Advertisment

ଶୋଇବା ସମୟରେ କିପରି ନେବେ କେଶର ଯତ୍ନ: ପଢନ୍ତୁ କିଛି ଉପଯୋଗୀ ଟିପ୍ସ୍‌

ଆପଣ ନିଜ କେଶର ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି କି ? କେଶକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ? କେଶକୁ ସୁସ୍ଥ ଏବଂ ଚମକଦାର ରଖିବାକୁ ହେଲେ ଆପଣଙ୍କୁ କିଛି ନିୟମ ମାନିବାକୁ ହେବ। ନାରୀର ଅଧିକ ସୌନ୍ଦର୍ଯ୍ୟ ବଢାଏ ତା’ର କେଶ। ସାଧାରଣତଃ ନାରୀମାନେ ବଜାରରେ ମିଳୁଥିବା ବିଭିନ୍ନ କମ୍ପାନୀର ସୁଗନ୍ଧଯୁକ୍ତ ତୈଳ, ଶାମ୍ପୁ, ଇତ୍ୟାଦି ବ୍ୟବହାର କରିଥାନ୍ତି। ଫଳରେ କେତେକାଂଶରେ ସେମାନଙ୍କ କେଶ ଉପୁଡିବା ଭଳି ସମସ୍ୟା ଦେଖାଦେଇଥାଏ। କେଶ ଠିକ୍ ଭାବରେ ବଢେନାହିଁ […]

ଅଦ୍ୟତନ ହୋଇଛି
ଶୋଇବା ସମୟରେ କିପରି ନେବେ କେଶର ଯତ୍ନ: ପଢନ୍ତୁ କିଛି ଉପଯୋଗୀ ଟିପ୍ସ୍‌

hair5

Advertisment

ଆପଣ ନିଜ କେଶର ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି କି ? କେଶକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ? କେଶକୁ ସୁସ୍ଥ ଏବଂ ଚମକଦାର ରଖିବାକୁ ହେଲେ ଆପଣଙ୍କୁ କିଛି ନିୟମ ମାନିବାକୁ ହେବ।

Advertisment

ନାରୀର ଅଧିକ ସୌନ୍ଦର୍ଯ୍ୟ ବଢାଏ ତା’ର କେଶ। ସାଧାରଣତଃ ନାରୀମାନେ ବଜାରରେ ମିଳୁଥିବା ବିଭିନ୍ନ କମ୍ପାନୀର ସୁଗନ୍ଧଯୁକ୍ତ ତୈଳ, ଶାମ୍ପୁ, ଇତ୍ୟାଦି ବ୍ୟବହାର କରିଥାନ୍ତି। ଫଳରେ କେତେକାଂଶରେ ସେମାନଙ୍କ କେଶ ଉପୁଡିବା ଭଳି ସମସ୍ୟା ଦେଖାଦେଇଥାଏ। କେଶ ଠିକ୍ ଭାବରେ ବଢେନାହିଁ ଏବଂ ଶୀଘ୍ର ପାଚିଯାଏ । କେବଳ ଯେ ଭଲ ଶାମ୍ପୋ , ତେଲ ଲଗାଇଲେ କେଶ ଭଲ ରହିବ ତାହା ନୁହେଁ,ଏଥିପାଇଁ ଆପଣକୁ ନିଜର ଖାଇବା ପିଇବା ସହ ଶୋଇବାରେ ମଧ୍ୟ ଧ୍ୟାନ ଦେବାକୁ ହେବ। ଅତ୍ୟଧିକ ମାନସିକ ଚିନ୍ତାରୁ ଦୂରେଇ ରହି  ଠିକ୍ ସମୟରେ ଶୋଇଲେ ଆପଣଙ୍କ କେଶ ଜନିତ ସମସ୍ୟା ଦୂର ହେବ। ଆମ ପାଖରେ କିଛି ଏପରି ଟିପ୍ସ୍ ଅଛି ଯ଼ାହା ଆପଣଙ୍କ ପକେଟକୁ ବାଧିବନି କି ଆପଣଙ୍କୁ ଅଧିକ କଷ୍ଟ ମଧ୍ୟ କରିବାକୁ ପଡିବନି। .

publive-image1- ସୂତା ବଦଳରେ ରେଶମ ତକିଆ ଖୋଳ ବ୍ୟବହାର କରନ୍ତୁ

ସାଧାରଣ ତକିଆରେ ମୁଣ୍ଡ ଦେଇ ଶୋଇଲେ କେଶ ଉପରେ କୁପ୍ରଭାବ ପଡେ। ଏହାସହ କେଶ ଝଡିବା  ଭଳି ସମସ୍ୟା ଦେଖାଦେଇଥାଏ। କିନ୍ତୁ ରେଶେମ ତକିଆ ଯେହେତୁ ଅତି କୋମଳ ହୋଇଥାଏ ସେଥିପାଇଁ ଶୋଇବାବେଳେ କେଶ ଉପରେ କୌଣସି ଅଧିକ ଚାପ ପଡି ନ ଥାଏ ଫଳରେ କେଶର ସୌନ୍ଦର୍ଯ୍ୟ ନଷ୍ଟ ହୋଇ ନ ଥାଏ।

Advertisment

publive-image2- ହେୟାର ମାସ୍କ ଲଗାଇ ଶୁଅନ୍ତୁ

ହେୟାର ମାସ୍କ କେଶ ପାଇଁ ଖୁବ ଭଲ  ହେୟାର ମାସ୍କ ଦ୍ୱାରା ଆପଣଙ୍କ କେଶକୁ ପୌଷ୍ଟିକ ତତ୍ୱ ମିଳିଥାଏ। . ଏହାକୁ ରାତିରେ ଲଗାଇଲେ ଆପଣଙ୍କ କେଶକୁ ଏହି ପୌଷ୍ଟିକ ତତ୍ୱକୁ ଶୋଷିବା ପାଇଁ ଯଥେଷ୍ଟ ସମୟ ମିଳିଥାଏ। ଆପଣ ଯେ କୌଣସି ମାସ୍କ ଲଗାଉଛନ୍ତି ତେବେ ଲଗାଇବା ପରେ ଶାୱର କ୍ୟାପ ପିନ୍ଧନ୍ତୁ।

3- ଓଦା କେଶରେ ଶୁଅନ୍ତୁ ନାହିଁ

ବିଳମ୍ବ ରାତିରେ କେଶ ଧୋଇ ତୁରନ୍ତ ଶୋଇବାକୁ ଗଲେ କେଶ ଝଡିଥାଏ। ଓଦା କେଶ ଖୁବ କମଜୋର ଥାଏ ତେଣୁ ଓଦା କେଶରେ ଶୋଇଲେ କେଶ ଫାଟିଥାଏ ଏବଂ ଝଡିଥାଏ।.publive-image

4- ପୂର୍ବ ଦିନ ରାତିରେ ଡ୍ରାଏ ଶାମ୍ପୁ ଲଗାନ୍ତୁ

ଆପଣ ଯଦି ଡ୍ରାଏ ଶାମ୍ପୁ ବ୍ୟବହାର କରୁଛନ୍ତି ତେବେ ଏହାକୁ ଦିନରେ ଲଗାଇବା ବଦଳରେ ପୂର୍ବ ଦିନ ରାତିରେ ଲଗାନ୍ତୁ। ଏହା କରିବା ଦ୍ୱାରା କେଶକୁ ଏଥି ମଧ୍ୟରୁ ପୌଷ୍ଟିକ ତତ୍ୱ ଶୋଷିବାକୁ ଯ଼ଥେଷ୍ଟ ସମୟ ମିଳିଥାଏ। ଫଳରେ ପରଦିନ ଅନେକ କୋମଳ ଏବଂ ଚମକଦାର ରହିବ।

publive-image5- ଖୋଲା କେଶରେ ଶୁଅନ୍ତୁ ନାହିଁ

ଶୋଇବା ପୂର୍ବରୁ କେଶକୁ ଭଲଭାବରେ ବେଣୀ କରି ବାନ୍ଧି ଦିଅନ୍ତୁ । ଏହା ଦ୍ୱାରା କେଶ ଛନ୍ଦିହେବ ନାହିଁ କି ବେଶି ଝଡିବନାହିଁ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe