Advertisment

ଘୁଙ୍ଗୁଡ଼ିରୁ ମୁକ୍ତି ଚାହୁଁଛନ୍ତି? ଆପଣାନ୍ତୁ ୫ଟି ଘରୋଇ ଉପଚାର

ଘୁଙ୍ଗୁଡ଼ି ମାରିବା ଏକ ସାଧାରଣ କଥା। ତେଣୁ ଅଧିକ ଲୋକେ ଏହାକୁ ଗୁରୁତ୍ୱ ଦିଅନ୍ତି ନାହିଁ। ତେବେ ଘୁଙ୍ଗୁଡ଼ି କେବଳ ଆପଣଙ୍କ ପାଖରେ ଶୋଇଥିବା ଲୋକଙ୍କ ନିଦ ଖରାପ କରେ ନାହିଁ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖରାପ ହୋଇଥାଏ। ଗବେଷଣାରୁ ଜଣାପଡ଼ିଛି  ଘୁଙ୍ଗୁଡ଼ି ମାରୁଥିବା ଲୋକଙ୍କ କ୍ଷେତ୍ରରେ ହୃଦ୍‌ରୋଗର ଶିକାର ହେବା  ଆଶଙ୍କା ଅଧିକ ରହିଥାଏ। ଅନେକ ଲୋକ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କେବଳ ଅସ୍ଥାୟୀ ଉପାୟ ଆପଣାନ୍ତି। ତେବେ ଅନେକ […]

ଘୁଙ୍ଗୁଡ଼ିରୁ ମୁକ୍ତି ଚାହୁଁଛନ୍ତି? ଆପଣାନ୍ତୁ ୫ଟି ଘରୋଇ ଉପଚାର

snoring

Advertisment

ଘୁଙ୍ଗୁଡ଼ି ମାରିବା ଏକ ସାଧାରଣ କଥା। ତେଣୁ ଅଧିକ ଲୋକେ ଏହାକୁ ଗୁରୁତ୍ୱ ଦିଅନ୍ତି ନାହିଁ। ତେବେ ଘୁଙ୍ଗୁଡ଼ି କେବଳ ଆପଣଙ୍କ ପାଖରେ ଶୋଇଥିବା ଲୋକଙ୍କ ନିଦ ଖରାପ କରେ ନାହିଁ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖରାପ ହୋଇଥାଏ। ଗବେଷଣାରୁ ଜଣାପଡ଼ିଛି  ଘୁଙ୍ଗୁଡ଼ି ମାରୁଥିବା ଲୋକଙ୍କ କ୍ଷେତ୍ରରେ ହୃଦ୍‌ରୋଗର ଶିକାର ହେବା  ଆଶଙ୍କା ଅଧିକ ରହିଥାଏ। ଅନେକ ଲୋକ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କେବଳ ଅସ୍ଥାୟୀ ଉପାୟ ଆପଣାନ୍ତି। ତେବେ ଅନେକ ଘରୋଇ ଉପଚାର ମାଧ୍ୟମରେ ଆପଣ ସବୁଦିନ ପାଇଁ ଘୁଙ୍ଗୁଡ଼ି ସମସ୍ୟାରୁ ମୁକ୍ତି ପାଇପାରିବେ। ଆସନ୍ତୁ ସେହି ଘରୋଇ ଉପଚାରଗୁଡ଼ିକ ସଂପର୍କରେ ଜାଣିବା।

Advertisment

podinaoilପୋଦିନା ତେଲ

ପୋଦିନା ପତ୍ରରେ ଏପରି କିଛି ତତ୍ତ୍ୱ ରହିଛି ଯାହା ଗଳା ଓ ନାକ ଛିଦ୍ର ଫୁଲାକୁ ଭଲ କରିବାରେ ସାହାଯ୍ୟ କରିଥାଏ। ଫଳରେ ଶ୍ୱାସକ୍ରିୟାରେ କୌଣସି ସମସ୍ୟା ହୁଏ ନାହିଁ।  ଶୋଇବା ପୂର୍ବରୁ ପୋଦିନା ତେଲରୁ କିଛି ବୁନ୍ଦା ପାଣିରେ ମିଶାଇ କୁଳି କରନ୍ତୁ। ଲଗାତାର କିଛି ଦିନ ଧରି ଏହାକୁ କଲେ ଘୁଙ୍ଗୁଡି ସମସ୍ୟାରୁ ମୁକ୍ତି ପାଇପାରିବେ।

publive-imageହଳଦୀ

ହଳଦୀରେ ଆଣ୍ଟିସେପ୍ଟିକ ଓ ଆଣ୍ଟି ବାୟୋଟିକ ଗୁଣ ଅଧିକ ମାତ୍ରାରେ ଥାଏ। ହଳଦୀକୁ ବ୍ୟବହାର କଲେ ନାକର ଦ୍ୱାର ବା ଛିଦ୍ର ଭଲ ଭାବେ ସଫା ହୋଇଯାଏ ଓ  ନିଃଶ୍ୱାସ ନେବାରେ ସହଜ ହୋଇଥାଏ। ଏଥିପାଇଁ ନିୟମିତ କ୍ଷୀରରେ ହଳଦୀ ମିଶାଇ ପିଅନ୍ତୁ। ଏହି ଅଭ୍ୟାସ କଲେ ଘୁଙ୍ଗୁଡ଼ି ସମସ୍ୟାରୁ ମୁକ୍ତି ପାଇପାରିବେ।

Advertisment

rashunaରସୁଣ

ସାଇନସ୍‌ ସମସ୍ୟା ଥିଲେ ରସୁଣ ବ୍ୟବହାର କରନ୍ତୁ, ବଡ଼ ଫାଇଦା ମିଳିବ। ରସୁଣରେ ଆରୋଗ୍ୟ କରିବା ଗୁଣ ଅଧିକ ରହିଛି। ଏହା ନାକ ବନ୍ଦ ସମସ୍ୟାରୁ ମୁକ୍ତି ଦେବା ସହ ଶ୍ୱାସକ୍ରିୟାକୁ ଠିକ୍ କରାଏ। ଭଲ ନିଦ ପାଇଁ ରସୁଣ ରାମବାଣ ଭଳି କାମ କରେ।

publive-imageଅଲିଭ ଅଏଲ

ଅଲିଭ ଅଏଲରେ ଆଣ୍ଟି ଇମ୍ଫେଲେମେଟରୀ ଗୁଣ ପ୍ରଚୁର ମାତ୍ରାରେ ଥାଏ। ଏହା ଶ୍ୱାସକ୍ରିୟାକୁ ଠିକ ରଖିବାରେ ସାହାଯ୍ୟ କରେ।

11ଅଳେଇଚ

ଶ୍ୱାସ ସମ୍ବନ୍ଧୀୟ ସବୁ ସମସ୍ୟା ପାଇଁ ଅଳେଇଚ ଏକ ଭଲ ଔଷଧ। ଏହାକୁ ପ୍ରତିଦିନ ଖାଇଲେ ଶ୍ୱାସକ୍ରିୟା ଠିକ୍ ଭାବେ ହୋଇଥାଏ। ଶୋଇବା ପୂର୍ବରୁ କିଛି ଅଳେଇଚ ଦାନାକୁ ଉଷୁମ ପାଣିରେ ମିଶାଇ ପିଇଲେ ଘୁଙ୍ଗୁଡ଼ି ସମସ୍ୟାରୁ ମୁକ୍ତି ପାଇପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe