Advertisment

ପ୍ରେମିକ ଉପରେ କେମିତି କସିବେ ଲଗାମ: ପଢି ନିଅନ୍ତୁ ସିକ୍ରେଟ୍ ଟିପ୍ସ

ପ୍ରେମ ଏପରି ଏକ ଅନୁଭବ ଯାହା ପ୍ରତ୍ୟେକ ମଣିଷର ଜୀବନକୁ ଫଗୁଣର ରଙ୍ଗରେ ରଙ୍ଗୀନ କରିଦେଇଥାଏ। ମାନ, ଅଭିମାନ, ହସିବା, କାନ୍ଦିବା ପ୍ରେମୀଯୁଗଳଙ୍କ ଭିତରେ ନ ରହିଲେ ପ୍ରେମ ପିତା ଲାଗିଥାଏ। ସର୍ବଦା ପ୍ରେମିକା ମାନେ ପ୍ରେମିକର ଧ୍ୟାନ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ବେଶ୍ କସରତ କରିଥାନ୍ତି। କେତେବେଳେ ନିଜକୁ ସଜାଇ ହୋଇ ତ କେତେବେଳେ ପୁଣି ମିଠା ମିଠା କଥା କହି। ଆଉ ଯଦି ପ୍ରେମିକ ଜଣକ ରାଗି ଯାଇଥାଏ ତ କଥା […]

author-image
Rakesh Mallick
ଅଦ୍ୟତନ ହୋଇଛି
ପ୍ରେମିକ ଉପରେ କେମିତି କସିବେ ଲଗାମ: ପଢି ନିଅନ୍ତୁ ସିକ୍ରେଟ୍ ଟିପ୍ସ

love bird

ପ୍ରେମ ଏପରି ଏକ ଅନୁଭବ ଯାହା ପ୍ରତ୍ୟେକ ମଣିଷର ଜୀବନକୁ ଫଗୁଣର ରଙ୍ଗରେ ରଙ୍ଗୀନ କରିଦେଇଥାଏ। ମାନ, ଅଭିମାନ, ହସିବା, କାନ୍ଦିବା ପ୍ରେମୀଯୁଗଳଙ୍କ ଭିତରେ ନ ରହିଲେ ପ୍ରେମ ପିତା ଲାଗିଥାଏ। ସର୍ବଦା ପ୍ରେମିକା ମାନେ ପ୍ରେମିକର ଧ୍ୟାନ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ବେଶ୍ କସରତ କରିଥାନ୍ତି। କେତେବେଳେ ନିଜକୁ ସଜାଇ ହୋଇ ତ କେତେବେଳେ ପୁଣି ମିଠା ମିଠା କଥା କହି। ଆଉ ଯଦି ପ୍ରେମିକ ଜଣକ ରାଗି ଯାଇଥାଏ ତ କଥା ସରିଲା, ବେଶ କସରତ କରିବାକୁ ପଡେ ନିଜ ମନର ମଣିଷକୁ ବୁଝାଇବା ପାଇଁ। କିନ୍ତୁ ଏବେ ଆଉ ବେଶି କଷ୍ଟ କରିବାକୁ ପଡ଼ିବନି ବୟଫ୍ରେଣ୍ଡର ଧ୍ୟାନ ନିଜ ଆଡକୁ ଆକର୍ଷିତ କରିବା ପାଇଁ। ଜାଣି ନିଅନ୍ତୁ କିଛି ସରଳ ଟିପ୍ସ ଯାହା ଆପଣଙ୍କ ପ୍ରେମମୟ ଜୀବନକୁ ଆହୁରି ରଙ୍ଗୀନ କରିଦେବ।

Advertisment

ଉପେକ୍ଷା କରିବା: ବେଳେବେଳେ ଉପେକ୍ଷା କରିବା ଦ୍ୱାରା ମଣିଷ ଅଧିକ ପାଖକୁ ଟାଣି ହୋଇ ଆସିଥାଏ। ବୟଫ୍ରେଣ୍ଡ ଯଦି ଆପଣଙ୍କୁ ଉପେକ୍ଷା କରୁଛି ତେବେ ଆପଣ ମଧ୍ୟ ଠିକ୍ ସେହିଭଳି ତାଙ୍କୁ ଉପେକ୍ଷା କରନ୍ତୁ ଯାହାର ଫଳାଫଳ ବହୁତ କମ ସମୟ ମଧ୍ୟରେ ପାଇପାରିବେ। ଅଥବା କିଛି ସମୟ ପାଇଁ ବୟଫ୍ରେଣ୍ଡ ନଜର ପରିସରରୁ ଦୂରେଇ ଯାଆନ୍ତୁ ଦେଖିବେ ନିଜର ପ୍ରିୟତମାକୁ ନ ପାଇ ବହୁତ ବ୍ୟତିବ୍ୟସ୍ତ ହୋଇପଡ଼ିବେ।

ସର୍ବଦା ଖୁସି ରୁହନ୍ତୁ: ବୟଫ୍ରେଣ୍ଡ ଉପେକ୍ଷା କରିବା ପରେ ଝିଅ ମାନେ ବେଶୀ ଦୁଃଖୀ ହୋଇ ଯାଆନ୍ତି। ମାତ୍ର ଏହା ପୁରୁଣା ଟ୍ରେଣ୍ଡ। ଯଦି ଆପଣ ପ୍ରେମିକର ଧ୍ୟାନ ନିଜ ଆଡ଼କୁ ଟାଣିବାକୁ ଚାହୁଁଛନ୍ତି କି? ତେବେ ବୟଫ୍ରେଣ୍ଡ ଆଖପାଖରେ ଥିବା ବେଳେ ନିଜର ଖୁସି ଜାହିର କରନ୍ତୁ ଯାହାଫଳରେ ପ୍ରେମିକା ତାଙ୍କ ବିନା ମଧ୍ୟ ଖୁସିରେ ଅଛି ଓ  ବିଲକୁଲ୍ ବି ମିସ୍ କରୁନାହାନ୍ତି ବୋଲି ପ୍ରେମିକ ମନରେ ଧାରଣା ସୃଷ୍ଟ ହେବ ଯାହା ପ୍ରେମିକକୁ ତୁମ ପାଖକୁ ଟାଣି ଆଣିବ।

Advertisment

ଅନ୍ୟମାନଙ୍କ ସହ ଅଧିକ ମିଶନ୍ତୁ: ଯଦି ବୟଫ୍ରେଣ୍ଡ ଆପଣଙ୍କୁ ଉପେକ୍ଷା କରୁଛି ତେବେ ବିଲକୁଲ ବି ଚିନ୍ତା କରନ୍ତୁ ନାହିଁ। ନିଜର ଘନିଷ୍ଠ ପୁଅ ସାଙ୍ଗମାନଙ୍କ ସହ ଅଧିକ ମିଳାମିଶା କରନ୍ତୁ ଏହା ପେଟେଣ୍ଟ ମେଡ଼ିସିନ ପରି କାମ କରିବ। ଏହା ତାଙ୍କୁ ବେଶ୍ ବାଧିବ। ପ୍ରେମିକକୁ ଛାଡ଼ି ଅଧିକ ଗୁରୁତ୍ୱ ଅନ୍ୟ ପୁଅକୁ ଦିଅନ୍ତୁ, ଦେଖିବେ ଇର୍ଷାରେ ଜଳିଯିବେ ପ୍ରେମିକ ଜଣକ। ବାସ୍ ଏହି ଛୋଟିଆ କାମ ଦୃଢ କରିବ ଆପଣଙ୍କ ସର୍ମ୍ପକକୁ।