Advertisment

ନିଜ ପସନ୍ଦର ଯୁବତୀଙ୍କୁ କିପରି କରିବେ ଆକର୍ଷିତ, ଖାସ୍ ଟିପ୍ସ ଆପଣଙ୍କ ପାଇଁ

ଆପଣ କାହାକୁ ଭଲପାଉଛନ୍ତି କି ? ହେଲେ କହିବାକୁ ଡରୁଛନ୍ତି  କି ? ପ୍ରେମ କରିବା ଯେତେ ସହଜ, ସେହି ପ୍ରେମକୁ ପରିପ୍ରକାଶ କରିବା ସେତେ କଷ୍ଟ। ସାଧାରଣତଃ ଆମେ ଯାହାକୁ ଭଲପାଉ ସେ ଆମକୁ ନେଇ କଣ ଭାବନ୍ତି ଏହାକୁ ନେଇ ଆମ ମନରେ ସୃଷ୍ଟି ହୁଏ ଅନେକ ଦ୍ୱନ୍ଦ୍ୱ। ଆପଣଙ୍କୁ ଆକର୍ଷିତ କରୁଥିବା ମହିଳାଙ୍କୁ କିପରି ଆକର୍ଷିତ କରିବେ ଏ ନେଇ ମନରେ ଉଠିଥାଏ ଅନେକ ପ୍ରଶ୍ନ। ତେବେ ଜାଣିରଖନ୍ତୁ କିଛି ଟିପ୍ସ୍ ଯାହାଦ୍ୱାରା […]

ନିଜ ପସନ୍ଦର ଯୁବତୀଙ୍କୁ କିପରି କରିବେ ଆକର୍ଷିତ, ଖାସ୍ ଟିପ୍ସ ଆପଣଙ୍କ ପାଇଁ

how to impress

Advertisment

ଆପଣ କାହାକୁ ଭଲପାଉଛନ୍ତି କି ? ହେଲେ କହିବାକୁ ଡରୁଛନ୍ତି  କି ? ପ୍ରେମ କରିବା ଯେତେ ସହଜ, ସେହି ପ୍ରେମକୁ ପରିପ୍ରକାଶ କରିବା ସେତେ କଷ୍ଟ ସାଧାରଣତଃ ଆମେ ଯାହାକୁ ଭଲପାଉ ସେ ଆମକୁ ନେଇ କଣ ଭାବନ୍ତି ଏହାକୁ ନେଇ ଆମ ମନରେ ସୃଷ୍ଟି ହୁଏ ଅନେକ ଦ୍ୱନ୍ଦ୍ୱ ଆପଣଙ୍କୁ ଆକର୍ଷିତ କରୁଥିବା ମହିଳାଙ୍କୁ କିପରି ଆକର୍ଷିତ କରିବେ ଏ ନେଇ ମନରେ ଉଠିଥାଏ ଅନେକ ପ୍ରଶ୍ନ ତେବେ ଜାଣିରଖନ୍ତୁ କିଛି ଟିପ୍ସ୍ ଯାହାଦ୍ୱାରା ଆପଣ କୌଣସି ବି ମହିଳାଙ୍କୁ ଅତି ସହଜରେ ନିଜଆଡ଼କୁ ଆକର୍ଷିତ କରିପାରିବେ

Advertisment

୧) ଭିନ୍ନ ରୁଚି ରଖନ୍ତୁ: କିଛି ଏପରି ହବି ବନାନ୍ତୁ ଯେଉଁଥିରେ ତାଙ୍କର ମଧ୍ୟ ରୁଚି ରହିଥିବ ସାଧାରଣତଃ ମହିଳାମାନଙ୍କୁ ଭିନ୍ନ ରୁଚି ରଖୁଥିବା ପୁରୁଷ ପସନ୍ଦ ଆସିଥାନ୍ତି ସାଧାରଣତଃ ମହିଳାମାନଙ୍କୁ ଫଟୋଗ୍ରାଫି, ପେଣ୍ଟିଂ ଓ ସଂଗୀତରେ ରୁଚି ରଖୁଥିବା ପୁରୁଷ ଅନ୍ୟ ମାନଙ୍କଠାରୁ ଅଧିକ ଆକ଼ୃଷ୍ଟ କରିଥାନ୍ତି ।

୨) ନିଜ ବେଶପୋଷାକରେ ଧ୍ୟାନ ଦିଅନ୍ତୁ : ସାଧାରଣତଃ ମହିଳାମାନଙ୍କ ପରି ପୁରୁଷମାନେ ପୋଷାକ ପ୍ରତି ବିଶେଷ ଧ୍ୟାନ ଦେଇ ନ ଥାନ୍ତି। ମାତ୍ର ମନେ ରଖନ୍ତୁ, ମହିଳାମାନେ ଭାରି ସୌଖୀନ୍‌ ସ୍ୱଭାବର। ଆପଣ ଯେତେବେଳେ ପସନ୍ଦ କରୁଥିବା ଝିଅଟିକୁ ଦେଖା କରିବାକୁ ଯାଉଛନ୍ତି, ସେତେବେଳେ ଆପଣ ଏକ ଭଲ ପୋଷାକ ପିନ୍ଧନ୍ତୁ। ଏହାସହ ଏକ ଭଲ ବ୍ରାଣ୍ଡର ପରଫ୍ୟୁମ କି ଡିଓ ଲଗାନ୍ତୁ। ଏହାଦ୍ୱାରା ତାଙ୍କ ନଜର ଆପଣଙ୍କ ଉପରେ ରହିବ। ତାଙ୍କର ପ୍ରିୟ ରଂଗର ପୋଷକ ପରିଧାନ କରିବା ଦ୍ୱାରା ତାଙ୍କ ମନ ଜିତି ପାରିବେ।

Advertisment

୩) ଆଖିରେ ଆଖି ମିଶାଇ କଥା ହୁଅନ୍ତୁ : ମହିଳାମାନଙ୍କୁ ଆକୃଷ୍ଟ କରିବା ପାଇଁ ଆପଣଙ୍କ ଚାହାଣି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କଥାରେ ଅଛିଁ, ଯେଉଁ କଥା ଓଠ କହି ପାରେନି ସେଇ କଥା ଆଖି କହିଦିଏଆପଣ ତାଙ୍କ ସହ କଥାହେଲା ବେଳେ ଆଖିରେ ଆଖି ମିଶାଇ କଥା ହୁଅନ୍ତୁ ହେଲେ ସବୁ ସମୟରେ ରୋମାଣ୍ଟିକ୍‌ ଚାହାଣି ଦେଉଥିବା ବ୍ୟକ୍ତିକୁ ମହିଳାମାନେ ପ୍ରାଥମିକ ସ୍ତରରେ ପସନ୍ଦ କରିଥିଲେ ବି କିଛିଦିନ ପରେ ଦୂରେଇ ଯାଆନ୍ତି। ନିଜ ଚାହାଣିରେ ସଂଯମତା ରଖନ୍ତୁଚାହାଣି ଆକର୍ଷଣୀୟ ହେବା ଉଚିତ ନିଶାପୂର୍ଣ୍ଣ ନୁହେଁ

୪) ନାରୀଙ୍କ ସମ୍ମାନ କରନ୍ତୁ:  ନାରୀଙ୍କୁ ସମ୍ମାନ ଦେଉଥିବା ପୁରୁଷ, ନାରୀମାନଙ୍କ ନଜରରେ ଖୁବ୍‌ ଉର୍ଦ୍ଧରେ ଥାଆନ୍ତି। ଆପଣ ଯଦି କେଉଁ ମହିଳାଙ୍କୁ ଆପଣଙ୍କ ପ୍ରତି ଆକର୍ଷିତ କରାଇବାକୁ ଚାହାନ୍ତି, ତେବେ ଖାଲି ତାଙ୍କର ସମ୍ମାନ କିମ୍ବା ପ୍ରଶଂସା କଲେ ହେବ ନାହିଁ,ତାଙ୍କ ସାମ୍ନାରେ ଅନ୍ୟ ନାରୀଙ୍କର ମଧ୍ୟ ସମ୍ମାନ କରନ୍ତୁ।

୫) ସିକ୍ରେଟସ ସେୟାର କରନ୍ତୁ : ଯଦି ଆପଣ ପସନ୍ଦ କରୁଥିବା ଝିଅକୁ ନିଜ ଆଡକୁ ଆକର୍ଷିତ କରିବାକୁ ଚାହାଁନ୍ତି, ତେବେ ତାଙ୍କ ସହ ନିଜର ଏପରି କିଛି କଥା ସେୟାର କରନ୍ତୁ, ଯାହା ଆପଣ କାହା ସହ ସେୟାର କରି ନଥିବେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe