Advertisment

କରୋନା ମୁକାବିଲା ପାଇଁ ଘରୋଇ ଉପାୟରେ କିପରି ବଢ଼ାଇ ପାରିବେ ରୋଗ ପ୍ରତିରୋଧ ଶକ୍ତି

ଭୁବନେଶ୍ୱର(ଓଡିଶା ରିପୋର୍ଟର):କରୋନା ଭାଇରସ ସଂକ୍ରମଣ ଭୟ ସମଗ୍ର ବିଶ୍ୱକୁ ଘାରିଥିବା ବେଳେ ଏଥିରେ ମୃତ୍ୟୁ ସଂଖ୍ୟା ମଧ୍ୟ ହୁ ହୁ ହୋଇ ବଢ଼ି ଚାଲିଛି। ଭାରତରେ ମଧ୍ୟ ମୃତ୍ୟୁ ସଂଖ୍ୟା ୪୦୦ ପାର କରି ସାରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ  ଦିନକୁ ଦିନ ବଢୁଛି। ଏପରି ସ୍ଥିତିରେ ଏହି ଭାଇରସ ସହ ମୁକାବିଲା ନିମନ୍ତେ ନିଜ ରୋଗ ପ୍ରତିରୋଧ ଶକ୍ତି ବଢାଇବାକୁ ପରାମର୍ଶ ଦେଇଛି ଆୟୁଷ ମନ୍ତ୍ରାଳୟ। ଘରୋଇ ଉପଚାର ଦ୍ୱାରା ହିଁ ଆମେ ନିଜ […]

author-image
Niharika Rout
ଅଦ୍ୟତନ ହୋଇଛି
ସୁସ୍ଥ ହେଲେ ଆଉ ଦୁଇ ‘କରୋନା’ ଆକ୍ରାନ୍ତ, ସଂଖ୍ୟା ପହଞ୍ଚିଲା ୩୧ରେ

corona-1-3-1

ଭୁବନେଶ୍ୱର(ଓଡିଶା ରିପୋର୍ଟର):କରୋନା ଭାଇରସ ସଂକ୍ରମଣ ଭୟ ସମଗ୍ର ବିଶ୍ୱକୁ ଘାରିଥିବା ବେଳେ ଏଥିରେ ମୃତ୍ୟୁ ସଂଖ୍ୟା ମଧ୍ୟ ହୁ ହୁ ହୋଇ ବଢ଼ି ଚାଲିଛି। ଭାରତରେ ମଧ୍ୟ ମୃତ୍ୟୁ ସଂଖ୍ୟା ୪୦୦ ପାର କରି ସାରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ  ଦିନକୁ ଦିନ ବଢୁଛି।

Advertisment

ଏପରି ସ୍ଥିତିରେ ଏହି ଭାଇରସ ସହ ମୁକାବିଲା ନିମନ୍ତେ ନିଜ ରୋଗ ପ୍ରତିରୋଧ ଶକ୍ତି ବଢାଇବାକୁ ପରାମର୍ଶ ଦେଇଛି ଆୟୁଷ ମନ୍ତ୍ରାଳୟ। ଘରୋଇ ଉପଚାର ଦ୍ୱାରା ହିଁ ଆମେ ନିଜ ଶରୀରର ପ୍ରତିରୋଧ ଶକ୍ତି କିପରି ବଢ଼ାଇ ପାରିବା ସେ ନେଇ ମନ୍ତ୍ରାଳୟ ପକ୍ଷରୁ ଉପାୟ ମଧ୍ୟ   ବତାଇ ଦିଆଯାଇଛି।

ରୋଗ ପ୍ରତିରୋଧ ଶକ୍ତି କିପରି ବଢ଼ାଇ ପାରିବେ

୧- ଉଷୁମ ପାଣି ଦିନ ସାରା ପିଅନ୍ତୁ।

୨- ଦିନକୁ ୩୦ ମିନିଟ ସମୟ ବାହାର କରି ଯୋଗ,  ପ୍ରାଣାୟାମ ଓ ବ୍ୟାୟାମ କରନ୍ତୁ।

୩- ଘରେ ହେଉଥିବା ରୋଷେଇରେ ହଳଦୀ,  ଜିରା, ଧନିଆ ଓ ରସୁଣର ବ୍ୟବହାର କରନ୍ତୁ।

ଘରୋଇ ସରଳ ଆୟୁର୍ବେଦ ପଦ୍ଧତି

୧- ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ରାଶି ତେଲ,  ନଡ଼ିଆ ତେଲ କିମ୍ବା ଘିଅକୁ ନାକର ୨ ପୁଡାରେ ଆଘ୍ରାଣ କରନ୍ତୁ।

Advertisment

୨- ଗୋଟିଏ ଚାମଚ ରାଶି ତେଲ କିମ୍ବା ନଡ଼ିଆ ତେଲକୁ କିଛି ଉଷୁମ ପାଣି ସହ ପାଟିରେ ୨/୩ ମିନିଟ ପର୍ଯ୍ୟନ୍ତ ପୁରାଇ ରଖନ୍ତୁ। ଏହାକୁ ଢ଼ୋକନ୍ତୁ ନାହିଁ। ଏହାପରି କୁଳି କରି ଫୋପାଡ଼ି ଦିଅନ୍ତୁ। ଦିନକୁ ଥରେ ବା ୨ ଥର ଏପରି କରିପାରିବେ।

ଆୟୁର୍ବେଦ ଉପାୟରେ ବଢ଼ାନ୍ତୁ ରୋଗ ପ୍ରତିରୋଧ ଶକ୍ତି

୧- ଦିନକୁ ୧୦ଗ୍ରାମ ଚ୍ୟବନପ୍ରାସ ସକାଳେ ଖାନ୍ତୁ। ମଧୁମେହ ରୋଗୀ ସୁଗାର ଫ୍ରି ଚ୍ୟବନପ୍ରାସ ଖାଇପାରିବେ।

୨- ସବୁଦିନ ହର୍ବାଲ ଚା ପିଇବାର ଅଭ୍ୟାସ କରନ୍ତୁ।  ଏହାବ୍ୟତୀତ ତୁଳସୀ, ଡାଲଚିନି, ଗୋଲମରିଚ, ଶୁଣ୍ଠୀ, କିସମିସରୁ  ପ୍ରସ୍ତୁତ କାଢା ଦିନକୁ ୨ ଥର ପିଇ ପାରିବେ।  ଏଥିରେ ସ୍ୱାଦ ଅନୁଯାୟୀ ଗୁଡ,  ଲେମ୍ବୁ ମଧ୍ୟ ମିଶାଇ ପାରିବେ।

୩- ୧୫୦ ମିଲିଲିଟର କ୍ଷୀରରେ ଅଧା ଚାମଚ ହଳଦୀ ଗୁଣ୍ଡ ମିଶାଇ ଦିନକୁ ଥରେ କିମ୍ବା ୨ ଥର ପିଅନ୍ତୁ।

ଶୁଖିଲା କାଶ କିମ୍ବା ତଣ୍ଟି ଦରଜ ହେଲେ କଣ କରିବେ?

୧- ସତେଜ ପୁଦିନା ପତ୍ରକୁ ଗରମ ପାଣିରେ ଫୁଟାଇ ଏହାର ବାମ୍ପକୁ ଦିନକୁ  ଥରେ କିମ୍ବା ୨ ଥର ଆଘ୍ରାଣ କରନ୍ତୁ।

୨- ମହୁରେ ଲବଙ୍ଗ ପାଉଡର ମିଶାଇ ଦିନକୁ ୨ରୁ ୩ଥର ଖାଇ ପାରିବେ।

ତଥାପି କରୋନା ଲକ୍ଷଣ ଦେଖାଦେଲେ ଡେରି ନ କରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।