗୁ ଏଭଳି ଘଟିଥାଏ। ସଙ୍କୁଚିତ ମାନସିକତା ଏକ ରିଲେସନ୍‌ସିପ୍‌ ପାଇଁ ଆଦୌ ଭଲ ନୁହେଁ। ଏହା ସଂପର୍କକୁ ଭାଙ୍ଗିଦିଏ। ତେଣୁ ପାର୍ଟନରଙ୍କ ନିକଟରେ ଏହି ଗୁଣ ଥିଲେ […]

author-image
Biswobandita Swain
ଅଦ୍ୟତନ ହୋଇଛି
ଆପଣଙ୍କ ପାର୍ଟନର୍‌ ପଜେସିଭ୍‌ ନୁହନ୍ତି ତ? କେମିତି ଜାଣିବେ

Keeping-Your-Partners-Love

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେତେକ କ୍ଷେତ୍ରରେ ଦେଖାଯାଏ, ରିଲେସନ୍‌ସିପ୍‌ରେ ଥିବାବେଳେ ପୁରୁଷ ହୁଅନ୍ତୁ ବା ମହିଳା ତାଙ୍କ ପାର୍ଟନରଙ୍କୁ ଚାହିଁଲେ ବି ଅନେକ ସମୟରେ ଖୁସି ରଖି ପାରନ୍ତି ନାହିଁ। ଏଥିପାଇଁ ସେମାନେ ନିଜକୁ ଦୋଷ ଦେବା ଠିକ୍ ନୁହେଁ। କାରଣ ବେଳେ ବେଳେ ପାର୍ଟନରଙ୍କ ସଙ୍କୁଚିତ ମାନସିକତା ଯୋଗୁ ଏଭଳି ଘଟିଥାଏ। ସଙ୍କୁଚିତ ମାନସିକତା ଏକ ରିଲେସନ୍‌ସିପ୍‌ ପାଇଁ ଆଦୌ ଭଲ ନୁହେଁ। ଏହା ସଂପର୍କକୁ ଭାଙ୍ଗିଦିଏ। ତେଣୁ ପାର୍ଟନରଙ୍କ ନିକଟରେ ଏହି ଗୁଣ ଥିଲେ ସଂପର୍କକୁ ଆଗକୁ ବଢ଼ାଇବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ। ତେବେ ସବୁଠୁ ବଡ଼ କଥା ହେଉଛି, ଆପଣ କେମିତି ଜାଣିବେ ଯେ ଆପଣଙ୍କ ପାର୍ଟନର ପଜେସିଭ୍‌। ଏହା ଆଦୌ ଏକ କଷ୍ଟ କାମ ନୁହେଁ। ଅତି ଛୋଟ ଛୋଟ କଥାରୁ ଆପଣ ଏହାକୁ ବାରି ନେଇପାରିବେ। ତା’ହେଲେ ଆସନ୍ତୁ ଜାଣିବା କେଉଁ କଥାଗୁଡ଼ିକ ପ୍ରତି ଆପଣ ଧ୍ୟାନ ଦେବା ଜରୁରୀ।

Advertisment

publive-imageବନ୍ଧୁଙ୍କ ସହ କଥା ହେବା ଉପରେ କଟକଣା
ଯଦି ଆପଣଙ୍କ ପାର୍ଟନର ଆପଣଙ୍କୁ କୌଣସି ବନ୍ଧୁଙ୍କ ସହିତ କଥା ହେବାକୁ ଅବା ତାଙ୍କ ସହିତ ବୁଲାବୁଲି କରିବା ଉପରେ କଟକଣା ଲଗାଉଛନ୍ତି, ତା’ହେଲେ ଜାଣନ୍ତୁ ସେ ପଜେସିଭ୍‌ନେସ୍‌ର ଶିକାର ହୋଇସାରିଛନ୍ତି। ଏପରିକି ଏହି ସମୟରେ ଆପଣ ଯଦି କୌଣସି ବନ୍ଧୁଙ୍କ ସହିତ ଖୁସିରେ କଥାବାର୍ତ୍ତା ବି ହୁଅନ୍ତି, ସେ ଏହାକୁ ସହ୍ୟ କରିପାରନ୍ତି ନାହିଁ ଏବଂ ଖୋଲାଖୋଲି ନକାରାତ୍ମକ ପ୍ରତିକ୍ରିୟା ଦିଅନ୍ତି।

ସବୁବେଳେ ସୋଶାଲ ମିଡିଆରେ ଆପଣଙ୍କୁ ପିଛା କରିବା

ରାତି ଅବା ଦିନରେ ଆପଣ କେତେ ସମୟ ବନ୍ଧୁଙ୍କ ସହିତ ଫେସ୍‌ବୁକ୍‌, ହ୍ୱାଟସ୍‌ଆପ୍‌ କିମ୍ବା ଅନ୍ୟାନ୍ୟ ସୋଶାଲ୍‌ ମିଡିଆରେ ଚାଟିଂ କରୁଛନ୍ତି ଏବଂ ଫୋନ୍‌ରେ କାହା ସହ କେତେ ସମୟ କଥା ହେଉଛନ୍ତି, ଯଦି ଏସବୁ ଖବର ରଖିବାରେ ଆପଣଙ୍କ ସାଥୀ ସବୁ ସୀମା ଟପି ଯାଆନ୍ତି, ତା’ହେଲେ ବୁଝି ନିଅନ୍ତୁ ସେ ବହୁତ ପଜେସିଭ୍‌। ଏଭଳି ସାଥୀମାନେ ସୋଶାଲ୍‌ ମିଡିଆରେ ଆପଣଙ୍କ ସମସ୍ତ ଆକ୍ଟିଭିଟି ଉପରେ ନଜର ରଖିବାକୁ ଚେଷ୍ଟା କରନ୍ତି। ଏହା ସନ୍ଦେହକୁ ଆମନ୍ତ୍ରଣ କରେ ଓ ଏ ସନ୍ଦେହ ଧୀରା ଧୀରେ ସଂପର୍କକୁ ଭାଙ୍ଗି ଦିଏ।

publive-imageପ୍ରତ୍ୟେକ କଥାରେ ଦୋଷ ଦେବା

ରିଲେସନସିପ୍‌ରେ ଥିବାବେଳେ ଉଭୟ ପକ୍ଷରୁ ଛୋଟ ମୋଟ ଭୁଲ୍‌ ହେବା ସାଧାରଣ କଥା। ଏପରିସ୍ଥଳେ ଉଭୟ ଉଭୟଙ୍କର ଭୁଲ୍ ମାନି ନେଲେ ସଂପର୍କ ଆଗକୁ ବଢ଼େ ଓ ମଜଭୁତ ହୁଏ। କିନ୍ତୁ ଆପଣଙ୍କ ପାର୍ଟନର ସବୁ କ୍ଷେତ୍ରରେ ଆପଣଙ୍କ ଉପରେ ଦୋଷ ଲଦୁଥିଲେ ଜାଣିବେ ଯେ ସେ ପଜେସିଭ୍‌ ଚରିତ୍ରର। ଯଦି ତାଙ୍କର ଏ ଚରିତ୍ରରେ କିଛି ପରିବର୍ତ୍ତନ ହେଉ ନାହିଁ, ତା’ହେଲେ ସଂପର୍କକୁ ଆଗକୁ ବଢ଼ାଇବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ।