ଶାଶୂ ବୋହୂ ଝଗଡ଼ାରୁ କେମିତି ପାଇବେ ମୁକ୍ତି: ଜାଣନ୍ତୁ ଏହାର ମୂଳମନ୍ତ୍ର

ଶାଶୂ ଓ ବୋହୂଙ୍କ ଭିତରେ ଝଗଡା ତ ସାଧାରଣ କଥା। ଆଉ ଏହି କଳି ଘରେ ସୃଷ୍ଟିକରେ ଅପ୍ରିତିକର ପରିସ୍ଥିତି। ଝଗଡାରୁ ମୁକ୍ତି ପାଇବା ପାଇଁ ସମସ୍ତେ ଖୋଜନ୍ତି ଉପାୟ। ଆପଣ ମଧ୍ୟ କିଛି ଦିଗ ଉପରେ ନଜର ରଖିଲେ ଘରେ ଝଗଡାରୁ ମୁକ୍ତି ପାଇ ପାରିବେ।

1- ଝଗଡାରୁ ମୁକ୍ତି ପାଇବା ପାଇଁ ପାଖରେ ଏକ ରୁପାର କଟୋରା ରଖନ୍ତୁ।

2- ମଥାରେ କେଶର ଆଉ ହଳଦୀର ବିନ୍ଦି ଲଗାନ୍ତୁ, ଏହା ସଂପର୍କରେ ସୁଧାର ଆଣିବ।

3- ଆପଣଙ୍କୁ ସୁନାର ଚେନ୍ ନିଶ୍ଚିତ ଭାବେ ପସନ୍ଦ ଥିବ, କିନ୍ତୁ ଶାଶୂଙ୍କୁ ଖୁସି କରିବାର ଅଛି ତ ରୁପାର ଚେନ ପିନ୍ଧନ୍ତୁ ।

୪- ଖାସ କରି ଅଜଣା ବ୍ୟକ୍ତିଙ୍କଠୁ କୌଣସି ବି ଧଳା ବସ୍ତୁ ନିଅନ୍ତୁ ନାହିଁ, ବିଶେଷ ଭାବରେ ରୁପାର କୌଣସି ବସ୍ତୁ।