Advertisment

ଜାଣନ୍ତୁ ଲେମନ-ହନି ଡ୍ରିଙ୍କ୍‌ର ଉପକାରିତା: ପ୍ରତିଦିନ ପିଇଲେ ରୋଗ ପାଖ ମାଡି ନ ଥାଏ

ଲେମନ-ହନି ଡ୍ରିଙ୍କ୍ ବହୁ ଉପକାରୀ। ଏହାକୁ ଲୋକେ ମେଦ ହ୍ରାସ ବା ଚର୍ବି କମାଇବାକୁ ପିଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଏହାର ଅସଲି ଗୁଣ କ’ଣ ଓ ଏହାକୁ ପିଇଲେ ଆମକୁ କ’ଣ ଫାଇଦା ମିଳିଥାଏ । ଯଦି ଆପଣ ଏହାକୁ ପିଉନାହାଁନ୍ତି ତେବେ ଆଜିଠାରୁ ପିଇବା ଆରମ୍ଭ କରନ୍ତୁ। ଏହା ଆମକୁ ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ । ୧- ବ୍ରଣ ଜନିତ ସମସ୍ୟା ଦୂର ହୋଇଥାଏ ସାଧାରଣତଃ ଲେମ୍ବୁ ମଧ୍ୟରେ ଏପରି ଏକ […]

ଅଦ୍ୟତନ ହୋଇଛି
ଜାଣନ୍ତୁ ଲେମନ-ହନି ଡ୍ରିଙ୍କ୍‌ର ଉପକାରିତା: ପ୍ରତିଦିନ ପିଇଲେ ରୋଗ ପାଖ ମାଡି ନ ଥାଏ

LEMON

Advertisment

ଲେମନ-ହନି ଡ୍ରିଙ୍କ୍ ବହୁ ଉପକାରୀ। ଏହାକୁ ଲୋକେ ମେଦ ହ୍ରାସ ବା ଚର୍ବି କମାଇବାକୁ ପିଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଏହାର ଅସଲି ଗୁଣ କ’ଣ ଓ ଏହାକୁ ପିଇଲେ ଆମକୁ କ’ଣ ଫାଇଦା ମିଳିଥାଏ । ଯଦି ଆପଣ ଏହାକୁ ପିଉନାହାଁନ୍ତି ତେବେ ଆଜିଠାରୁ ପିଇବା ଆରମ୍ଭ କରନ୍ତୁ। ଏହା ଆମକୁ ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ ।

Advertisment

୧- ବ୍ରଣ ଜନିତ ସମସ୍ୟା ଦୂର ହୋଇଥାଏ

ସାଧାରଣତଃ ଲେମ୍ବୁ ମଧ୍ୟରେ ଏପରି ଏକ ଉପାଦାନ ରହିଛି ଯାହା ରକ୍ତକୁ ସଫା କରିବାରେ ସାହାଯ୍ୟ କରିବା ସହ  ମହୁ ଜୀବାଣୁ ନଷ୍ଟ କରିବାରେ ମଧ୍ୟ ସହାୟକ ହୋଇଥାଏ। ଏହି ଦୁଇ ମିଶ୍ରଣକୁ ପିଇବା ଦ୍ୱାରା ତ୍ୱଚା ଉଜ୍ଜଳ ରହିବା ସହ ବ୍ରଣ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।

publive-image

୨- ହଜମ କ୍ରିୟାରେ ସହାୟକ ହୁଏ

ଏହି ତିନି ଦ୍ରବ୍ୟର ମିଶ୍ରଣ ଆପଣଙ୍କ ଖାଦ୍ୟ ହଜମ କରିବାରେ ସାହାୟକ ହୋଇଥାଏ। ଏହାକୁ ପିଇବା ଦ୍ୱାରା ପିତ୍ତ ଜନିତ ସମସ୍ୟା ଦୂର ହୋଇଥାଏ।

Advertisment

publive-image

୩-ରୋଗ ପ୍ରତିରୋଧକ ଶକ୍ତି ବଢାଇ ଥାଏ

ପ୍ରତିଦିନ ଗରମ ପାଣିରେ ଲେମ୍ବୁ ଓ ମହୁ ମିଶାଇ ପିଇବା ଦ୍ୱାରା ଏହା ମଧ୍ୟ ରୋଗରୁ ରକ୍ଷା କରିଥାଏ।

publive-image

୪-ପି ଏଚ୍ ସ୍ତରକୁ ସନ୍ତୁଳିତ ରଖେ

ଲେମ୍ବୁରେ ଅମ୍ଲିୟ ମାତ୍ରା ଥିବାରୁ ଶରୀରରେ ଅମ୍ଲତା ଦୂର କରିଥାଏ। ଏହା ଦେହ ହାତ ବିନ୍ଧା ସମସ୍ୟାରୁ ମୁକ୍ତି ଦେବା ସହ ଶରୀର ସୁସ୍ଥ ରଖିଥାଏ।

publive-image

୫-ଶ୍ୱାସ ସମସ୍ୟା ଦୂର ହୋଇଥାଏ

ଏହା ଦାନ୍ତଜନିତ ସମସ୍ୟାରୁ ରକ୍ଷା କରିବା ସହ ଶ୍ୱାସ ଜନିତ ସମସ୍ୟାରୁ ରକ୍ଷା କରିଥାଏ। ଏହି ମିଶ୍ରଣକୁ ସକାଳେ ପିଇବା ଦ୍ୱାରା ଦିନ ତମାମ ଶରୀର ତାଜା ରହିଥାଏ।

publive-image

୬- ଓଜନ ହ୍ରାସ କରାଏ

ସବୁଠୁ ବଡ କଥା ହେଲା ଏହା ଓଜନ ହ୍ରାସ କରାଇବାରେ ସହାୟକ ହୋଇଥାଏ। ପ୍ରତିଦିନ ଏହି ମିଶ୍ରଣକୁ ପିଇବା ଫଳରେ ମେଦବୃଦ୍ଧି କମିବା ସହ ଶରୀର ସୁସ୍ଥ ରହିଥାଏ।

publive-image

କିପରି ପିଇବେ

୧) ଯଦି ଆପଣଙ୍କର ଓଜନ ୭୦କିଲୋରୁ କମ ତେବେ ୨୫୦ ରୁ ୩୦୦ ମିଲିଲିଟର ଉଷୁମ ପାଣିରେ ଗୋଟିଏ ଚାମଚ୍‌ ମହୁ ଓ ଅଧା ଲେମ୍ବୁ ଚିପୁଡି ପିଅନ୍ତୁ। ଯଦି ଆପଣଙ୍କ ଓଜନ ୭୦ କିଲୋରୁ ଅଧିକ ତେବେ ଏହି ପାନୀୟକୁ ଦିନରେ ଦୁଇଥର ପିଅନ୍ତୁ ।

୨) ଏହାକୁ କେବଳ ଉଷୁମ ପାଣିରେ ହିଁ ମିଶାଇ ପିଅନ୍ତୁ। କାରଣ ଗରମ କିମ୍ବା ଥଣ୍ଡା ପାଣିରେ ପିଇଲେ କୌଣସି ଲାଭ ମିଳେନାହିଁ କାରଣ ଏହା ଲେମ୍ବୁର ପାଚକ ଶକ୍ତିକୁ ନଷ୍ଟ କରିଥାଏ।

୩) ଏହି ପାନୀୟକୁ ପ୍ରସ୍ତୁତ କରିବା ପାଇଁ  ତାଜା ଲେମ୍ବୁର ବ୍ୟବହାର କରନ୍ତୁ।

୪) ଗୋଟିଏ ଗ୍ଲାସ ପାଣିରେ ଗୋଟିଏ ଚାମଚରୁ ଅଧିକ ମହୁ ମିଶାନ୍ତୁ ନାହିଁ।

୫) ୧୨ ବର୍ଷରୁ କମ ବୟସର ପିଲା ଏହାକୁ ପିଇବା ଅନୁଚିତ।

୬) ଯଦି ଆପଣଙ୍କୁ ଲେମ୍ବୁ କିମ୍ବା ମହୁରୁ ଆଲର୍ଜି ଅଛି ତେବେ ଏହାକୁ ପିଅନ୍ତୁ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe