କେମିତି ଲିଭରକୁ ରଖିବେ ସୁସ୍ଥ, ପଢ଼ନ୍ତୁ କିଛି ଉପାୟ

ଆମ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଲିଭର। ଜଣେ ବ୍ୟକ୍ତିର ଲିଭର ଓଜନ ୨.୫ ପାଉଣ୍ଡରୁ ନେଇ ୩ ପାଉଣ୍ଡ ପର୍ଯ୍ୟନ୍ତ ହୋଇଥାଏ। ଲିଭର କୌଣସି ସୁପର୍‌ କମ୍ପ୍ୟୁଟରଠାରୁ କମ୍‌ ନୁହେଁ। ଲିଭର ରକ୍ତରେ ସର୍କରା ନିୟନ୍ତ୍ରଣ, ବିଷାକ୍ତ ପଦାର୍ଥକୁ ବାହାର କରିବା ,ହର୍ମୋନ ତିଆରି କରିବା , ପ୍ରୋଟିନ୍‌ ପୋଷଣ ମାତ୍ରାକୁ ନିୟନ୍ତ୍ରଣ କରିବା ଏମିତି ୫୦୦ ପ୍ରକାର କାର୍ଯ୍ୟ କରିଥାଏ ଲିଭର। ହେଲେ ଲିଭର ଖରାପ ହେଲେ ହେପାଟାଇଟିସ୍ ରୋଗ ହୁଏ । ଏମିତିକି […]

g-99

Rakesh Mallick
  • Published: Saturday, 27 October 2018
  • , Updated: 27 October 2018, 06:28 PM IST

ଆମ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଲିଭର। ଜଣେ ବ୍ୟକ୍ତିର ଲିଭର ଓଜନ ୨.୫ ପାଉଣ୍ଡରୁ ନେଇ ୩ ପାଉଣ୍ଡ ପର୍ଯ୍ୟନ୍ତ ହୋଇଥାଏ। ଲିଭର କୌଣସି ସୁପର୍‌ କମ୍ପ୍ୟୁଟରଠାରୁ କମ୍‌ ନୁହେଁ। ଲିଭର ରକ୍ତରେ ସର୍କରା ନିୟନ୍ତ୍ରଣ, ବିଷାକ୍ତ ପଦାର୍ଥକୁ ବାହାର କରିବା ,ହର୍ମୋନ ତିଆରି କରିବା , ପ୍ରୋଟିନ୍‌ ପୋଷଣ ମାତ୍ରାକୁ ନିୟନ୍ତ୍ରଣ କରିବା ଏମିତି ୫୦୦ ପ୍ରକାର କାର୍ଯ୍ୟ କରିଥାଏ ଲିଭର। ହେଲେ ଲିଭର ଖରାପ ହେଲେ ହେପାଟାଇଟିସ୍ ରୋଗ ହୁଏ । ଏମିତିକି ଲିଭର୍‌ ସିରୋସିସ୍, ଫ୍ୟାଟି ଲିଭର୍‌, ଲିଭର୍‌ ଫେଲ୍ୟୁର, ଲିଭର୍‌ କ୍ୟାନ୍‌ସର ଆଦି ରୋଗ ହୋଇପାରେ। ତେଣୁ ଲିଭର୍‌କୁ କେମିତି ସୁସ୍ଥ ରଖିପାରିବେ ଆସନ୍ତୁ କିଛି ଟିପ୍ସ ଜାଣିବା

୧-ସବୁବେଳେ ବିଶୁଦ୍ଧ ପାଣି ପିଅନ୍ତୁ। କାରଣ ଦୂଷିତ ଖାଦ୍ୟ ଓ ପାଣି ଦ୍ଵାରା ହେପାଟାଇଟିସ୍-ଏ, ବି, ଇ ଯେପରି ଭାଇରାଲ ଇନ୍‌ଫେକ୍ସନ ଆଶଙ୍କା ବଢ଼ିଯାଏ । ଏହାଦ୍ଵାରା ଜଣ୍ଡିସ୍ ହୋଇଥାଏ । ଏଣୁ ଏଥିପ୍ରତି ସାବଧାନ ରହିବା ଦରକାର ।

୨-ଯଦି ଆପଣ ନିଶା ସେବନ କରୁଛନ୍ତି ତେବେ ସତର୍କ ହୋଇ ଯାଆନ୍ତୁ। କାରଣ ମଦ, ଅଫିମ, ସିଗାରେଟ୍ ଆଦି ସେବନ ଲିଭର ରୋଗର କାରଣ ହୋଇପାରେ।

୩- ଲିଭର ସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା ପାଇବା ପାଇଁ ତୁଳସୀକୁ ବ୍ୟବହାର କରିପାରିବେ। ଏଥିପାଇଁ ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ ପାଖାପାଖି ୧୦-୧୨ଟି ତୁଳସୀ ପତ୍ରକୁ ଗରମ ପାଣିରେ ଧୋଇ ଖାଆନ୍ତୁ । ଏହା ଦ୍ୱାରା ଆପଣ ନିଶ୍ଚୟ ଉପକାର ପାଇବେ।

୪- ଜାମୁକୋଳି ଖାଇବା ଦ୍ୱାରା ଲିଭରକୁ ବହୁ ଉପକାର ମିଳିଥାଏ।

୫-ଖାଦ୍ୟପେୟରେ ଅନିୟମିତତା ଯେପରି ବିଳମ୍ବ ରାତିରେ ଖାଇବା, ଶୋଇବାର ଠିକ୍ ସମୟ ପୂର୍ବରୁ ଖାଇବା ମସଲା ଓ ଚର୍ବିଯୁକ୍ତ ଖାଦ୍ୟ ଖାଇବା, ବାସି ଓ ଦୂଷିତ ଖାଦ୍ୟ ଖାଇବା ଦ୍ଵାରା ଲିଭର ଅଧିକ ପ୍ରାଭାବିତ ହୋଇଥାଏ । ତେଣୁ ଏଥିପ୍ରତି ସତର୍କ ରହିବା ଜରୁରୀ।

Related story