/odisha-reporter/media/post_attachments/uploads/2017/07/sani-1.jpg)
sani-1
ଶନିଦେବ ହେଉଛନ୍ତି ଶକ୍ତିଶାଳୀ ଦେବତା। ତାଙ୍କୁ ନ୍ୟାୟର ଦେବତା କୁହାଯାଏ। କାହିଁକିନା ସେ ମନୁଷ୍ୟର କର୍ମ ଅନୁସାରେ ଫଳ ଦେଇଥାଆନ୍ତି। କୁହାଯାଏ ଯାହା ଉପରେ ଶନିଦେବଙ୍କର କୃପା ଥାଏ ତା’ର ଜୀବନରେ କିଛି ଅସୁବିଧା ହୋଇ ନ ଥାଏ । ଯଦି ଶନିଦେବଙ୍କ କାହା ଉପରେ କୋପ ଦୃଷ୍ଟି ପଡ଼େ ତେବେ ଜୀବନରେ ଭୟଙ୍କର ପରିସ୍ଥିତି ଉପୁଜିଥାଏ। ଯଦି ଆପଣ ଶନିଦେବଙ୍କ ଆଶୀର୍ବାଦ ପାଇବାକୁ ଚାହୁଁଛନ୍ତି, ତେବେ ଭଲ କାମ କରିବା ସହ ଶନିଦେବଙ୍କୁ ଖୁସିକରିବା ମଧ୍ୟ ନିତ୍ୟାନ୍ତ ଆବଶ୍ୟକ। ତେବେ ଶନିଦେବଙ୍କୁ ଖୁସି କରିବାର ଉପାୟଗୁଡିକ ଆସନ୍ତୁ ଜାଣିବା ।
ଗୁରୁଜନଙ୍କୁ ସମ୍ମାନ-ବାପା,ମା’ ଏବଂ ଗୁରୁଜନଙ୍କ ସେବା ଓ ସମ୍ମାନ କରୁଥିବା ବ୍ୟକ୍ତିଙ୍କ ଉପରେ ଶନିଦେବଙ୍କ କୃପା ଦୃଷ୍ଟିପଡିଥାଏ। କିନ୍ତୁ ଏଭଳି ନକରୁଥିବା ବ୍ୟକ୍ତି ଶନି ଦେବଙ୍କର କ୍ରୋଧର ଶିକାର ହୋଇଥାଏ।
ଦାନପୂଣ୍ୟ-ଶନିବାର ଗରିବମାନଙ୍କୁ ଦାନ କରିବା ସହ ସେମାନଙ୍କ ଅସୁବିଧା ସମୟରେ ସାହାଯ୍ୟ କରନ୍ତୁ। ଏଥିସହ କାହା ମନକୁ କଷ୍ଟ ଦିଅନ୍ତୁ ନାହିଁ। ତେବେ ଯାଇ ଶନିଦେବ ପ୍ରସନ୍ନ ରହିବେ।
ତେଲ ଚଢାନ୍ତୁ-ଶନିବାର ଦିନ ଓସ୍ତ ଗଛ ପାଖରେ ଥିବା ଶନିଦେବଙ୍କ ମୂର୍ତ୍ତି ପାଖରେ ତେଲ ଚଢାନ୍ତୁ। ଯଦି ଓସ୍ତ ଗଛ ପାଖରେ ଶନି ମନ୍ଦିର ନାହିଁ ତେବେ ସେହି ତେଲକୁ ଗରିବଙ୍କୁ ଦାନ କରନ୍ତୁ।
ପିମ୍ପୁଡିକୁ ତେଲ ଦିଅନ୍ତୁ-ଶନିଦେବଙ୍କୁ ଖୁସି କରିବା ପାଇଁ ଶନିବାର ଶନିଦେବଙ୍କୁ କଳା ତେଲ ଓ ଗୁଡ ଦିଅନ୍ତୁ। ଆପଣଙ୍କ ଉପରେ ଶନିଦେବଙ୍କ କୃପା ନିଶ୍ଚିତ ରହିବ।
ଜୋତା ଦାନ କରନ୍ତୁ: ଶନିବାର କାହାକୁ ଚମଡା ଜୋତା ବା ଚପଲ ଦାନ କଲେ ଶନିଦେବ ଆପଣଙ୍କ ସମସ୍ତ ମନସ୍କାମନା ପୂରଣ କରିବେ।
ଗାଈ ଏବଂ କାଉକୁ ଖାଇବାକୁ ଦିଅନ୍ତୁ.ଶନିବାର ଗୋ ସେବା କରନ୍ତୁ ଏବଂ କାଉକୁ ଖାଇବାକୁ ଦିଅନ୍ତ।
ବ୍ରାହ୍ମଣଙ୍କୁ ଦାନ-ଶନିବାର କଳା ବିରି ,ତେଲ ,କଳା କପଡା କିମ୍ବା ଲୁହା ଜିନିଷ ବ୍ରାହ୍ମଣଙ୍କୁ ଦାନ କଲେ ଶୁଭ ଫଳ ମିଳିବ
କଳା କପଡା ପିନ୍ଧନ୍ତୁ-ଶନିବାର ବ୍ରତ କରନ୍ତୁ ଓ କଳା କପଡା ପିନ୍ଧନ୍ତୁ। ଫଳମୂଳ ଖାଆନ୍ତୁ ଶୁଭ ଫଳ ପାଇବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
