Advertisment

Odia Health Tips: ଖାଦ୍ୟପଦାର୍ଥକୁ ଷ୍ଟୋର୍‌ କରି ରଖିବାର ସଠିକ୍‌ ଉପାୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଅନେକ ସମୟରେ ଆମେ ଫ୍ରିଜ୍‌ରେ ରଖିଥିବା ଖାଦ୍ୟ ସାମଗ୍ରୀ ଖରାପ ହୋଇଯାଇଥିବା ଦେଖିବାକୁ ମିଳିଥାଏ। କିଛି ଖାଦ୍ୟକୁ ଠିକ୍‌ ଭାବରେ ଷ୍ଟୋର୍‌ ନକଲେ, ଏପରି ସମସ୍ୟା ସୃଷ୍ଟି ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା କିଛି ଖାଦ୍ୟ ସାମଗ୍ରୀକୁ ଷ୍ଟୋର କରି ରଖିବାର ସଠିକ୍‌ ଉପାୟ ସଂପର୍କରେ।  ୧. ପୋଦିନା କିମ୍ୱା ଧନିଆ ପତ୍ରକୁ ବ୍ୟବହାର ନକରି ଫ୍ରିଜ୍‌ରେ ରଖିଲେ, ଏହା ଅଳ୍ପ ଦିନରେ ଝାଉଁଳି ଯାଇଥା’ନ୍ତି। ଏସବୁକୁ ଅଧିକ ଦିନ ଷ୍ଟୋର୍‌ କରି ରଖିବା ପାଇଁ ଏକ ବୋତଲ କିମ୍ୱା […]

ଅଦ୍ୟତନ ହୋଇଛି
Odia Health Tips: ଖାଦ୍ୟପଦାର୍ଥକୁ ଷ୍ଟୋର୍‌ କରି ରଖିବାର ସଠିକ୍‌ ଉପାୟ

1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଅନେକ ସମୟରେ ଆମେ ଫ୍ରିଜ୍‌ରେ ରଖିଥିବା ଖାଦ୍ୟ ସାମଗ୍ରୀ ଖରାପ ହୋଇଯାଇଥିବା ଦେଖିବାକୁ ମିଳିଥାଏ। କିଛି ଖାଦ୍ୟକୁ ଠିକ୍‌ ଭାବରେ ଷ୍ଟୋର୍‌ ନକଲେଏପରି ସମସ୍ୟା ସୃଷ୍ଟି ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା କିଛି ଖାଦ୍ୟ ସାମଗ୍ରୀକୁ ଷ୍ଟୋର କରି ରଖିବାର ସଠିକ୍‌ ଉପାୟ ସଂପର୍କରେ। 

Advertisment

୧. ପୋଦିନା କିମ୍ୱା ଧନିଆ ପତ୍ରକୁ ବ୍ୟବହାର ନକରି ଫ୍ରିଜ୍‌ରେ ରଖିଲେଏହା ଅଳ୍ପ ଦିନରେ ଝାଉଁଳି ଯାଇଥାନ୍ତି। ଏସବୁକୁ ଅଧିକ ଦିନ ଷ୍ଟୋର୍‌ କରି ରଖିବା ପାଇଁ ଏକ ବୋତଲ କିମ୍ୱା ଗ୍ଲାସରେ ପାଣି ଦେଇ ଚେର ସହିତ ବୁଡ଼ାଇ ରଖନ୍ତୁ। ଦେଖିବେ ପତ୍ର ଅଧିକ ଦିନ ପର୍ଯ୍ୟନ୍ତ ସତେଜ ରହିବ।

୨. ବ୍ରେଡ୍‌କୁ ଫ୍ରିଜ୍‌ରେ ରଖିଲେ ଏହା ଥଣ୍ଡା ହେବା ସହିତ ଟାଣ ହୋଇଯାଇଥାଏ। ଏଥିପାଇଁ ବ୍ରେଡ୍‌ କିଣିଲେ ଏହାକୁ ଫ୍ରିଜ୍‌ରେ ନରଖି ଦୁଇଦିନରେ ଶେଷ କରି ଦିଅନ୍ତୁ।

Advertisment

୩. ସେହିପରି ଅଧା କଟା ହୋଇଥିବା ବନ୍ଧା କୋବିକୁ ଫ୍ରିଜ୍‌ରେ ରଖନ୍ତୁ ନାହିଁ। କଟା ଅଂଶରେ ଲେମ୍ୱୁ ରସ ଲଗାଇ ରଖନ୍ତୁ। ଦେଖିବେ କୋବି ଅଧିକ ଦିନ ପର୍ଯ୍ୟନ୍ତ ସତେଜ ରହିବ।

୪. ଫଳକୁ ଆପଣ ଫ୍ରିଜ୍‌ରେ ଷ୍ଟୋର୍‌ କରି ରଖିପାରିବେ। କିନ୍ତୁ ଲେମ୍ୱୁକୁ ଫ୍ରିଜ୍‌ ପରିବର୍ତ୍ତେ ପ୍ଲାଷ୍ଟିକ ବ୍ୟାଗ୍‌ରେ ଷ୍ଟୋର୍‌ କରନ୍ତୁ।

୫. ଫ୍ରୁଟ୍‌ ସାଲାଡ୍‌କୁ ସଙ୍ଗେ ସଙ୍ଗେ ନଖାଇ ଅଧିକ ସମୟ ସେମିତି ରଖିଲେ ତା’ର ସ୍ୱାଦ ବଦଳିଯାଏ। ଏଥିପାଇଁ ଏଥିରେ କିଛି ବୁନ୍ଦା ଲେମ୍ୱୁ ରସ ପକାଇ ରଖନ୍ତୁ। ଦେଖିବେ ସାଲାଡ୍‌ ଖରାପ ହେବ ନାହିଁ। ଯଦି ଆପଣ ଫ୍ରୁଡ୍‌ ସାଲାଡ୍‌କୁ ଫ୍ରିଜ୍‌ରେ ରଖିବା ପାଇଁ ଚାହୁଁଛନ୍ତିତା’ହେଲେ ଫ୍ରିଜ୍‌ର କମ୍ ତାପମାତ୍ରା ଥିବା ସ୍ଥାନରେ ରଖନ୍ତୁ।

Odia Health Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe