କେମିତି କରିବେ ଆପଣଙ୍କ କେଶକୁ ସୁନ୍ଦର ଓ ଲମ୍ବା

ଲମ୍ବା ଓ ଘନ କେଶ ପାଇବା ପାଇଁ ମହିଳାମାନେ ଅନେକ ଉପାୟ ଆପଣେଇଥାନ୍ତି। ସାଧାରଣତ ସୁନ୍ଦର ଏବଂ ମଜବୁତ କରିବା ପାଇଁ କେଶରେ ବିଭିନ୍ନ ପ୍ରକାର କ୍ୟାମିକାଲ ବ୍ୟବହାର କରନ୍ତି ହେଲେ କୌଣସି ଫାଇଦା ମିଳେନାହିଁ । ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ତେଲ ଲଗାଇବାକୁ କାହା ପାଖରେ ସମୟ ନାହିଁ। ତେବେ ଖାସ୍ ଆପଣମାନଙ୍କ ପାଇଁ ଆମ ପାଖରେ କିଛି ଏପରି ଉପାୟ ଅଛି ଯାହାଦ୍ୱାରା ବିନା ତେଲରେ ମଧ୍ୟ ଆପଣ ପାଇପାରିବେ ଲମ୍ବା,ଘନ ଓ ମଜଭୁତ […]

hair

Rakesh Mallick
  • Published: Saturday, 05 August 2017
  • , Updated: 13 September 2017, 01:07 PM IST

ଲମ୍ବା ଓ ଘନ କେଶ ପାଇବା ପାଇଁ ମହିଳାମାନେ ଅନେକ ଉପାୟ ଆପଣେଇଥାନ୍ତି। ସାଧାରଣତ ସୁନ୍ଦର ଏବଂ ମଜବୁତ କରିବା ପାଇଁ କେଶରେ ବିଭିନ୍ନ ପ୍ରକାର କ୍ୟାମିକାଲ ବ୍ୟବହାର କରନ୍ତି ହେଲେ କୌଣସି ଫାଇଦା ମିଳେନାହିଁ । ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ତେଲ ଲଗାଇବାକୁ କାହା ପାଖରେ ସମୟ ନାହିଁ। ତେବେ ଖାସ୍ ଆପଣମାନଙ୍କ ପାଇଁ ଆମ ପାଖରେ କିଛି ଏପରି ଉପାୟ ଅଛି ଯାହାଦ୍ୱାରା ବିନା ତେଲରେ ମଧ୍ୟ ଆପଣ ପାଇପାରିବେ ଲମ୍ବା,ଘନ ଓ ମଜଭୁତ କେଶ।

1- ଯଦି କେଶକୁ ସୁନ୍ଦର ସହ ମଜଭୁତ କରିବାକୁ ଚାହୁଁଛନ୍ତି ତେବେ ଅଣ୍ଡାରେ କ୍ଷୀର ମିଶାଇ ଗାଢ ହେବା ଯାଏଁ ଫେଣ୍ଟନ୍ତୁ। ଏହି ମିଶ୍ରଣକୁ କେଶରେ ଲଗାଇ ୧ ଘଣ୍ଟା ପର୍ଯ୍ୟନ୍ତ ଛାଡି ପରେ ଧୋଇଦିଅନ୍ତୁ।

2- ଯଦି କେଶ ଛିଡୁଥାଏ ତେବେ ୨ ଚାମଚ ଗ୍ଲିସରିନ୍, ଆଲୋଭେରା ଜେଲ, ଏବଂ ଅଣ୍ଡାର ହଳଦିଆ ଅଂଶ ମିଶାଇ ଚୁଟିରେ ଲଗାନ୍ତୁ ଓ ଅଧଘଣ୍ଟା ପରେ ଧୋଇଦିଅନ୍ତୁ।

3-କେଶକୁ ପୋଷଣ ଦେବା ପାଇଁ ରେଗୁଲାର ଦହି ଲଗାନ୍ତୁ ଓ ଅଧଘଣ୍ଟା ପରେ ଧୋଇଦିଆନ୍ତୁ।

4-କଦଳୀକୁ ଭଲ ଭାବେ ଚକଟି ସେଥିରେ ଦୁଇ ଚାମଚ ଲେମ୍ବୁ ରସ ମିଶାଇ ଲଗାନ୍ତୁ। ୨୦ ମିନିଟ ପରେ ଧୋଇଦିଅନ୍ତୁ। ଏହା ଦ୍ୱାରା ଆପଣଙ୍କ ଚୁଟି ସାଇନ କରିବା ସହ ଝଡିବା ମଧ୍ୟ କମ୍ ହେବ।

5- ଯଦି ଆପଣଙ୍କ କେଶ ତେଲିଆ ଓ ରୂପି ଯୁକ୍ତ ହୋଇଥାଏ। ତେବେ ଅଳ୍ପ ପାଚିଲା ଅମୃତଭଣ୍ଡା ଚକଟି ସେଥିରେ ବେସନ ଓ ଆପଲ ଭିନେଗାର ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ କେଶରେ ଲଗାଇ ଅଧଘଣ୍ଟା ପରେ ଶାମ୍ପୁ ଦେଇ ଧୋଇଦିଅନ୍ତୁ। ଆପଣଙ୍କ କେଶ ଆଉ ତେଲିଆ କି ରୂପି ହେବନାହିଁ।

Related story