Advertisment

ପୁରୁଣା ସାଥୀଙ୍କୁ ଭୁଲିବାର ୧୦ଟି ବାଟ

ପ୍ରେମ ଏକ ଅନନ୍ୟ ଅନୁଭୂତି, ଯାହା ପ୍ରତ୍ୟେକଙ୍କ ଜୀବନରେ କେବେ ନା କେବେ ଆସିଥାଏ । ଆଉ ଏହି ସମୟରେ ଦୁନିଆର ସବୁକିଛି ନିଜ ସାଥୀଙ୍କ ତୁଳନାରେ ଫିକା ଫିକା ଲାଗେ । ହେଲେ ଯେତେବେଳେ ପ୍ରେମରେ ଫାଟ ସୃଷ୍ଟି ହୁଏ ସେତେବେଳେ ଅଧିକାଂଶ ଭାଙ୍ଗିପଡନ୍ତି । ଏପରି ସ୍ଥିତିରେ ଭାଙ୍ଗି ନ ପଡି ନିଜକୁ ଦୃଢ କରନ୍ତୁ । ସାଥୀଙ୍କୁ ଭୁଲିବାକୁ  TOP-10 ଟିପ୍ସ ୧- ପୁରୁଣା ସାଥୀଙ୍କର କୌଣସି ଜିନିଷ ଯଦି ଆପଣଙ୍କ ପାଖରେ […]

ଅଦ୍ୟତନ ହୋଇଛି
ପୁରୁଣା ସାଥୀଙ୍କୁ ଭୁଲିବାର ୧୦ଟି ବାଟ

cute-girl-sitting-at-the-bench_Fotor_Collage

Advertisment

ପ୍ରେମ ଏକ ଅନନ୍ୟ ଅନୁଭୂତି, ଯାହା ପ୍ରତ୍ୟେକଙ୍କ ଜୀବନରେ କେବେ ନା କେବେ ଆସିଥାଏ । ଆଉ ଏହି ସମୟରେ ଦୁନିଆର ସବୁକିଛି ନିଜ ସାଥୀଙ୍କ ତୁଳନାରେ ଫିକା ଫିକା ଲାଗେ । ହେଲେ ଯେତେବେଳେ ପ୍ରେମରେ ଫାଟ ସୃଷ୍ଟି ହୁଏ ସେତେବେଳେ ଅଧିକାଂଶ ଭାଙ୍ଗିପଡନ୍ତି । ଏପରି ସ୍ଥିତିରେ ଭାଙ୍ଗି ନ ପଡି ନିଜକୁ ଦୃଢ କରନ୍ତୁ ।

Advertisment

ସାଥୀଙ୍କୁ ଭୁଲିବାକୁ  TOP-10 ଟିପ୍ସ

୧- ପୁରୁଣା ସାଥୀଙ୍କର କୌଣସି ଜିନିଷ ଯଦି ଆପଣଙ୍କ ପାଖରେ ଆଛି ତାହାକୁ ଆପଣଙ୍କ ଠାରୁ ଦୂରେଇ ଦିଅନ୍ତୁ ।

୨- ମୋବାଇଲ୍‌ରେ ଯଦି ପୁରୁଣା ସାଥୀଙ୍କ ଫଟୋ, ମେସେଜ୍‌ ଅଛି ତାହାକୁ ତତ୍‌କ୍ଷାଣତ୍‌ ଡିଲିଟ୍‌ କରନ୍ତୁ ।

Advertisment

୩- ପୁରୁଣା ସାଥୀ ଦେଇଥିବା ସମସ୍ତ ଉପହାରକୁ ଆପଣ ଫେରାଇ ଦିଅନ୍ତୁ ନଚେତ୍‌ ଫିଙ୍ଗି ଦିଅନ୍ତୁ ।

୪- ବ୍ରେକ ଅପ୍‌ ପରେ ସାଥୀଙ୍କ ବିଷୟରେ କିଛି ଜାଣିବା ପାଇଁ ଚେଷ୍ଟା କରନ୍ତୁ ନାହିଁ ।

୫- ଏକା ଏକା ରହିବା ବଦଳରେ ସାଙ୍ଗମାନଙ୍କ ସହ କିମ୍ବା ପରିବାର ଲୋକଙ୍କ ସହ ସମୟ ବିତାନ୍ତୁ ।

୬- ନୂଆ ନୂଆ ସାଙ୍ଗ ତିଆରି କରିବା ସହ ସେମାନଙ୍କ ସହ ଅଧିକରୁ ଅଧିକ ସମୟ ଅତିବାହିତ କରନ୍ତୁ ।

୭- ବ୍ରେକଅପ୍‌ ପରେ ଯଦି ଆପଣଙ୍କ ପୁରୁଣା ସାଥୀଙ୍କୁ ଭୁଲି ପାରୁନାହାନ୍ତି ତେବେ ସାଙ୍ଗମାନଙ୍କୁ ନେଇ ଦୂରସ୍ଥାନକୁ ଯାତ୍ରା କରନ୍ତୁ ।

୮- ଏମିତି ବନ୍ଧୁ ବାଛନ୍ତୁ ଯାହାଙ୍କୁ ଆପଣଙ୍କ ମନକଥା ସବୁ କହିପାରୁଥିବେ ଏବଂ ସେ ମଧ୍ୟ ଆପଣଙ୍କୁ ସବୁବେଳେ ସପୋର୍ଟ କରୁଥିବେ ।

୯- କମେଡି ଫିଲ୍ମ କିମ୍ବା ଟିଭିରେ କମେଡି ଶୋ’ ଦେଖିବାକୁ ଭୁଲନ୍ତୁ ନାହିଁ ।

୧୦- ସୋସିଆଲ ମିଡିଆରେ ଆପଣଙ୍କ ପୁରୁଣା ସାଥୀଙ୍କୁ ବ୍ଲକ୍ କରି ଦିଅନ୍ତୁ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe