Advertisment

ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ କିପରି ପାଇବେ ମୁକ୍ତି? ଜାଣନ୍ତୁ କିଛି ଘରୋଇ ଉପଚାର

ଆଜିକାଲି ଶରୀରରେ ଅନେକ ସମସ୍ୟା ଦେଖା ଦେଉଛି। ବୟସ ୪୦ ଡେଇଁଲା ବେଳକୁ ମାଡ଼ିବସୁଛି ଏକାଧିକ ରୋଗ। ତା ମଧ୍ୟରୁ ଏକ ବଡ଼ ରୋଗ ହେଉଛି ଆଣ୍ଠୁଗଣ୍ଠି ବଥା। ତେବେ ଦେଖାଯାଉଛି କେବଳ ବଡ଼ ନୁହେଁ ଯୁବକଯୁବତୀ ଓ ଛୋଟ ଛୁଆମାନେ ବି ଏହାର ଶିକାର ହେଉଛନ୍ତି। ତା’ହେଲେ ଆସନ୍ତୁ ଜାଣିବା ଏହି ଯନ୍ତ୍ରଣରୁ ମୁକ୍ତି ପାଇବାର କିଛି ଦେଶୀ ଚିକିତ୍ସା। ୧. ପ୍ରତିଦିନ ସକାଳେ ଖାଲି ପେଟରେ ଏକ ରସୁଣ ପାଖୁଡାକୁ ଦହିରେ ମିଶାଇ ଖାଆନ୍ତୁ। […]

ଅଦ୍ୟତନ ହୋଇଛି
ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ କିପରି ପାଇବେ ମୁକ୍ତି? ଜାଣନ୍ତୁ କିଛି ଘରୋଇ ଉପଚାର

knee

Advertisment

ଆଜିକାଲି ଶରୀରରେ ଅନେକ ସମସ୍ୟା ଦେଖା ଦେଉଛି। ବୟସ ୪୦ ଡେଇଁଲା ବେଳକୁ ମାଡ଼ିବସୁଛି ଏକାଧିକ ରୋଗ। ତା ମଧ୍ୟରୁ ଏକ ବଡ଼ ରୋଗ ହେଉଛି ଆଣ୍ଠୁଗଣ୍ଠି ବଥା। ତେବେ ଦେଖାଯାଉଛି କେବଳ ବଡ଼ ନୁହେଁ ଯୁବକଯୁବତୀ ଓ ଛୋଟ ଛୁଆମାନେ ବି ଏହାର ଶିକାର ହେଉଛନ୍ତି। ତା’ହେଲେ ଆସନ୍ତୁ ଜାଣିବା ଏହି ଯନ୍ତ୍ରଣରୁ ମୁକ୍ତି ପାଇବାର କିଛି ଦେଶୀ ଚିକିତ୍ସା।

Advertisment

୧. ପ୍ରତିଦିନ ସକାଳେ ଖାଲି ପେଟରେ ଏକ ରସୁଣ ପାଖୁଡାକୁ ଦହିରେ ମିଶାଇ ଖାଆନ୍ତୁ।

୨. ହଳଦି ଗୁଣ୍ଡ, ଗୁଡ଼, ମେଥି ଗୁଣ୍ଡ ଓ ପାଣି ମିଶାଇ ଲେପ ପ୍ରସ୍ତୁତ କରନ୍ତୁ। ଏହାକୁ ରାତିରେ ଶୋଇବା ପୂର୍ବରୁ ଆଣ୍ଠୁଗଣ୍ଠିରେ ଲଗାଇ ପଟି ବାନ୍ଧି ଦିଅନ୍ତୁ।

୩.ଗହମ ଦାନାକୁ ଦହି କିମ୍ବା କ୍ଷୀରରେ ମିଶାଇ ୯୦ ଦିନ ଯାଏ ଖାଇଲେ ଶରୀରରୁ କ୍ୟାଲସିୟମ୍‌ର ଅଭାବ ଦୂର ହେବ।

Advertisment

୪. ୫୦ଗ୍ରାମ ରସୁଣ, ୨୫ ଗ୍ରାମ ଜୁଆଣି, ୧୦ଗ୍ରାମ ଲବଙ୍ଗକୁ ୨୦୦ ଗ୍ରାମ ତେଲରେ ଭାଜି ଦିଅନ୍ତୁ। ଥଣ୍ଡା ହେବା ପରେ ଏହାକୁ ଛାଣି ବୋତଲରେ ରଖି ଦିଅନ୍ତୁ। ଏହି ତେଲକୁ ଆଣ୍ଠୁରେ ଲଗାଇ ମାଲିସ କଲେ ଆରାମ ମିଳେ।

୫. ଯଥେଷ୍ଟ ପରିମାଣରେ ଭେଣ୍ଡି ଖାଆନ୍ତୁ। ଏଥିରେ ଥିବା ଲାଳୁଆ ଅଂଶ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦିଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe