Advertisment

ସ୍ୱାଦ ସହ ସୌନ୍ଦର୍ଯ୍ୟ ବଢାଇବାରେ ସାହାଯ୍ୟ କରେ ଲୁଣ: ପଢନ୍ତୁ କିଛି ଜଣାଅଜଣା କଥା

ଆମ ସମସ୍ତଙ୍କ ପାଇଁ ଲୁଣ ଅପରିହାର୍ଯ୍ୟ। ଏହାସହ ସ୍ୱାଦ ନିମନ୍ତେ ମଧ୍ୟ ଏହା ଅତ୍ୟନ୍ତ ଜରୁରୀ। କୁହାଯାଏ ଖାଇବାରେ ସ୍ୱାଦ ବଢାଇବା ପାଇଁ ଲୁଣର ବ୍ୟବହାର କରାଯାଏ। କିନ୍ତୁ ଏହାର ବ୍ୟବହାର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରିଥାଏ। ଅନେକ ବିୟୁଟି ଏକ୍ସପର୍ଟ ଲୁଣକୁ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମଧ୍ୟ ବ୍ୟବହାର କରାଯାଇ ପାରିବ ବୋଲି କହିଛନ୍ତି । କେବଳ ଏତିକି ନୁହେଁ ଘରର ଅନ୍ୟ କାମରେ ମଧ୍ୟ ଆମେ ଲୁଣକୁ ବ୍ୟବହାର କରିପାରିବା। ଲୁଣର ୫ଟି ବିୟୁଟି […]

ଅଦ୍ୟତନ ହୋଇଛି
ସ୍ୱାଦ ସହ ସୌନ୍ଦର୍ଯ୍ୟ ବଢାଇବାରେ ସାହାଯ୍ୟ କରେ ଲୁଣ: ପଢନ୍ତୁ କିଛି ଜଣାଅଜଣା କଥା

salt (1)

Advertisment

ଆମ ସମସ୍ତଙ୍କ ପାଇଁ ଲୁଣ ଅପରିହାର୍ଯ୍ୟ। ଏହାସହ ସ୍ୱାଦ ନିମନ୍ତେ ମଧ୍ୟ ଏହା ଅତ୍ୟନ୍ତ ଜରୁରୀ। କୁହାଯାଏ ଖାଇବାରେ ସ୍ୱାଦ ବଢାଇବା ପାଇଁ ଲୁଣର ବ୍ୟବହାର କରାଯାଏ। କିନ୍ତୁ ଏହାର ବ୍ୟବହାର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରିଥାଏ। ଅନେକ ବିୟୁଟି ଏକ୍ସପର୍ଟ ଲୁଣକୁ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମଧ୍ୟ ବ୍ୟବହାର କରାଯାଇ ପାରିବ ବୋଲି କହିଛନ୍ତି । କେବଳ ଏତିକି ନୁହେଁ ଘରର ଅନ୍ୟ କାମରେ ମଧ୍ୟ ଆମେ ଲୁଣକୁ ବ୍ୟବହାର କରିପାରିବା। ଲୁଣର ୫ଟି ବିୟୁଟି ଟିପ୍ସ ସହ ଜାଣନ୍ତୁ ଘର କାମରେ କିପରି ଲୁଣକୁ ବ୍ୟବହାର କରାଯାଇପାରିବେ।

Advertisment

 ସୌନ୍ଦର୍ଯ୍ୟ ବୃଦ୍ଧିରେ ଲୁଣର ବ୍ୟବହାର

publive-image୧- ଲୁଣକୁ  ନଡ଼ିଆ ତେଲ ସହ ମିଶାଇ ଲଗାଇଲେ ଚେହେରାର ଚମକ ବଢିଥାଏ । ଏହାକୁ ଆପଣ ସ୍କ୍ରବ ରୂପେ ମଧ୍ୟ ବ୍ୟବହାର କରି ପାରିବେ।

୨- ଓଟମିଲରେ ଲୁଣ ଏବଂ ଦହି ମିଶାଇ ଲଗାଇଲେ ତ୍ୱଚାର କୋମଲତା ବଢିଥାଏ ।

୩- ଦହିରେ ଲୁଣ ମିଶାଇ ଲଗାଇଲେ ବେକରେ କଳା ଦାଗ ଦୂର ହୁଏ ।

୪- ଲୁଣ ସହ ମହୁ ମିଶାଇ ଲଗାଇଲେ ତ୍ୱଚାର ମୃତକୋଷ ଦୂର ହୋଇଥାଏ ଓ ଶ୍ୟାମଳପଣ ଦୂର ହୋଇଥାଏ ।

Advertisment

୫- ଶାମ୍ପୁରେ ଲୁଣ ମିଶାଇ ଲଗାଇଲେ କେଶ ଝଡ଼ିବା କମିବା ସହ କେଶ ବୃଦ୍ଧି ହୋଇଥାଏ ।

 ଘରୋଇ କାମରେ ଲୁଣର ବ୍ୟବହାର

publive-imagepublive-image

୧- ଲୁଣପାଣିରେ କିଛି ସମୟ କପଡ଼ାକୁ ବତୁରାଇ ତାପରେ ସାବୁନରେ ଧୋଇଲେ ଦାଗ ଦୂର ହୋଇଥାଏ ।

୨- ଲୁଣ ଦ୍ୱାରା ଜୋତାର ଦୁର୍ଗନ୍ଧ ମଧ୍ୟ ଦୂର ହୋଇପାରିବ। ରାତିରେ ଜୋତା ଭିତରେ ଲୁଣ ରଖନ୍ତୁ। ଏହାକୁ ସକାଳେ ବ୍ରସରେ ସଫା କରିବା ପରେ ଜୋତାରୁ ଦୁର୍ଗନ୍ଧ ଦୂର ହୋଇଥାଏ ।

୩- ଫୁଲକୁଣ୍ଡରେ ପାଣି ରଖିବା ସମୟରେ ଟିକେ ଲୁଣ ମିଶାଇ ଦିଅନ୍ତୁ। ଫୁଲ ଅଧିକ ସମୟ ଧରି ଫ୍ରେସ ରହିବ ।

୪- ଲୁଣକୁ ସ୍ପଞ୍ଜ ସାହାଯ୍ୟରେ ଷ୍ଟିଲ୍ ବାସନ ଧୋଇଲେ ବାସନ ନୂଆ ଭଳି ଚିକ୍ ଚିକ୍ କରିଥାଏ ।

News Picture Courtesy – dainik bhaskar

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe