Advertisment

ଡହ ଡହ ଖରାରେ କେମିତି ଚମକିବ ଆପଣଙ୍କ ଚୁଟି: ପଢନ୍ତୁ, ଘରେ ବସି ଉପଚାର ଆରମ୍ଭ କରନ୍ତୁ

କେଶ ନାରୀ ସୌନ୍ଦର୍ଯ୍ୟର ଅନ୍ୟତମ ଆକର୍ଷଣ। ନାରୀ ତା’ର କେଶକୁ ଯେତେ ସଜାଏ ତାହାର ବ୍ୟକ୍ତିତ୍ୱ ସେତେ ପ୍ରସ୍ଫୁଟିତ ହୋଇଥାଏ। ତେବେ ଖରାଦିନରେ କେଶର ଯତ୍ନ ନେବା ଭାରିକଷ୍ଟ ହୋଇପଡ଼େ। କେଶ ମୂଳରେ ଝାଳ ଜମି ଦୁଗର୍ନ୍ଧ ବାହାରିବା ସାଙ୍ଗକୁ କେଶ ଝଡ଼ି ଥାଏ। ଏସବୁର ସମସ୍ୟାର ସମାଧାନ ପାଇଁ ବଜାର ମିଳୁଥିବା ବିଭିନ୍ନ ଜିନିଷ ବ୍ୟବହାର କରିଥାନ୍ତି।  କେଶର ଚମକ କିଛି ସମୟ ଦେଖିବାକୁ ମିଳିଥାଏ । ହେଲେ ଏଥିରେ ଥିବା  ରାସାୟନିକ ପଦାର୍ଥ ଯୋଗୁଁ କେଶ […]

author-image
Rakesh Mallick
ଡହ ଡହ ଖରାରେ କେମିତି ଚମକିବ ଆପଣଙ୍କ ଚୁଟି: ପଢନ୍ତୁ, ଘରେ ବସି ଉପଚାର ଆରମ୍ଭ କରନ୍ତୁ

hair care

କେଶ ନାରୀ ସୌନ୍ଦର୍ଯ୍ୟର ଅନ୍ୟତମ ଆକର୍ଷଣ। ନାରୀ ତା’ର କେଶକୁ ଯେତେ ସଜାଏ ତାହାର ବ୍ୟକ୍ତିତ୍ୱ ସେତେ ପ୍ରସ୍ଫୁଟିତ ହୋଇଥାଏ। ତେବେ ଖରାଦିନରେ କେଶର ଯତ୍ନ ନେବା ଭାରିକଷ୍ଟ ହୋଇପଡ଼େ। କେଶ ମୂଳରେ ଝାଳ ଜମି ଦୁଗର୍ନ୍ଧ ବାହାରିବା ସାଙ୍ଗକୁ କେଶ ଝଡ଼ି ଥାଏ। ଏସବୁର ସମସ୍ୟାର ସମାଧାନ ପାଇଁ ବଜାର ମିଳୁଥିବା ବିଭିନ୍ନ ଜିନିଷ ବ୍ୟବହାର କରିଥାନ୍ତି।  କେଶର ଚମକ କିଛି ସମୟ ଦେଖିବାକୁ ମିଳିଥାଏ । ହେଲେ ଏଥିରେ ଥିବା  ରାସାୟନିକ ପଦାର୍ଥ ଯୋଗୁଁ କେଶ ଶୀଘ୍ର ଖରାପ ହୋଇଯାଏ। ଜାଣିଛନ୍ତି କି, ଘରୋଇ ଉପଚାରରେ ଖରାଦିନରେ କେମିତି ଚମକିବ ଆପଣଙ୍କ ଚୁଟି।

Advertisment

୧- ଖରାଦିନେ କେଶ ମୂଳରୁ ଅତ୍ୟଧିକ ଝାଳ ବାହାରିଥାଏ। ସେଥିପାଇଁ ମୁଣ୍ଡ ଧୋଇ ଗାଧାନ୍ତୁ।

୨- ରାତିରେ ଶୋଇବା ବେଳେ କେଶମୂଳରେ ଗୋଲାପ ଜଳ ଲଗାନ୍ତୁ।

୩- ଅନେକ ସମୟରେ ଝାଳ ବାହାରି କେଶ ରୁକ୍ଷ ହୋଇଯାଏ।   ଏପରି ହେଲେ ସପ୍ତାହକୁ ୩ ଥର ତେଲ ମାଲିସ୍‌ କରନ୍ତୁ। ରୁକ୍ଷ କେଶ ମୁଲାୟମ ରହିବ।

Advertisment

୪- କେଶରେ ମେହେନ୍ଦି ଓ ଦହିକୁ ପେଷ୍ଟ କରି ଲଗାନ୍ତୁ।

୫- ପ୍ରତିମାସରେ ଦୁଇଥର ହଳଦୀରେ ପାଣି ମିଶାଇ କେଶମୂଳରେ ଲଗାନ୍ତୁ।  ଆପଣଙ୍କ କେଶ ମସୃଣ ରହିବ।

୬- ଖରାଦିନରେ ପ୍ରଚୁର ପାଣି ,ଜୁସ ଓ ନଡ଼ିଆ ପାଣି ପିଅନ୍ତୁ।

Pic courtesy- .livechennai.com